ବାହା ହେବାକୁ ନାକେଦମ ହେଲେ ବର

ବିବାହ ଏମିତି ଏକ ରୀତି ଯାହା ଜୀବନରେ ଥରେ ଆସିଥାଏ। ସମସ୍ତେ ନିଜ ବିବାହକୁ ନେଇ ବହୁତ ସ୍ୱପ୍ନ ଦେଖିଥାନ୍ତି। ବାହାଘର କେମିତି ଭଲରେ ଭଲରେ ହେବ ସେଥିପାଇଁ ବହୁତ ଦିନ ଆଗରୁ ପ୍ରସ୍ତୁତି କରିଥାନ୍ତି। ପରିବାରଠାରୁ ଆରମ୍ଭ କରି ସାଙ୍ଗସାଥୀ ସମସ୍ତେ ବିବାହ ପ୍ରସ୍ତୁତିରେ ଲାଗିଯାଇଥାନ୍ତି। ହେଲେ ଆମେ ଏଠାରେ ଏମିତି ଜଣେ ବରଙ୍କ ବିଷୟରେ କହିବାକୁ ଯାଉଛି, ଯାହାକୁ ବିବାହ ଦିନ ନାକେଦମ ହେବାକୁ ପଡିଛି।

ଘଟଣାଟି ହେଉଛି ପାକିସ୍ତାନର ଗୁଜରାନ୍‌ୱାଲାର। ବାହା ହେବାକୁ ଯିବାକୁ ବର ପ୍ରସ୍ତୁତ, ବରଯାତ୍ରୀ ବି ପ୍ରସ୍ତୁତ। ସଜ୍ଜା ହୋଇ ଘର ଆଗରେ ଛିଡା ହୋଇଛି କାର। ସମୟ ହେଲା, ବର ଆସି କାରରେ ବସି କନ୍ୟା ଘରକୁ ବାହାରିଲେ। ହେଲେ ଅଧାବାଟରେ ଘଟିଲା ଅଘଟଣା। ରାସ୍ତାରେ କୌଣସି କାରଣରୁ କାରଟି ଅଟକି ଗଲା। ଯେତେ ଚେଷ୍ଟା କରିବା ପରେ ମଧ୍ୟ ଆଉ ଷ୍ଟାଟ୍‌ ହେଲାନାହିଁ। ଏପରିସ୍ଥିତିରେ ସାହାଯ୍ୟ କରିବାକୁ ବି ଆଖପାଖରେ କେହି ପରିଜନ କି ସାଙ୍ଗସାଥୀ ନଥିଲେ। ଶେଷରେ ବରଙ୍କୁ କାରରୁ ଓହ୍ଲାଇବାକୁ ପଡିଲା। ବର ଜୋତା ଓହ୍ଲାଇବା ପରେ କାର ଭିତରୁ ବାହାରି ଆସି ପଛରୁ ଗାଡିକୁ ଠେଲିବାକୁ ଲାଗିଲେ। ବହୁ କସରତ ପରେ ଶେଷରେ ଗାଡି ଷ୍ଟାଟ୍‌ ହୋଇଗଲା ଓ ବିବାହ ପାଇଁ ବର ପୁଣି ଚାଲିଗଲେ।