ପ୍ରତିବର୍ଷ ୫୦୦୦ କି.ମି. ଅତିକ୍ରମ କରି ନିଜ ତ୍ରାଣକର୍ତ୍ତାଙ୍କ ପାଖକୁ ଫେରିଆସେ ପେଙ୍ଗୁଇନ୍‌ ‘ଡିନ୍‌ଡିମ୍‌’

ବ୍ରାଜିଲିଆ: ଦୁନିଆରେ ଯେଉଁଠି ଭଲପାଇବା ଅଛି ସେଠି ସମ୍ପର୍କ ଅତି ସୁଦୃଢ଼ ହୋଇଥାଏ। ମଣିଷ ମଣିଷ ହେଉ ଅବା ପଶୁପକ୍ଷୀଙ୍କ ମଧ୍ୟରେ ହେଉ, ପ୍ରେମ ଓ ଭଲ ପାଇବାର ସମ୍ପର୍କ ସବୁବେଳେ ଅତୁଟ ଓ ସ୍ୱର୍ଗୀୟ। କେବଳ ଗୋଟିଏ ମଣିଷ ଅନ୍ୟ ଜଣେ ମଣିଷ ସହ ଭଲ ସମ୍ପର୍କ ରଖିବ ଓ ଗୋଟିଏ ପ୍ରାଣୀ ତା’ ପ୍ରଜାତିର ଅନ୍ୟ ଏକ ପ୍ରାଣୀ ସହ ସମ୍ପର୍କ ରଖିବ ଏ କଥା ଭୁଲ ପ୍ରମାଣିତ ହୋଇଛି ବ୍ରାଜିଲର ଜିଓ ପେରେଇରା […]

penguin-1

penguin-1

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 11:55 AM IST

Sports

Latest News

ବ୍ରାଜିଲିଆ: ଦୁନିଆରେ ଯେଉଁଠି ଭଲପାଇବା ଅଛି ସେଠି ସମ୍ପର୍କ ଅତି ସୁଦୃଢ଼ ହୋଇଥାଏ। ମଣିଷ ମଣିଷ ହେଉ ଅବା ପଶୁପକ୍ଷୀଙ୍କ ମଧ୍ୟରେ ହେଉ, ପ୍ରେମ ଓ ଭଲ ପାଇବାର ସମ୍ପର୍କ ସବୁବେଳେ ଅତୁଟ ଓ ସ୍ୱର୍ଗୀୟ। କେବଳ ଗୋଟିଏ ମଣିଷ ଅନ୍ୟ ଜଣେ ମଣିଷ ସହ ଭଲ ସମ୍ପର୍କ ରଖିବ ଓ ଗୋଟିଏ ପ୍ରାଣୀ ତା’ ପ୍ରଜାତିର ଅନ୍ୟ ଏକ ପ୍ରାଣୀ ସହ ସମ୍ପର୍କ ରଖିବ ଏ କଥା ଭୁଲ ପ୍ରମାଣିତ ହୋଇଛି ବ୍ରାଜିଲର ଜିଓ ପେରେଇରା ଡିସୁଜା ଓ ଡିନ୍‌ଡିମ୍‌ଙ୍କ ମଧ୍ୟରେ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଡିନ୍‌ଡିମ୍‌ କୌଣସି ମଣିଷର ନାଁ ନୁହେଁ, ଏକ ପେଙ୍ଗୁଇନ। ଏକ ଦୁର୍ଘଟଣାରୁ ଡିସୁଜା ଡିନ୍‌ଡିମ୍‌କୁ ବଞ୍ଚାଇବା ପରେ ଏମାନଙ୍କ ମଧ୍ୟରେ ଗଢ଼ି ଉଠିଛି ଅତୁଟ ବନ୍ଧନ। ଏବେ ବର୍ଷର ୮ ମାସ ଡିନ୍‌ଡିମ୍‌ ଡିସୁଜାଙ୍କ ସହ ବିତାଉ ଥିବା ବେଳେ ବାକି ୪ ମାସ ଅଣ୍ଡା ଦେବା ସମୟରେ ଆର୍ଜେଣ୍ଟିନା ଓ ଚିଲିକୁ ଚାଲିଯାଇଥାଏ।

penguin-1

ଡିନ୍‌ଡିମ୍‌ ଯେବେ ଡିସୁଜାଙ୍କଠାରୁ ଅଲଗା ହୋଇ ନିଜ ସାଥୀଙ୍କ ପାଖକୁ ଯାଇଥାଏ ପାଖ ପଡ଼ୋଶୀ କହିଥାନ୍ତି, ସେ ଆଉ ଫେରିବ ନାହିଁ। ହେଲେ ସବୁ କଥାକୁ ଭୁଲ ପ୍ରମାଣିତ କରି ୪ ମାସ ଅନ୍ତରରେ ସେ ପୁଣି ଡିସୁଜାଙ୍କ ପାଖକୁ ଫେରି ଆସିଥାଏ।

ଅବସରପ୍ରାପ୍ତ ରାଜମିସ୍ତ୍ରୀ ତଥା ମତ୍ସ୍ୟଜୀବି ଡିସୁଜା (୭୧) ୨୦୧୧ରେ ନିଜ ଗାଁ ନିକଟରେ ଥିବା ରିଓ ଡି ଜେନେରିଓ ଦ୍ୱୀପରେ ଏକ ଛୋଟ ପେଙ୍ଗୁଇନ ଅତ୍ୟନ୍ତ ଦୁର୍ବଳ ଓ ଭୋକିଲା ଅବସ୍ଥାରେ ତେଲ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କୁ ଘରକୁ ନେଇ ଆସିଥିଲେ। ଘରରକୁ ଆଣି ଚିକିତ୍ସା କରିବା ସହ ଯତ୍ନ ନେବାର କିଛିଦିନ ପରେ ପେଙ୍ଗୁଇନ୍‌ଟି ସୁସ୍ଥ ହୋଇଯାଇଥିଲା। ଡିସୁଜା ଖୁସିରେ ତାର ନାଁ ଡିନ୍‌ଡିମ୍‌ ଦେଇଥିଲେ।

ଡିନ୍‌ଡିମ୍‌ ସୁସ୍ଥ ହୋଇଯିବା ପରେ ଡିସୁଜା ତାକୁ ସମୁଦ୍ରରେ ଛାଡିଦେବାକୁ ସ୍ଥିର କରିଥିଲେ। ସେ ଭବିଷ୍ୟତରେ କେବେ ଡିନ୍‌ଡିମ୍‌କୁ ଭେଟିବେ ବୋଲି ଭାବି ନ ଥିଲେ। ହେଲେ କିଛିମାସ ପରେ ସେ ନିଜ ଦ୍ୱୀପରେ ଡିନ୍‌ଡିମ୍‌କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ଡିନ୍‌ଡିମ୍‌ ମଧ୍ୟ ତାଙ୍କ ସହ ଘରକୁ ଚାଲି ଆସିଥିଲା। ଏହା କେବଳ ଗୋଟିଏ ବର୍ଷର କଥା ନୁହେଁ, ୨୦୧୧ରୁ ଏପରି ଧାରା ଚାଲିଆସୁଛି।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଥରେ ଡିସୁଜାଙ୍କ ପାଖକୁ ଆସିବାକୁ ଡନ୍‌ଡିମ୍‌କୁ ୫୦୦୦ କି.ମି. ଅତିକ୍ରମ କରିବାକୁ ପଡୁଛି।

penguin

ଡିସୁଜା କହିଛନ୍ତି, “ଏହି ପେଙ୍ଗୁଇନ୍‌କୁ ମୁଁ ମୋର ପିଲା ଭଳି ଭଲ ପାଏ। ଆଉ ମୁଁ ଜାଣିଛି, ସେ ବି ମୋତେ ବହୁତ ଭଲ ପାଏ। ମୋ ବ୍ୟତୀତ ସେ କାହାରିକୁ ତାକୁ ଛୁଇଁବାକୁ ଦେଇ ନ ଥାଏ। ଯଦି କେହି ତାକୁ ଛୁଇଁବାକୁ ଚେଷ୍ଟା କରେ ତେବେ ସେ ତାକୁ ଖୁମ୍ପିବାକୁ ଗୋଡାଇଥାଏ। ସେ ମୋ ପାଖରେ ସୁଏ, ମୁଁ ତାକୁ ଗାଧୋଇ ଦିଏ। ମୁଁ ତାକୁ ଚୁନ୍ନି (ଗୋଟିଏ ପ୍ରକାର ମାଛ) ଖୁଆଇ ଦେଇଥାଏ।”

ସେ କହିଛନ୍ତି, “ଡିନ୍‌ଡିମ୍‌ ଯେବେ ଅସୁସ୍ଥ ଥିଲା, ପ୍ରତିଦିନ ତାକୁ ମାଛ ଖାଇବାକୁ ଦେଉଥିଲି। ସେ ସୁସ୍ଥ ହେବା ପରେ ତାକୁ ନେଇ ସମୁଦ୍ରରେ ଛାଡ଼ିଥିଲି ଓ ଯିବାକୁ କହିଥିଲି। ହେଲେ ସେ ଯାଇ ନ ଥିଲା। ସେ ମୋ ସହ ୧୧ ମାସ ରହିବା ପରେ ଯାଇଥିଲା। ପ୍ରତିବର୍ଷ ଜୁନ୍‌ରେ ସେ ଫେରି ଆସି ଫେବୃୟାରୀରେ ଲେଉଟି ଯାଇଥାଏ। ପ୍ରତିବର୍ଷ ସେ ଫେରିବା ବେଳେ ମୋତେ ବହୁତ ଖୁସି ଲାଗିଥାଏ।”

ପ୍ରାଣୀ ବିଜ୍ଞାନୀ ଜୋଆଓ ପାଉଲୋ କ୍ରାଜେୱସ୍କି  କହିଛନ୍ତି, “ମୁଁ ମୋ ଜୀବନରେ ଏମିତି କେବେ ଦେଖି ନ ଥିଲି। ମୁଁ ଭାବୁଛି ଡିସୁଜା ତା’ ପରିବାରର ଏକ ଅଂଶ ବୋଲି ପେଙ୍ଗୁଇନଟି ବିଶ୍ୱାସ କରୁଛି। ଆଉ ଏହା କେବଳ ପେଙ୍ଗୁଇନ୍‌ଙ୍କ କ୍ଷେତ୍ରରେ ହିଁ ସମ୍ଭବ।”

ଅନ୍ୟଜଣେ ବିଶେଷଜ୍ଞ କହିଛନ୍ତି, “ଡିନ୍‌ଡିମ୍‌ ଡିସୁଜାଙ୍କୁ ଆଉ ଗୋଟେ ପେଙ୍ଗୁଇନ୍‌ ବୋଲି ଭାବୁଛି ଓ ସେଥିପାଇଁ ତାଙ୍କ ସହ ଏପରି ବ୍ୟବହାର କରୁଛି।”

ସୌଜନ୍ୟ: ଡେଲି ମେଲ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story