Advertisment

କୋଭିଡ୍-୧୯ ଲଢ଼େଇରେ ନଡ଼ିଆ ତେଲର ଭୂମିକାକୁ ନେଇ ଚର୍ଚ୍ଚା

ସାରା ବିଶ୍ୱରେ କରୋନା ସଙ୍କଟ ସ୍ଥିତି ଲାଗି ରହିଥିବା ବେଳେ ଏହାର ସମାଧାନର ବାଟ ଏବେ ବି ଖୋଜାଚାଲିଛି। ଏସବୁ ଭିତରେ ଭାରତୀୟ ବିକଳ୍ପ ଚିକିତ୍ସା ପ୍ରଣାଳୀ ଆଲୋଚନାର ବିଷୟ ପାଲଟିଛି। ଏପଟେ ଦେଶରେ ମଧ୍ୟ ଯେବେଠାରୁ କରୋନା ଭୂତାଣୁ ପାଦ ଦେଇଛି, ଆରୋଗ୍ୟ ଶକ୍ତି ବୃଦ୍ଧି ଲାଗି ଆୟୁର୍ବେଦ, ହୋମିଓପାଥୀ ବ୍ୟବହାରକୁ ମଧ୍ୟ ବିଚାରକୁ ନିଆଯାଇଛି। ଏବେ ଭାରତୀୟମାନଙ୍କ ପ୍ରିୟ ନଡ଼ିଆ ତେଲ ଓ ଏହାର ଉପକାରିତା ପୁଣି ଡାକ୍ତରୀ ବିତର୍କର ମୁଖ୍ୟ ପ୍ରସଙ୍ଗ ପାଲଟିଛି। […]

ଅଦ୍ୟତନ ହୋଇଛି
କୋଭିଡ୍-୧୯ ଲଢ଼େଇରେ ନଡ଼ିଆ ତେଲର ଭୂମିକାକୁ ନେଇ ଚର୍ଚ୍ଚା

coconut-oil

Advertisment

ସାରା ବିଶ୍ୱରେ କରୋନା ସଙ୍କଟ ସ୍ଥିତି ଲାଗି ରହିଥିବା ବେଳେ ଏହାର ସମାଧାନର ବାଟ ଏବେ ବି ଖୋଜାଚାଲିଛି। ଏସବୁ ଭିତରେ ଭାରତୀୟ ବିକଳ୍ପ ଚିକିତ୍ସା ପ୍ରଣାଳୀ ଆଲୋଚନାର ବିଷୟ ପାଲଟିଛି। ଏପଟେ ଦେଶରେ ମଧ୍ୟ ଯେବେଠାରୁ କରୋନା ଭୂତାଣୁ ପାଦ ଦେଇଛି, ଆରୋଗ୍ୟ ଶକ୍ତି ବୃଦ୍ଧି ଲାଗି ଆୟୁର୍ବେଦ, ହୋମିଓପାଥୀ ବ୍ୟବହାରକୁ ମଧ୍ୟ ବିଚାରକୁ ନିଆଯାଇଛି। ଏବେ ଭାରତୀୟମାନଙ୍କ ପ୍ରିୟ ନଡ଼ିଆ ତେଲ ଓ ଏହାର ଉପକାରିତା ପୁଣି ଡାକ୍ତରୀ ବିତର୍କର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

Advertisment

ଭାରତରେ ଏକ ପ୍ରତିଷ୍ଠିତ ମେଡିକାଲ ଜର୍ନାଲ ଏହାର ଜୁଲାଇ ସଂସ୍କରଣରେ ନଡ଼ିଆ ତେଲରୁ ମିଳୁଥିବା ଇମ୍ୟୁନୋମୋଡ୍ୟୁଲେସନ ଉପାଦେୟତା ଏବଂ ମାଇକ୍ରୋବସ ବିରୁଦ୍ଧରେ କାର‌୍ୟ୍ୟ କରିବାର ଗୁଣବତ୍ତା ଉପରେ ଏକ ସମୀକ୍ଷା ରିପୋର୍ଟ ପ୍ରକାଶ କରିଛି। ଏହା ପରେ ପୁଣି ନଡ଼ିଆ ତେଲର ଉପାଦେୟତାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି।

coconut oil

ଏହି ସମୀକ୍ଷା ରିପୋର୍ଟର ମୁଖ୍ୟ ଲେଖକ ତଥା ଇଣ୍ଡିଆନ କଲେଜ୍ ଅଫ୍ ଫିଜିସିଆନର ଡିନ୍ ଡା. ଶଶାଙ୍କ ଯୋଶୀ ଏନେଇ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ନଡ଼ିଆ ତେଲରେ ଲୌରିକ୍ ଏସିଡ୍ ରହିଛି, ଯାହା ଏକ ସାଚୁରେଟେଡ୍ ଫ୍ୟାଟି ଏସିଡ୍। ଏହା ଶରୀର ସହଜରେ ସିନ୍ଥେସାଇଜ୍ କରିପାରିବ। ଭାରତୀୟମାନେ ଫ୍ୟାଟି ଏସିଡ୍ ଖାଇଥାନ୍ତି। ବିଶେଷକରି ଘିଅ, ଯାହା ଶରୀରର ମେଟାବୋଲିଜିମ୍ ପାଇଁ ଆବଶ୍ୟକ ଚର୍ବିର ସଠିକ ଉତ୍ସ ଅଟେ ବୋଲି ସେ କହିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, କେବଳ କୋଭିଡ୍-୧୯ ସଙ୍କଟ ଯୋଗୁ ନଡ଼ିଆ ତେଲର ଉପାଦେୟତା ଉପରେ ସମୀକ୍ଷା କରାଯାଇ ନାହିଁ। ତେବେ ଏହା ମଧ୍ୟ ସତ ଯେ, ନିଜ ଖାଦ୍ୟାଭାସରେ ନଡ଼ିଆକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା କେରଳୀମାନେ ଭଲ ଭାବରେ କୋଭିଡ୍-୧୯ ସହ ଲଢ଼ିବାରେ ସଫଳ ହୋଇଛନ୍ତି। ଅନ୍ୟପଟେ ଆରୋଗ୍ୟ ଶକ୍ତି ଗୁଣବତ୍ତା ଥିବା କାରଣରୁ ଆମେରିକାରେ ଭର୍ଜିନ୍ ନଡ଼ିଆ ତେଲର ବ୍ୟବହାର ଗତ କିଛିବର୍ଷ ମଧ୍ୟରେ ବୃଦ୍ଧି ପାଇଛି ବୋଲି ଡା. ଯୋଶୀ କହିଛନ୍ତି।

coconut

ତେବେ ଏହି ପରିପ୍ରେକ୍ଷୀରେ ସମସ୍ତ ଡାକ୍ତର ନିଶ୍ଚିତ ନୁହନ୍ତି। ଏକ ସରକାରୀ ହସ୍ପିଟାଲର ଡାକ୍ତର କହିଛନ୍ତି ଯେ, ନଡ଼ିଆ ତେଲ କୋଭିଡ୍-୧୯ ଭଳି ସଂକ୍ରମଣରୁ ରକ୍ଷା କରିପାରିବ ବୋଲି କହିବାର କୌଣସି ଆଧାର ନାହିଁ। ତେବେ ନଡ଼ିଆ ତେଲରେ ଆଣ୍ଟିମାଇକ୍ରୋବାଇଏଲ ଯୌଗିକ ଗୁଣବତ୍ତା ସହ ଜିଙ୍କ୍ ମଧ୍ୟ ରହିଛି, ଯାହା କୋଭିଡ୍ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାକୁ ଦିଆଯାଉଛି ବୋଲି ଉକ୍ତ ଡାକ୍ତର ଜଣକ କହିଛନ୍ତି। ଅନ୍ୟପଟେ ମାନବ ଶରୀର ନଡ଼ିଆ ତେଲରୁ ଏହି ସମସ୍ତ ରାସାୟନିକ ପଦାର୍ଥକୁ ଦକ୍ଷତାର ସହିତ ଗ୍ରହଣ କରିବାରେ ସକ୍ଷମ କି ନୁହେଁ ତାହା ଆମକୁ ଜଣାନାହିଁ ବୋଲି ମଧ୍ୟ ସେ କହିଛନ୍ତି।

coconut

ଯେବେଠାରୁ କୋଭିଡ୍-୧୯ ମହାମାରୀ ଭାରତକୁ ଆସିଛି, ଭାରତୀୟ ବିକଳ୍ପ ଔଷଧ ବ୍ୟବହାର ଉପରେ ଏକ ବିତର୍କ ଆରମ୍ଭ ହୋଇଯାଇଛି। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ହୋମିଓପାଥି ଏବଂ ଆୟୁର୍ବେଦର ବ୍ୟବହାରକୁ ଭାରତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଅନୁମୋଦନ ମଧ୍ୟ ଦେଇଛନ୍ତି।

Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe