କେଉଁ ରାଜ୍ୟରେ କେଉଁ ଶାଢିର ଡିମାଣ୍ଡ

ଭାରତୀୟ ନାରୀ।  ଏହା କହିଲାମାତ୍ରେ ଆଖି ସାମ୍ନାକୁ ଚାଲିଆସେ  ଜଣେ ଶାଢି ପିନ୍ଧା ସୁନ୍ଦର ନାରୀର ଚେହେରା। ଜଣେ ନାରୀ ଯେତେ ଡିଜାଇନର ପୋଶାକ ପିନ୍ଧୁ ନା କାହିଁକି ଶାଢୀରେ ତାର ସୌନ୍ଦର୍ଯ୍ୟ ନିଆରା । କାରଣ ଶାଢି ତାକୁ ବେଶ ମାନେ। ଆଉ  ଭାରତର ବିଭିନ୍ନ ପ୍ରାନ୍ତରେ  ରହିଛି ସ୍ୱତନ୍ତ୍ର କିଶମର ଶାଢି। ଭଳିକି ଭଳି ଡିଜାଇନ।  ଆଉ ଆକର୍ଷଣୀୟ ମଧ୍ୟ। ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରସିଦ୍ଦ ସ୍ଥାନର ସ୍ୱତନ୍ତ୍ର ଶାଢି ସମ୍ପର୍କରେ।

୧-ତାନ୍ତ (ପଶ୍ଚିମବଙ୍ଗ)

ଏହା ପଶ୍ଚିମବଙ୍ଗର ପାରମ୍ପରିକ ଶାଢି। କଟନରେ ତିଆରି ଏହି ଶାଢି ବେଶ  ହାଲକା ଓ ପିନ୍ଧିବା ପାଇଁ ଆରାମଦାୟକ ହୋଇଥାଏ । ଏଥିରେ ଥିବା ବର୍ଡ଼ର ଶାଢିକୁ ଆକର୍ଷଣୀୟ କରିଥାଏ ।

tant

 

୨-କାଶଭୁ(କେରଳ)

ଏହାକୁ ଶେତୁ ଶାଢି ମଧ୍ୟ କୁହାଯାଏ । ଶାଢିର ଅଧାଭାଗ ଦେଖିଲେ ଲାଗିବ ସତେ ଯେମିତି ଏହା ଧୋତିଭଳି  । ଏହା କେରଳର ପାରମ୍ପରିକ ଶାଢି। ଏହି ଶାଢିକୁ ଆହୁରି ସୁନ୍ଦର ପାଇଁ ଏବେ ଏଥିରେ ସୁନେଲି ରଙ୍ଗର ବର୍ଜର ରଖାଯାଉଛି।

kasavu

୩-କାଞ୍ଛି ବରମ(ତାମିଲନାଡୁ)

ଏହାକୁ ଶାଢିର ରାଣୀ କୁହାଯାଏ। ଏହା ହେଉଛି ସିଲ୍କ ଶାଢି। ବର୍ଡ଼ର ଓ ଡିପ୍ କଲର ଏହାକୁ ଆକର୍ଶଣୀୟ କରିଥାଏ ।

 

kanjivaram

୪-ବୋମକାଇ (ଓଡ଼ିଶା )

ଏହା ସୋନପୁରି ସିଲ୍କ ନାଁରେ ପରିଚିତ । ଏହି ଶାଢିକୁ ଇକାଟରେ ତିଆରି କରାଯାଇଥାଏ । ଏଥିରେ ଉଭୟ ସିଲ୍କ ଓ କଟନ ମିଶ୍ରଣ ଥାଏ।

bomkai

୫-ସମ୍ୱଲପୁରୀ (ଓଡ଼ିଶା)

ଓଡ଼ିଶାର ସମ୍ୱଲପୁରରେ ବିଭିନ୍ନ ଟେକ୍‌ନିକରେ ଏହି ଶାଢିକୁ ତିଆରି କରାଯାଇଥାଏ । ଏହି ଶାଢିକୁ ତିଆରି କରିବା ପୂର୍ବରୁ ଏଥିରେ ଭଲ ଭାବରେ ରଙ୍ଗ ଦିଆଯାଇଥାଏ।  ଫଳରେ ଏହାର ରଙ୍ଗ ଫିକା ପଡ଼େନି।

sambalpuri

୬-ପଇଠାନି (ମହାରାଷ୍ଟ୍ର)

ଏହା ଓରାଙ୍ଗବାଦରେ ତିଆରି ହୋଇଥାଏ ।  ଏଥିରେ ଥିବା ଜରି ବର୍ଡ଼ର ଓ ମୟୁର ଡିଜାଇନ ଶାଢିକୁ ଖୁବ୍‌ ଆକର୍ଷଣୀୟ କରିଥାଏ ।

paithani

୭-ବାନ୍ଧିନି(ଗୁଜୁରାଟ)

ଏହା ଉଭୟ ଗୁଜରାଟ ଓ ରାଜସ୍ଥାନର ପ୍ରସିଦ୍ଧ ଶାଢି।

bandhani

୮-ମୁଗା(ଆସାମ)

ଆସାମର ପ୍ରସିଦ୍ଧ ଶାଢି ହେଉଛି ମୁଗା। ଏହା ଏକ ସୁନେଲି ରଙ୍ଗର ତାରରେ ତିଆରି ହୋଇଥାଏ।  ଏହି ତାର କେବଳ ଆସାମରେ ହିଁ ମିଳିଥାଏ ।

 

muga

୧୦-ବନାରସି(ବାରାଣାସି)

ସୁନେଲି ଓ ରୂପେଲି ରଙ୍ଗର ଜରି କାମ ପାଇଁ ବନାରସି ଶାଢି ପ୍ରସିଦ୍ଧ । ଏଠାକାର ଗୋଟିଏ ବନାରସି ଶାଢିକୁ ତିଆରି ପାଇଁ ଏକ ବର୍ଷ ସମୟ ଲାଗିଥାଏ।

banarasi

୧୦-ପୋଚାମପାଲି (ତେଲେଙ୍ଗ।ନା)

ଆନ୍ଧ୍ରପ୍ରଦେଶର ବୋଧାନ ସହରରେ ଏହି ଶାଢି ତିଆରି କାରାଯାଇଥାଏ। ଏହା ସାଧାରଣତଃ ଇକାଟରରେ ତିଆରି ହୋଇଥାଏ ।

pochampally

୧୧-ଚନଦେରି (ମଧ୍ୟପ୍ରଦେଶ)

ସିଲ୍କ, ଜରି ଓ କଟନ ଉଭୟ ମିଶ୍ରଣରେ ଏହି ଶାଢି ତିଆରି ହୋଇଥାଏ ।

chanderi୧୨-କୋନାର୍ଡ(ତାମିଲନାଡୁ)

ଏହା ଟେମ୍ପଲ ଶାଢି ନାଁରେ  ବେସ ପରିଚିତ। ମୋଟା ବର୍ଡ଼ର ଥିବା ଏହି ଶାଢି ଦେଖିବାକୁ ଖୁବ ସୁନ୍ଦର ।

konrad୧୩-ଲେହେରିଆ(ରାଜସ୍ଥାନ)

ଏହା ରାଜସ୍ଥାନର ପ୍ରସିଦ୍ଧ ଶାଢି।

lehriya

୧୪-ଫୁଲକରି(ପଞ୍ଜ।ବ)

ଏହି ଶାଢିରେ ଫୁଲ ଡିଜାଇନ ଥିବାରୁ ଏହାର ନାଁ ଫୁଲକରି ରହିଛି ।

phulkari

୧୫-ଚିକାନକରି (ଲକ୍ଷ୍ନୌ)

ଏହି ଶାଢି ଲକ୍ଷ୍ନୌରେ ଖୁବ୍‌ ପ୍ରସିଦ୍ଧ।

chikankari