ଅବିଶ୍ୱସନୀୟ ଘଟଣା: ୭୫ ବର୍ଷ ତଳେ ନିଖୋଜ ଥିଲେ, ଏବେ ମିଳିଲା ମୃତଦେହ

ଦିନେ ନୁହେଁ କି ଦୁଇଦିନ ନୁହେଁ ୭୫ ବର୍ଷ ହେଲା ସେମାନେ ନିଖୋଜ ଥିଲେ, ଏବେ ମିଳିଛନ୍ତି। ଯଦିଓ ଜୀବନ୍ତ ମିଳିନାହାନ୍ତି ତଥାପି ସେମାନଙ୍କ ମିଳିବା ତାଙ୍କ ପରିବାର ପାଇଁ ବହୁତ ବଡ଼ କଥା। ଆମେ କହୁଛୁ ସୁଇଜରଲ୍ୟାଣ୍ଡର ଏକ ଦମ୍ପତି ଜାକର ମାର୍ସେଲିନ ଏବଂ ତାଙ୍କ ପତ୍ନୀ ଫ୍ରେସିଂନଙ୍କ ବିଷୟରେ। ନିଖୋଜ ହେବାର ୭୫ ବର୍ଷ ପରେ ଏବେ ସେମାନଙ୍କ ମୃତଦେହ ସ୍ୱିଜରଲ୍ୟାଣ୍ଡର ସୋନ୍‌ଫ୍ଲେୟୁରାନ୍ସ ଗ୍ଲେସେରିୟରୁ ଉଦ୍ଧାର କରାଯାଇଛି। ନିଜର ୫ ପୁଅ ଓ ଦୁଇ […]

swiss-couple

swiss-couple

Rakesh Mallick
  • Published: Monday, 24 July 2017
  • Updated: 24 July 2017, 05:46 PM IST

Sports

Latest News

ଦିନେ ନୁହେଁ କି ଦୁଇଦିନ ନୁହେଁ ୭୫ ବର୍ଷ ହେଲା ସେମାନେ ନିଖୋଜ ଥିଲେ, ଏବେ ମିଳିଛନ୍ତି। ଯଦିଓ ଜୀବନ୍ତ ମିଳିନାହାନ୍ତି ତଥାପି ସେମାନଙ୍କ ମିଳିବା ତାଙ୍କ ପରିବାର ପାଇଁ ବହୁତ ବଡ଼ କଥା। ଆମେ କହୁଛୁ ସୁଇଜରଲ୍ୟାଣ୍ଡର ଏକ ଦମ୍ପତି ଜାକର ମାର୍ସେଲିନ ଏବଂ ତାଙ୍କ ପତ୍ନୀ ଫ୍ରେସିଂନଙ୍କ ବିଷୟରେ। ନିଖୋଜ ହେବାର ୭୫ ବର୍ଷ ପରେ ଏବେ ସେମାନଙ୍କ ମୃତଦେହ ସ୍ୱିଜରଲ୍ୟାଣ୍ଡର ସୋନ୍‌ଫ୍ଲେୟୁରାନ୍ସ ଗ୍ଲେସେରିୟରୁ ଉଦ୍ଧାର କରାଯାଇଛି।

ନିଜର ୫ ପୁଅ ଓ ଦୁଇ ଝିଅଙ୍କୁ ଘରେ ଛାଡି ଦମ୍ପତି ବାହାରକୁ ଯାଇ ଆଉ ଫେରି ନ ଥିଲେ। ଦିନ ପରେ ଦିନ ବିତି ଯାଇଥିଲା, ହେଲେ ସେମାନଙ୍କ କୌଣସି ଖୋଜ ଖବର ମିଳି ନ ଥିଲା। ଏହା ମଧ୍ୟରେ ଦମ୍ପତିଙ୍କ ୫ଟି ପିଲାଙ୍କ ମୃତ୍ୟୁ ଘଟି ସାରିଲାଣି। ଏବେ ମିଳିଥିବା ଦମ୍ପତିଙ୍କ ମୃତଦେହ ବରଫରେ ପୋତି ହୋଇ ଥିବାରୁ ସୁରକ୍ଷିତ ଅଛି। ବାପାମାଆଙ୍କ ମୃତଦେହ ମିଳିବା ପରେ ଜୀବିତ ଥିବା ଦୁଇ ପିଲା ଭାବବିହ୍ୱଳ ହୋଇପଡିଛନ୍ତି। ଏବେ ସେମାନେ ବାପାମାଆଙ୍କ ଅନ୍ତିମ ସଂସ୍କାର କରିବାକୁ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟମାନେ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos