ଜଣେ ପୁଲିସ ଅଧିକ୍ଷକ ସାଜିଲେ ଅନ୍ୟମାନଙ୍କ ପାଇଁ ଉଦାହରଣ: ଜାଣନ୍ତୁ କଣ?

କୁହାଯ଼ାଏ ଗରିବ କିମ୍ବା ମଧ୍ୟବିତ ପରିବାରର ପିଲାମାନଙ୍କ ପାଇଁ ବେସରକାରୀ ସ୍କୁଲରେ ପଢିବା ସାତସପନ। କାରଣ ଗରିବ ଲୋକଟି ଅଧିକ ପଇସା ଦେଇ ତା ପିଲାଟିକୁ ପ୍ରାଇଭଟେ ସ୍କୁଲରେ ପାଠ ପଢାଇ ପାରେନି। ଅନ୍ୟପଟେ ଦେଶରେ ଅନେକ ବାବୁ ଅଛନ୍ତି ଯିଏ ତାଙ୍କ ପିଲାକୁ ବିଳାସ ବେସନ ସହ ଏସି ରୁମ୍‌ରେ ପାଠ ପଢାଇବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ବେସରକାରୀ ସ୍କୁଲରେ ନାମ ଲେଖାଇଥାନ୍ତି। ଆମ ଦେଶରେ ଏମିତି ଅନେକ ନେତା ମନ୍ତ୍ରୀ […]

school1

school1

Rakesh Mallick
  • Published: Friday, 04 August 2017
  • Updated: 04 August 2017, 11:11 PM IST

କୁହାଯ଼ାଏ ଗରିବ କିମ୍ବା ମଧ୍ୟବିତ ପରିବାରର ପିଲାମାନଙ୍କ ପାଇଁ ବେସରକାରୀ ସ୍କୁଲରେ ପଢିବା ସାତସପନ। କାରଣ ଗରିବ ଲୋକଟି ଅଧିକ ପଇସା ଦେଇ ତା ପିଲାଟିକୁ ପ୍ରାଇଭଟେ ସ୍କୁଲରେ ପାଠ ପଢାଇ ପାରେନି। ଅନ୍ୟପଟେ ଦେଶରେ ଅନେକ ବାବୁ ଅଛନ୍ତି ଯିଏ ତାଙ୍କ ପିଲାକୁ ବିଳାସ ବେସନ ସହ ଏସି ରୁମ୍‌ରେ ପାଠ ପଢାଇବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ବେସରକାରୀ ସ୍କୁଲରେ ନାମ ଲେଖାଇଥାନ୍ତି। ଆମ ଦେଶରେ ଏମିତି ଅନେକ ନେତା ମନ୍ତ୍ରୀ ତଥା ପୁଞ୍ଜିପତି ଅଛନ୍ତି ଯେଉଁମାନେ ସରକାରୀ ସ୍କୁଲ ବିଷୟରେ ପ୍ରଶଂସା କରି ବଡ ବଡ ଭାଷଣ ତ ମାରନ୍ତି କିନ୍ତୁ ସେମାନଙ୍କ ପିଲାଙ୍କୁ ପ୍ରାଇଭେଟ ସ୍କୁଲରେ ପାଠ ପଢାନ୍ତି। ହେଲେ ଏମାନଙ୍କ ମଧ୍ୟରୁ ବ୍ୟତିକ୍ରମ ହେଉଛନ୍ତି ଛତିଗଡର ପୁଲିସ ଅଧିକ୍ଷକ ଡି. ରବିଶଙ୍କର।

ରବିଶଙ୍କର ପୋଲିସ ବିଭାଗର ଏକ ଉଚ୍ଚ ପଦବୀରେ ରହି ମଧ୍ୟ ତାଙ୍କ ଝିଅକୁ ସରକାରୀ ସ୍କୁଲରେ ଆଡମିଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରବିଶଙ୍କର ହେଉଛନ୍ତି ଜଣେ ଉଦାରବାଦି ମଣିଷ। ସେ ଉଚ୍ଚ, ନିଚ୍ଚ ଓ ଧନି ଗରିବ ଭେଦ ଭାବ ନ ରଖି ସାଧାରଣ ଜୀବନ ଯାପନରେ ବିଶ୍ୱାସ ରଖନ୍ତି। ସେ କୁହନ୍ତି ବିଶ୍ୱରେ ସମସ୍ତେ ସମାନ। ସମସ୍ତଙ୍କ ପାଖରେ ପ୍ରତିଭା ରିହିଛି । ନିଜର ଦକ୍ଷତାକୁ ବ୍ୟବହାର କରିପାରିଲେ ସମସ୍ତେ ଆଗକୁ ଯାଇପାରିବେ ଓ ସରକାରୀ-ବେସରାକାରୀ ବିଦ୍ୟାଳୟରେ କୌଣସି ଫରକ ରହିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos