ସଙ୍କଟରେ ଇଞ୍ଜିନିୟରିଂ ଶିକ୍ଷା: ୪୫ ହଜାର ସିଟ୍‌ରୁ ପୂରଣ ହୋଇଛି ୧୧ ହଜାର, ୩ଟି କଲେଜରେ ଶୂନ ଆଡ୍‌ମିଶନ୍

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇର ପ୍ରଥମ ପର୍ଯ୍ୟାୟ କାଉନସେଲ୍ଂ ସରିବା ପରେ ରାଜ୍ୟର ବୈଷୟିକ ଶିକ୍ଷାର ବାସ୍ତବ ଚିତ୍ର ପଦାରେ ପଡ଼ିଛି। ରାଜ୍ୟରେ ମୋଟ ୯୩ଟି ଇଞ୍ଜିନିୟରିଂ କଲେଜରେ ପ୍ରାୟ ୪୫,୦୦୦ ସିଟ୍ ରହିଛି। ହେଲେ ପ୍ରଥମ ପର୍ଯ୍ୟାୟ କାଉନ୍‌ସେଲିଂ ପରେ ନାମ ଲେଖାଇଛନ୍ତି ମାତ୍ର ୧୧,୦୨୯ ଜଣ। ୩ଟି ଘରୋଇ ଇଞ୍ଜିନିୟରିଂ କଲେଜରେ ଜଣେ ବି ଛାତ୍ରଛାତ୍ରୀ ନାଁ ଲେଖାଇ ନାହାନ୍ତି। ଏଥିରୁ ୨ଟି ଭୁବନେଶ୍ୱରରେ ଥିବା ବେଳେ ଗୋଟିଏ ରାଉରକେଲାରେ […]

lab

lab

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 11:03 PM IST

Sports

Latest News

labଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇର ପ୍ରଥମ ପର୍ଯ୍ୟାୟ କାଉନସେଲ୍ଂ ସରିବା ପରେ ରାଜ୍ୟର ବୈଷୟିକ ଶିକ୍ଷାର ବାସ୍ତବ ଚିତ୍ର ପଦାରେ ପଡ଼ିଛି। ରାଜ୍ୟରେ ମୋଟ ୯୩ଟି ଇଞ୍ଜିନିୟରିଂ କଲେଜରେ ପ୍ରାୟ ୪୫,୦୦୦ ସିଟ୍ ରହିଛି। ହେଲେ ପ୍ରଥମ ପର୍ଯ୍ୟାୟ କାଉନ୍‌ସେଲିଂ ପରେ ନାମ ଲେଖାଇଛନ୍ତି ମାତ୍ର ୧୧,୦୨୯ ଜଣ। ୩ଟି ଘରୋଇ ଇଞ୍ଜିନିୟରିଂ କଲେଜରେ ଜଣେ ବି ଛାତ୍ରଛାତ୍ରୀ ନାଁ ଲେଖାଇ ନାହାନ୍ତି। ଏଥିରୁ ୨ଟି ଭୁବନେଶ୍ୱରରେ ଥିବା ବେଳେ ଗୋଟିଏ ରାଉରକେଲାରେ ଅଛି। ସେହିପରି ୮ଟି ଇଞ୍ଜିନିୟରିଂ କଲେଜରେ ୧୦ ଜଣରୁ କମ୍ ପିଲା ନାଁ ଲେଖାଇଥିବା ବେଳେ ୩୦ରୁ କମ୍ ଛାତ୍ରଛାତ୍ରୀ ନାମ ଲେଖାଇଥିବା କଲେଜ ସଂଖ୍ୟା ରହିଛି ୨୦। ସିଭିଲ୍, ମେକାନିକାଲ ଭଳି ରାଜ୍ୟରେ ଇଂଜିନିୟରିଂ କଲେଜଗୁଡ଼ିକରେ ମୋଟ ୫୧୫ଟି ବ୍ରାଞ୍ଚ ରହିଥିବା ବେଳେ ୧୨୩ଟି ବ୍ରାଞ୍ଚରେ ଆଦୌ ଆଡ୍‌ମିଶନ ହୋଇନାହିଁ। ସେହିପରି ୩୧୫ଟି ବ୍ରାଞ୍ଚରେ ମାତ୍ର ୮ ଜଣରୁ କମ୍ ଲେଖାଏଁ ଛାତ୍ରଛାତ୍ରୀ ଆଡ୍‌ମିଶନ କରିଛନ୍ତି।

ଓଜେଇଇ ଅଧ୍ୟକ୍ଷ ତୁଷାର କୁମାର ନାଥ କହିଛନ୍ତି,“ରାଜ୍ୟରେ ଇଂଜିନିୟରିଂ ସିଟ୍ ସଂଖ୍ୟା ଅଧିକ ରହିଛି। କିନ୍ତୁ ସେହି ଅନୁସାରେ ଛାତ୍ରଛାତ୍ରୀ ନାହାନ୍ତି। ତେଣୁ ସବୁ ଦିନ ପାଇଁ ଏମିତି ସିଟ୍ ଖାଲି ରହିବ। ହାଇକୋର୍ଟ ଦ୍ୱିତୀୟ ଜେଇଇ କରିବା ପାଇଁ କହିଛନ୍ତି। ତା’ପରେ ଦେଖାଯିବ ମୋଟ କେତେ ପିଲା ଆଡ୍‌ମିଶନ୍ ନେଉଛନ୍ତି।”

ଅନ୍ୟପକ୍ଷରେ ରାଜ୍ୟରେ ବୈଷୟିକ ଶିକ୍ଷାର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍। ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି,“ ରାଜ୍ୟର ଘରୋଇ ଇଂଜିନିୟରିଂ କଲେଜ ଗୁଡ଼ିକରେ ଉପଯୁକ୍ତ ଭିତ୍ତିଭୂମି ଅଭାବ ସାଙ୍ଗକୁ ପାଠପଢ଼ାରେ ଅବ୍ୟବସ୍ଥା ଏହାର ଏକ ବଡ଼ କାରଣ। ପୁଣି କୋର୍ସ ସରିବା ପରେ ସଙ୍ଗେ ସଙ୍ଗେ ନିଯୁକ୍ତ ନମିଳିବା ଯୋଗୁଁ ଛାତ୍ରଛାତ୍ରୀମାନେ ଆଗ୍ରହ ଦେଖାଉ ନାହାନ୍ତି।”

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଖାଲିପଡ଼ିଥିବା ସିଟ୍ ପାଇଁ ଜୁଲାଇ ୩୧ ତାରିଖରେ ଅନୁଷ୍ଠିତ ହେବ ସ୍ପେଶାଲ୍ ଜେଇଇ। ଏଣୁ ଏହା ପରେ ଆଉ କେତେ ଛାତ୍ରଛାତ୍ରୀ ଆଡ୍‌ମିଶନ ନେଉଛନ୍ତି ତା’ ଉପରେ ରହିଛି ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story