ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ ପରେ ବି ଦୂତୀଙ୍କ ପାଖରେ ନାହିଁ ଭଲ ଜୋତା

ଭୁବନେଶ୍ୱର: ରାଜ୍ୟରେ ଆଥ୍‌ଲେଟ୍‌ମାନଙ୍କୁ ସରକାରୀ ପ୍ରୋତ୍ସାହନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଷ୍ଟାର ଆଥ୍‌ଲେଟ୍‌ ଦୂତୀ ଚାନ୍ଦ। ୧୬ ବର୍ଷ ପରେ ୧୦୦ ମିଟର ମହିଳା ବର୍ଗରେ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିଥିଲେ ମଧ୍ୟ ଦୂତିଙ୍କ ପାଖରେ ଭଲ ଜୋତା ନାହିଁ। ତେଣୁ ସେ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି। କାଜାଖାସ୍ତାନର କସ୍‌ନୋଭା ଅନ୍ତର୍ଜାତୀୟ ଦୌଡକୁଦରେ ଭାଗ ନେଇ ଗତକାଲି ଫେରିଥିବା ଦୂତି ଚାନ୍ଦ  ଆଜି କହିଛନ୍ତି,“ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ପରେ […]

dutee chand

dutee chand

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 08:50 PM IST

Sports

Latest News

OR photoଭୁବନେଶ୍ୱର: ରାଜ୍ୟରେ ଆଥ୍‌ଲେଟ୍‌ମାନଙ୍କୁ ସରକାରୀ ପ୍ରୋତ୍ସାହନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଷ୍ଟାର ଆଥ୍‌ଲେଟ୍‌ ଦୂତୀ ଚାନ୍ଦ। ୧୬ ବର୍ଷ ପରେ ୧୦୦ ମିଟର ମହିଳା ବର୍ଗରେ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିଥିଲେ ମଧ୍ୟ ଦୂତିଙ୍କ ପାଖରେ ଭଲ ଜୋତା ନାହିଁ। ତେଣୁ ସେ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି।

କାଜାଖାସ୍ତାନର କସ୍‌ନୋଭା ଅନ୍ତର୍ଜାତୀୟ ଦୌଡକୁଦରେ ଭାଗ ନେଇ ଗତକାଲି ଫେରିଥିବା ଦୂତି ଚାନ୍ଦ  ଆଜି କହିଛନ୍ତି,“ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ପରେ କିଏ କେତେ ଅର୍ଥ ଦେବାକୁ ଘୋଷଣା କରିଛନ୍ତି ତାହା ମୁଁ ଜାଣି ନାହିଁ। କିନ୍ତୁ ଏତିକି ବିଶ୍ୱାସ ଯେ ମତେ ନିଶ୍ଚିତ ସହାୟତା ମିଳିବ। ସେହି ସହାୟତା ଅର୍ଥରେ ଅଲିମ୍ପିକ ପାଇଁ ଭଲ ଜୋତା ସହ ଅନ୍ୟନ୍ୟ ଆବଶ୍ୟକ ସରଞ୍ଜାମ କିଣିବି।”

ଓଟିଭିକୁ ଆସି ସରକାରଙ୍କ ପ୍ରୋତ୍ସାହନ ଦେବା ସମ୍ପର୍କରେ ଦୂତି କହିଛନ୍ତି,“ଓଡ଼ିଶାରେ ବେଶୀ ଆଥ୍‌ଲେଟ୍‌ ନାହାନ୍ତି। ଯେଉଁମାନେ ଅଛନ୍ତି ଟପ୍‌ ଆଥ୍‌ଲେଟ୍‌। ସେମାନଙ୍କୁ ଆବଶ୍ୟକ ପରିମାଣରେ ସହାୟତା ମିଳୁନାହିଁ। ଆର୍ଥିକ ସହାୟତା ଅଭାବରୁ ଅମୀୟ ମଲ୍ଲିକ ଆଜି ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି। ଯଦି ତାଙ୍କୁ ଆର୍ଥିକ ସହାୟତା ମିଳିଥାନ୍ତା ତେବେ ସେ ଆମେରିକା ଯାଇ ଟ୍ରେନିଂ ନେଇଥାନ୍ତେ ଆଉ ନିଶ୍ଚିତ ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିପାରିଥାନ୍ତେ। ମୁଁ ସରକାରଙ୍କ ନିକଟରେ ଏତିକି ନିବେଦନ କରିବି ଏଥିପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରନ୍ତୁ।”

ସରକାରୀ ପ୍ରୋତ୍ସାହନ ଦିଆ ନ ଯିବା ସମ୍ପର୍କରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରି କ୍ରୀଡ଼ାମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି,“କୃତି କ୍ରୀଡ଼ାବିତ୍‌ଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଦିଆଯାଉଛି। ସହାୟତା ରାଶି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସବୁ ସହାୟତା ଦିଆଯାଉଛି। ପରବର୍ତ୍ତୀ ସମୟରେ କ୍ରୀଡ଼ାବିତ୍‌ଙ୍କ ସହ ଆଲୋଚନା କରି ସେମାନଙ୍କର କ’ଣ ଆବଶ୍ୟକ ତାହା ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ।”

ରିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ ଦୂତି ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ ସମ୍ବର୍ଦ୍ଧିତ କରିଛନ୍ତି। ନୂଆଦିଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱର ଯାଏଁ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story