ଲେହେଙ୍ଗା ପାଇଁ କଚେରୀରେ ୮ବର୍ଷ

ଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ପାଇଁ  ତାର ବାହାଘର ଦିନଟି ଖାସ୍ ହୋଇଥାଏ। ବିଶେଷ କରି ଝିଅଟିଏ ପାଇଁ ଏହି ଦିନଟି ବହୁତ ଖାସ୍ ହୋଇଥାଏ। ପିଲାଟି ବେଳୁ ପ୍ରତ୍ୟେକ ଝିଅର ନିଜ ବିବାହକୁ ନେଇ ଅନେକ ସ୍ୱପ୍ନ ରହିଥାଏ। ତେଣୁ ଏଦି ଦିନରେ କୌଣସି ବି ଗଡବଡ ଗ୍ରହଣୀୟ ନୁହେଁ। ଏହି ଦିନଟି କେମିତି ଭଲରେ କଟୁ ଏଥିପାଇଁ ପୂରା ପରିବାର ଲାଗିପଡନ୍ତି। କେବଳ ପରିବାର ଲୋକ ନୁହେଁ ଝିଅ ମଧ୍ୟ ନିଜ ବାହଘର ଦିନଟିକୁ ସ୍ପେଶାଲ୍ […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 04:39 PM IST

Sports

Latest News

ଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ପାଇଁ  ତାର ବାହାଘର ଦିନଟି ଖାସ୍ ହୋଇଥାଏ। ବିଶେଷ କରି ଝିଅଟିଏ ପାଇଁ ଏହି ଦିନଟି ବହୁତ ଖାସ୍ ହୋଇଥାଏ। ପିଲାଟି ବେଳୁ ପ୍ରତ୍ୟେକ ଝିଅର ନିଜ ବିବାହକୁ ନେଇ ଅନେକ ସ୍ୱପ୍ନ ରହିଥାଏ। ତେଣୁ ଏଦି ଦିନରେ କୌଣସି ବି ଗଡବଡ ଗ୍ରହଣୀୟ ନୁହେଁ। ଏହି ଦିନଟି କେମିତି ଭଲରେ କଟୁ ଏଥିପାଇଁ ପୂରା ପରିବାର ଲାଗିପଡନ୍ତି। କେବଳ ପରିବାର ଲୋକ ନୁହେଁ ଝିଅ ମଧ୍ୟ ନିଜ ବାହଘର ଦିନଟିକୁ ସ୍ପେଶାଲ୍ ବନାଇବା ପାଇଁ ଲାଗିପଡେ। ସବୁ ଝିଅ ଚାହେଁ ତାର ବାହାଘର ଦିନ ସେ ସବୁଠୁ ସୁନ୍ଦର ଦେଖାଯିବ। ତେଣୁ ସେ ବିବାହର ଅନେକ ଦିନ ପୂର୍ବରୁ ତାର ଶାଢୀ ବା ଲେହେଙ୍ଗା, ଗହଣା ଓ ମେକଅପ୍ ସାମଗ୍ରୀ ଯୋଗାଡ କରିବାରେ ଲାଗିପଡେ। କୁହାଯାଏ ଯେତେ କଲେ ବି ବାହାଘରର କାମ କେବେ ସରେ ନାହିଁ।  ଛୋଟମୋଟ କାମ ବିଗିଡି ଗଲେ ଚଳିଯାଏ, ହେଲେ କୌଣସି ବଡ ଗଡବଡ ହୋଇଗଲେ ବାହାଘରର ପୂରା ମଜା  ଖରାପ ହୋଇଯାଏ। ଖାସ୍ କରି ଯଦି ବାହାଘର ଲେହେଙ୍ଗାକୁ ନେଇ କୌଣସି ଗଡବଡ ହୋଇଯାଏ ତେବେ ଝିଅଟିର ମନ ଭାଙ୍ଗିଯାଏ।

ଏପରି ଏକ ଘଟଣା ଦିଲ୍ଲୀର ଏକ ଯୁବତୀଙ୍କ ସହ ହୋଇଥିବାର ସାମ୍ନାକୁ ଆସିଛି। ତାଙ୍କର ବାହାଘର ହେବାର ଥିଲା ତେଣୁ ସେ ଏକ ସୁନ୍ଦର ଲେହେଙ୍ଗା କିଣିଥିଲେ। ତାଙ୍କ ମନରେ ଥିଲା, ସେ ଏହାକୁ ପିନ୍ଧିଲେ ଦୁନିଆର ସବୁଠୁ ସୁନ୍ଦର କନିଆ ପରି ଦିଶିବେ। ହେଲେ ଏପରି କିଛି ହେଲା ଯାହା ଦ୍ୱାରା ଯୁବତୀଙ୍କୁ ଏହି ଲେହେଙ୍ଗା ପାଇଁ  ୮ ବର୍ଷ ପଯର୍ୟନ୍ତ ଅଦାଲତର ଚକ୍କର କାଟିବାକୁ ପଡିଥିଲା।

ଘଟଣାଟି ହେଉଛି ୨୦୦୮ର। ଯୁବତୀ ଜଣକ ଦିଲ୍ଲୀର ଚାନ୍ଦନୀ ଚୌକଠାରେ ଥିବା ଏକ ବ୍ରାଇଡାଲ୍ ଷ୍ଟୁଡିଓରୁ ନିଜ ବାହାଘର ଲେହେଙ୍ଗା କିଣିବାକୁ ଯାଇଥିଲେ। ବହୁତ ବଛାବଛି ପରେ ଏକ ଲେହେଙ୍ଗା ପସନ୍ଦ ଆସିଥିଲା। ହେଲେ ଟ୍ରାଏଲ୍ କରିବାରୁ ଜଣାପଡିଲା ଯେ, ଲେହେଙ୍ଗାଟିର ଲମ୍ବ ଦୁଇ ଇଞ୍ଚ ଛୋଟ ଅଛି। ସେଲସ୍ ମ୍ୟାନ୍ ଏହାକୁ ବାହାଘର ପୂର୍ବରୁ ଠିକ୍ କରି ପହଞ୍ଚାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଯେତେବେଳେ ଲେହେଙ୍ଗାଟି ଆସିଲା ଯୁବତୀଜଣକ ଲେହେଙ୍ଗାଟି ଠିକ୍ ହୋଇଯାଇଥିବ ଭାବି ଆଉ ଟ୍ରାଏଲ କରିନଥିଲେ। କିନ୍ତୁ ବାହାଘର ଦିନ ଲେହେଙ୍ଗାଟି ପିନ୍ଧିବା ପରେ ଜଣାପଡିଥିଲା ଯେ, ତାହା ପୂର୍ବ ପରି ଦୁଇ ଇଞ୍ଚ୍ ଛୋଟ ହିଁ ଅଛି। ତାଙ୍କ ମନ ପୂରା ଭାଙ୍ଗି ଯାଇଥିଲା। ଆଉ ହାତରେ ସମୟ ନଥିବାରୁ ସେହି ଛୋଟ ଲେହେଙ୍ଗାରେ ହିଁ ତାଙ୍କୁ ବିବାହ କରିବାକୁ ପଡିଥିଲା। ଏହା ପରେ ସେ ଷ୍ଟୁଡିଓକୁ ଯାଇ ଅଭିଯୋଗ କରିବାରୁ  ସେଠାକାର ଷ୍ଟାଫ୍ ତାଙ୍କ ସହ ଦୁର୍ବବ୍ୟବହାର ଓ ଗାଳିଗୁଲଜ ମଧ୍ୟ କରିଥିଲେ।

କିନ୍ତୁ ଯୁବତୀ ଜଣକ ଭାଙ୍ଗି ପଡିନଥିଲେ ସେ କଞ୍ଜୁମର୍ ଡିପାର୍ଟମେଣ୍ଟରେ ସେହି ବ୍ରାଇଡାଲ୍ ଷ୍ଟୁଡିଓ ନାଁରେ ଅଭିଯୋଗ କରିଥିଲେ। ଦୀର୍ଘ ଆଠ ବର୍ଷ କୋର୍ଟର ଚକ୍କର କାଟିବା ପରେ, ସେହି ଷ୍ଟୁଡିଓକୁ କଞ୍ଜୁମର୍ ଡିପାର୍ଟମେଣ୍ଟର ନିର୍ଦ୍ଦେଶ ଅନୁଯାୟୀ ଯୁବତୀ ଜଣଙ୍କୁ ତାଙ୍କ ଲେହେଙ୍ଗାର ପୂରା ଦାମ୍(୬୪,୦୦୦) ସହ ଆଉ ୫୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିଥିଲା। କେବଳ ଏତିକି ନୁହେଁ ଷ୍ଟୁଡିଓ ଦ୍ୱାରା ଠକିଥିବା ଅନ୍ୟ ଗ୍ରାହକମାନଙ୍କ ପାଇଁ ରାଜ୍ୟର କଞ୍ଜୁମର୍ ୱେଲଫେୟାର୍ ଫଣ୍ଡରେ ୫ଲକ୍ଷ ଟଙ୍କା ମଧ୍ୟ ଜମା କରିବାକୁ ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos