କାଲିଫର୍ଣ୍ଣିଆ: ଆପଣ ଅନେକ ବିବାହ ଦେଖିଥିବେ। ଅନେକ ବିବାହ ସଂପର୍କରେ ଶୁଣିଥିବେ ମଧ୍ୟ। କିନ୍ତୁ ଆଜି ଆମେ ଏପରି ଏକ ବିବାହ ସମ୍ପର୍କରେ କହିବୁ ଯାହା ବିଷୟରେ ଶୁଣିଲା ମାତ୍ରେ ଆପଣ ଚକିତ ହୋଇଯିବେ। କାଲିଫର୍ଣ୍ଣିଆରେ ରହୁଥିବା ଜେମ୍ସ (୩୫) ଓ ଏସ୍ଲେ (୩୨) ୧୭ ହଜାର ଫୁଟ୍ ଉଚ୍ଚତା ବିଶିଷ୍ଟ ମାଉଣ୍ଟ୍ ଏଭରେଷ୍ଟରେ ବିବାହ କରିଛନ୍ତି।
ଏଭରେଷ୍ଟରେ ବିବାହ କରିବା ସେମାନଙ୍କର ସ୍ୱପ୍ନ ଥିଲା। ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ପ୍ରାୟ ଏକ ବର୍ଷ ହେଲା ସେମାନେ ଯୋଜନା ପ୍ରସ୍ତୁତ କରିଥିଲେ। ପାରମ୍ପରିକ ବିବାହଠାରୁ କିଛି ଅଲଗା କରିବାକୁ ଚାହୁଁଥିଲେ। ସେଥିପାଇଁ ସେମାନେ ହଜାରେ ମାଇଲ୍ ଯାତ୍ରା କରି ନେପାଳରେ ପହଞ୍ଚିଥିଲେ। ତା’ପରେ ୧୭ ହଜାର ଫୁଟ୍ ଉଚ୍ଚ ଏଭରେଷ୍ଟ ଆରୋହଣ କରିଥିଲେ। ଫଟୋ ଉଠାଇବା ପାଇଁ ସେମାନେ ନିଜ ସହିତ ଆଡ୍ଭେଞ୍ଚର ୱେଡିଙ୍ଗ୍ ଫଟୋଗ୍ରାଫର ଚାର୍ଲଟୋନ୍ ଚର୍ଚ୍ଚିଲଙ୍କୁ ନେଇ ଯାଇଥିଲେ। ଫଟୋଗ୍ରାଫର ସେମାନଙ୍କର ଅନେକ ଫଟୋ ଉଠାଇଛନ୍ତି। ନିକଟରେ ଏହି ଦମ୍ପତି ସେମାନଙ୍କର ଉକ୍ତ ଫଟୋଗୁଡ଼ିକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି।
ସୌଜନ୍ୟ- ଦୈନିକ ଭାସ୍କର
ଫଟୋ-ଦୈନିକ ଭାସ୍କର
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।