ଭୁବନେଶ୍ୱରରେ ଦୁର୍ଗାପୂଜା: ମନ ମୋହୁଛି ଭଳିକି ଭଳି ତୋରଣ

ଭୁବନେଶ୍ୱର (ରାକେଶ ମଲ୍ଲିକ): ଚାଲିଛି ମହିଷାମର୍ଦିନୀ ମା’ ଦୁର୍ଗାଙ୍କ ପୂଜା। ଧରାପୃଷ୍ଠକୁ ମା’ଙ୍କ ଆଗମନ ପରେ ଉତ୍ସବମୁଖର ହୋଇ ଉଠିଛି ପରିବେଶ। ମା’ଙ୍କ ଆରାଧନାରେ ପୀଠ ମନ୍ଦିର ଓ ପୂଜା ମଣ୍ଡପ ପ୍ରକମ୍ପିତ ହେଉଛି। ସୁନା, ରୁପା ସହ ରଙ୍ଗବେରଙ୍ଗ ଆଲୋକମାଳା ଓ ସୁଉଚ୍ଚ ତୋରଣ ବେଶ ଆକର୍ଷଣୀୟ ହୋଇଛି। ସୁନା ଓ ରୁପାର ତାରକସି କାମ ପାଇଁ କଟକ ଦୁର୍ଗାପୂଜା ବେଶ ପ୍ରସିଦ୍ଧ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଆକର୍ଷଣ ହେଉଛି ବିଭିନ୍ନ ପ୍ରକାରର ତୋରଣ। […]

jharpada

jharpada

Rakesh Mallick
  • Published: Monday, 10 October 2016
  • Updated: 10 October 2016, 04:22 PM IST

Sports

Latest News

ଭୁବନେଶ୍ୱର (ରାକେଶ ମଲ୍ଲିକ): ଚାଲିଛି ମହିଷାମର୍ଦିନୀ ମା’ ଦୁର୍ଗାଙ୍କ ପୂଜା। ଧରାପୃଷ୍ଠକୁ ମା’ଙ୍କ ଆଗମନ ପରେ ଉତ୍ସବମୁଖର ହୋଇ ଉଠିଛି ପରିବେଶ। ମା’ଙ୍କ ଆରାଧନାରେ ପୀଠ ମନ୍ଦିର ଓ ପୂଜା ମଣ୍ଡପ ପ୍ରକମ୍ପିତ ହେଉଛି। ସୁନା, ରୁପା ସହ ରଙ୍ଗବେରଙ୍ଗ ଆଲୋକମାଳା ଓ ସୁଉଚ୍ଚ ତୋରଣ ବେଶ ଆକର୍ଷଣୀୟ ହୋଇଛି। ସୁନା ଓ ରୁପାର ତାରକସି କାମ ପାଇଁ କଟକ ଦୁର୍ଗାପୂଜା ବେଶ ପ୍ରସିଦ୍ଧ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରର ଆକର୍ଷଣ ହେଉଛି ବିଭିନ୍ନ ପ୍ରକାରର ତୋରଣ। କହିବାକୁ ଗଲେ ରାଜଧାନୀର ପୂଜାମଣ୍ଡପମାନଙ୍କ ମଧ୍ୟରେ ଯେମିତି ତୋରଣ ପ୍ରତିଯୋଗିତା ଦେଖିବାକୁ ମିଳୁଛି। କେଉଁଠି କାଚ ଓ କାଚଗୁଣ୍ଡରେ ତୋରଣ ନିର୍ମାଣ ହୋଇଛି ତ ଆଉ କେଉଁଠି କଦଳୀପତ୍ର ଓ ପାଟୁକା ତୋରଣକୁ ଦେଇଛି ଜୀବନ୍ତ ରୂପ। ପ୍ଲାଏ, ଫାଇବର ଓ ରଙ୍ଗୀନ କପଡ଼ାରେ ତିଆରି ହୋଇଛି ଆହୁରି ଅନେକ ତୋରଣ।

କାଚ ତୋରଣ

rasul

ରସୁଲଗଡ଼ ପୂଜା କମିଟି ଚଳିତବର୍ଷ ଭେଟି ଦେଇଛି ସୁଉଚ୍ଚ କାଚ ତୋରଣ। ୭୫ ଫୁଟ ଉଚ୍ଚ ଓ ୧୨୦ ଫୁଟ୍‌ ଓସାରରେ ବିଶିଷ୍ଟ ଏହି ତୋରଣ ନିର୍ମାତ ହୋଇଛି କାଚ ଓ କାଚଗୁଣ୍ଡରେ। କାରିଗରଙ୍କ ସୁକ୍ଷ୍ମ କାରୁକାର୍ଯ୍ୟ ଏହାକୁ କରିଛି ଜୀବନ୍ତ। ଯାହା ବେଶ ଆକର୍ଷଣୀୟ ହୋଇଛି। ତୋରଣର ମୁଖ୍ୟ ଆକର୍ଷଣ ହୋଇଛି, ଏଥିରେ ଲାଗିଥିବା ୬ଟି ଏଲ୍‌ଇଡି। ଏହାସହ ଷଷ୍ଠୀଠାରୁ ଆରମ୍ଭ କରି ଦଶମୀ ପର୍ଯ୍ୟନ୍ତ ଲୋକଙ୍କ ମନୋରଞ୍ଜନ ପାଇଁ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ତୋରଣ ସହିତ ୫ଟି ଆଲୋକ ତୋରଣ ବେଶ ଆକର୍ଷଣୀୟ ହୋଇଛି।

ମାୟାମହଲ

jharpada

ବାଉଁଶ, କାଠବିଟ୍‌, ସନ୍‌ପ୍ୟାକ୍‌ ଓ ୟୁନିଫୋମରେ ତିଆରି ଝାରପଡ଼ାର ମାୟାମହଲ ତୋରଣ ହେଉଛି ରାଜଧାନୀର ଅନ୍ୟତମ ଆକର୍ଷଣ। ୮୦ ଫୁଟ୍‌ ଉଚ୍ଚା ଓ ୧୨୦ ଫୁଟ ଓସାର ଏହି ତୋରଣ ପାଖରେ ପହଞ୍ଚି ଗଲେ ସେତେ ଯେମିତି ଲାଗୁଛି କୌଣସି ମାୟା ନଗରୀରେ ପହଞ୍ଚି ଯିବା ପରି। ତୋରଣର ଅନ୍ୟତମ ଆକର୍ଷଣ ହେଉଛି, ଏହାର ଉଦ୍ୟାନ। ଏହାସହ କମିଟି ପକ୍ଷରୁ ୩ଟି ଆଲୋକ ତୋରଣ ଓ ୫ଟି ଏଲ୍‌ଇଡି ଆଲୋକ ତୋରଣ ନିର୍ମାଣ କରାଯାଇଛି।

ରାଜସ୍ଥାନର ରାଜପ୍ରସାଦ

satyanagar

ସତ୍ୟନଗର ପୂଜା କମିଟି ଚଳିତବର୍ଷ ଭେଟି ଦେଇଛି ରାଜସ୍ଥାନର ରାଜପ୍ରସାଦ। ଏହି ତୋରଣର ବିଶେଷତ୍ୱ ହେଲା ଏହା ଅଦରକାରୀ କଦଳୀ ପତ୍ର ଓ ପାଟୁକାରେ ନିର୍ମାଣ କରାଯାଇଛି। ୭୫ ଫୁଟ୍‌ ଉଚ୍ଚା ଓ ୭୦ ଫୁଟ ଓସାରର ଏହି ତୋରଣ ବେଶ ଆକର୍ଷଣୀୟ ହୋଇଛି। ତୋରଣରେ ସ୍ଥାନ ଦିଆଯାଇଛି ରାମାୟଣ ଓ ମହାଭାରତର କଥାବସ୍ତୁ। ଏହି ପୂଜା କମିଟିର ମୁଖ୍ୟ ଆକର୍ଷଣ ହେଲା ସମୂହ ଆଳତି। ୩୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ଏକାଠି ଆଳତି କରିବା ଦେଖି ଦେଖିବାକୁ ମିଳିଥାଏ। ପୂଜାକୁ ଆକର୍ଷଣୀୟ କରିବାକୁ କମିଟି ପକ୍ଷରୁ ୮ଟି ଆଲୋକ ତୋରଣ ଓ ୧୨୦ଟି ଏଲଇଡି ବୋର୍ଡ ଲଗାଯାଇଛି।

ବାହୁବଳୀ ପ୍ୟାଲେସ୍‌

bahubali1

ଭାରତୀୟ ସିନେମା ଜଗତରେ ସର୍ବାଧିକ ରୋଜଗାର କରିଥିବା ବହୁ ଚର୍ଚ୍ଚିତ ଫିଲ୍ମ ‘ବାହୁବଳୀ’ର ପ୍ୟାଲେସ ରାଜଧାନୀରେ ଚଳିତବର୍ଷ ଆଉ ଏକ ଆକର୍ଷଣ ସାଜିଛି। ଷ୍ଟେସନ୍‌ ବଜାର ପକ୍ଷରୁ ତିଆରି କରାଯାଇଥିବା ବାହୁବଳୀ ପ୍ୟାଲେସ୍‌ର ଅବିକଳ ନକଲ ଦେଖିବାକୁ ଲୋକଙ୍କ ଭିଡ ଜମୁଛି। ୧୨୦ ଫୁଟ ଓସାର ଓ ୪୫ ଫୁଟ୍‌ ଉଚ୍ଚର ଏହି ତୋରଣ ନିର୍ମାଣରେ ବ୍ୟବହାର ହୋଇଛି ପ୍ଲାଏ ଓ ଫାଇବର। ଏହାସହ ଅବହେଳିତ ହୋଇ ପଡିଥିବା ୬୪ ଯୋଗୀନଙ୍କ ମୂର୍ତ୍ତିକୁ ତୋରଣା ଭିତର ପାର୍ଶ୍ୱରେ ସ୍ଥାନ ଦିଆଯାଇଛି। ଏହାସହ ୫ଟି ଆଲୋକ ତୋରଣ କରାଯାଇଛି।

ସବୁ ବର୍ଷ ପରି ଭୋଟିଂ ଆଧାରରେ କମିଟି ବହୁବଳୀ ପ୍ୟାଲେସ୍‌ ନିର୍ମାଣ କରିଛି। ୫ଟି ମଡେଲ୍‌ ମଧ୍ୟରୁ ଗୋଟିଏ ବାଛିବାକୁ କମିଟି ପକ୍ଷରୁ କୁପନ୍‌ ବ୍ୟବସ୍ଥା କରାଯାଇଥିଲା। ଏଥିରେ ପ୍ରାୟ ୩୭,୦୦୦ ରାଜଧାନୀ ବାସୀ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ବାହୁବଳୀ ପ୍ୟାଲେସ୍‌କୁ ସର୍ବାଧିକ ଭୋଟ୍‌ ମିଳିଥିଲା।

ଗୁଜରାଟର ସ୍ୱାମୀ ନାରାୟଣ ମନ୍ଦିର

sahidnagar

ସହିଦ ନଗର ପୂଜା କମିଟି ପକ୍ଷରୁ ନିର୍ମାଣ କରାଯାଇଛି ଗୁଜରାଟର ସ୍ୱାମୀ ନାରାୟଣ ମନ୍ଦିର। ଏଥିରେ ମା’ ଦୁର୍ଗାଙ୍କ ସହ ସାଇବାବା ମୂର୍ତ୍ତି ସ୍ଥାନ ଦିଆଯାଇଛି। ତେବେ ମା’ଙ୍କ ଚାନ୍ଦିମେଢ଼ ଦେଖିବାକୁ ଜମୁଛି ଲକ୍ଷ ଲକ୍ଷ ଲୋକଙ୍କ ଭିଡ। ଅଢେଇ କ୍ୱିଣ୍ଟାଲ ରୁପାରେ ନିର୍ମାଣ ହୋଇଛି ଏହି ମେଢ଼।

ସେହିପରି ନୟାପଲ୍ଲୀ ପୂଜା କମିଟି ପକ୍ଷରୁ ନିର୍ମିତ ନେପାଳର ଜାନକୀ ମନ୍ଦିର, ପଳାସୁଣୀରେ ହରିୟାଣାର ହୁମ୍ବେକେଶ୍ୱର ମନ୍ଦିର, ଡମଣାରେ କାଳ୍ପନିକ ରାଜପ୍ରସାଦ, ୟୁନିଟ୍‌-୧ରେ ତୋରଣରେ ମହାଭାରତ କଥାବସ୍ତୁ ଉପରେ ଆଧାରିତ ତୋରଣ ଓ ବରଗଡ଼ରେ ରାଜସ୍ଥାନର ରନକପୁର ମନ୍ଦିର ବେଶ ଆକର୍ଷଣୀୟ ହୋଇଛି।

[caption id="attachment_105699" align="alignleft" width="700"]barmunda ବରମୁଣ୍ଡା ଦୁର୍ଗାପୂଜା ତୋରଣ[/caption]

ରାଜଧାନୀରେ ଚଳିତବର୍ଷ ୧୭୨ ପୂଜା ମଣ୍ଡପରେ ମା’ଙ୍କ ଆରଧାନା ଚାଲିଛି। ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos