ଘାରୁଛି ମୃତ୍ୟୁର ଭୟ: ଦୁନିଆକୁ ପରମାଣୁ ବୋମାର ଭୟ ଦେଖାଉଥିବା କିମ୍‌ଙ୍କୁ ହେଉନି ନିଦ

ଗୋଟିଏ ପରେ ଗୋଟିଏ ପରମାଣୁ ବୋମା ପରୀକ୍ଷା କରି ବିଶ୍ୱକୁ ଯୁଦ୍ଧ ଦ୍ୱାରଦେଶରେ ଛିଡାକରି ଦେଇଛନ୍ତି ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍‌ ଜଙ୍ଗ ଉନ୍‌। ଆମେରିକାକୁ ଧ୍ୱଂସ କରିଦେବାକୁ ଧମକ ଦେଉଥିବା ଏହି ଏକଛାତ୍ରବାଦ୍‌ ଶାସକ କିନ୍ତୁ ୨୪ ଘଣ୍ଟା ଭୟରେ ସମୟ ବିତାଇଥାନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବ, ମୃତ୍ୟୁର ଭୟ ତାଙ୍କୁ ପ୍ରତି ସେକେଣ୍ଡରେ ଥରହର କରିଦେଉଛି। ସେ ଏତେ ଭୟଭିତ ହୋଇଯାଇଛନ୍ତି ଯେ, ନିଜକୁ ବଞ୍ଚାଇବାକୁ ଆପଣାଉଛନ୍ତି ବିଭିନ୍ନ ଉପାୟ। ଆସନ୍ତୁ ଜାଣିବା […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 11:30 AM IST

Sports

Latest News

ଗୋଟିଏ ପରେ ଗୋଟିଏ ପରମାଣୁ ବୋମା ପରୀକ୍ଷା କରି ବିଶ୍ୱକୁ ଯୁଦ୍ଧ ଦ୍ୱାରଦେଶରେ ଛିଡାକରି ଦେଇଛନ୍ତି ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍‌ ଜଙ୍ଗ ଉନ୍‌। ଆମେରିକାକୁ ଧ୍ୱଂସ କରିଦେବାକୁ ଧମକ ଦେଉଥିବା ଏହି ଏକଛାତ୍ରବାଦ୍‌ ଶାସକ କିନ୍ତୁ ୨୪ ଘଣ୍ଟା ଭୟରେ ସମୟ ବିତାଇଥାନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବ, ମୃତ୍ୟୁର ଭୟ ତାଙ୍କୁ ପ୍ରତି ସେକେଣ୍ଡରେ ଥରହର କରିଦେଉଛି। ସେ ଏତେ ଭୟଭିତ ହୋଇଯାଇଛନ୍ତି ଯେ, ନିଜକୁ ବଞ୍ଚାଇବାକୁ ଆପଣାଉଛନ୍ତି ବିଭିନ୍ନ ଉପାୟ। ଆସନ୍ତୁ ଜାଣିବା ଏହି ଏକଛତ୍ରବାଦୀଙ୍କ କିଛି ଅଜଣା କଥା।

kim୧. ପିତା କିମ୍‌ ଜୋଙ୍ଗଙ୍କ ମୃତ୍ୟୁ ପରେ ୨୦୧୧ ଡିସେମ୍ବର ୧୭ ତାରିଖରେ ଉତ୍ତର କୋରିଆର ଶାସନଗାଦି ସମ୍ଭାଳି ଥିଲେ କିମ୍‌। ନିଜ ସୁରକ୍ଷାକୁ ନେଇ ସେ ସବୁ ବେଳେ ଚିନ୍ତିତ ରହୁଛନ୍ତି। ମୃତ୍ୟୁ ଭୟରେ ଗାଦି ସମ୍ଭାଳିବା ପରଠାରୁ କୌଣସି ଦେଶକୁ ଗସ୍ତରେ ଯାଇନାହାଁନ୍ତି।

୨. ତାଙ୍କୁ କିଏ ମାରିଦେବ ବୋଲି ସେ ଚିନ୍ତା କରୁଛନ୍ତି। ସେ ଯାଉଥିବା କାର ହେଉ କି ଉଡାଜହାଜ, କେହି ଏହାକୁ ବିସ୍ଫୋରଣରେ ଉଡାଇ ଦେବାର ଭୟ ସବୁବେଳେ ତାଙ୍କୁ ଘାରୁଛି।

kim୩. ସେ ଏତେ ଭୟରେ ଅଛନ୍ତି ଯେ, ବହୁ ସମୟରେ ନିଜ ପରି ଦିଶୁଥିବା ଏକାଧିକ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଯାଇଥାନ୍ତି। ଏହି ବ୍ୟକ୍ତିମାନେ କିମ୍‌ଙ୍କ ପରି କେବଳ ଦେଖାଯାଇ ନଥାନ୍ତି, ତାଙ୍କ ପରି ଡ୍ରେସ୍‌ଅପ୍‌ ହୋଇଥାନ୍ତି ଓ ତାଙ୍କ ଷ୍ଟାଲ୍‌ରେ ବାଳ ମଧ୍ୟ କାଟିଛନ୍ତି। ଆକ୍ରମଣକାରୀଙ୍କୁ ଚକମା ଦେବାକୁ ସେ ଏପରି କରିଥାନ୍ତି।

୪. ତାଙ୍କ ସୁରକ୍ଷାରେ ଥିବା ଗାର୍ଡଙ୍କର କୌଣସି ବିଚାରଧାରା ନଥାଏ। ତାଙ୍କ ସୁରକ୍ଷାରେ ଥିବା କିଛି ଗାର୍ଡ ସଶସ୍ତ୍ର ହୋଇଥିବା ବେଳେ ଆଉ କିଛି ବିନା ଅସ୍ତ୍ରଶସ୍ତ୍ରରେ ଜଗିଥାନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ବହୁ ସମୟରେ ସେ ନିଜ ଗସ୍ତକୁ ଗୋପନ ରଖିଥାନ୍ତି। ଗସ୍ତ ସମୟରେ ହିଁ ସୁରକ୍ଷା କର୍ମୀ ସେ କେଉଁ ସ୍ଥାନକୁ ଯାଉଛନ୍ତି ଜାଣିବାକୁ ପାଇଥାନ୍ତି।

kim୫. ଅଧିକାଂଶ ସମୟରେ କିମ୍‌ଙ୍କ ସୁରକ୍ଷାରେ ଅଟୋମେଟିକ୍‌ ରାଫଲ ଓ ହ୍ୟାଣ୍ଡ ଗ୍ରେନେଡ ସହ ପୋଲିସ୍‌ କର୍ମୀ ମୁତୟନ ହୋଇଥାନ୍ତି। ଏହାସହ ତାଙ୍କର ଶତାଧିକ ବ୍ୟକ୍ତିଗତ ସୁରକ୍ଷା କର୍ମୀ ସାଦା ପୋଷକରେ ଅସ୍ତ୍ରଶସ୍ତ୍ର ସହ ରହିଥାନ୍ତି।

୬. ବଡିଗାର୍ଡଙ୍କୁ ଟ୍ରେନିଂ ଦିଆଯିବା ବେଳେ ସେମାନଙ୍କ ବ୍ରେନ୍‌ ୱାସ୍‌ କରିଦିଆଯାଏ। ସେମାନଙ୍କୁ କୁହାଯାଇଥାଏ କିମ୍‌ ହେଉଛନ୍ତି ଭଗବାନ। ସେମାନଙ୍କୁ ଭଗବାନଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ଏହି ଟ୍ରେନିଂ ବହୁତ କଠିତ ହୋଇଥାଏ। ଏଥିରେ ଶାରୀରିକ ଓ ମାନସିକ ସ୍ତରରେ ଟ୍ରେନିଂ ସାମିଲ ଥାଏ।

kim୭. ତାଙ୍କ ସୁରକ୍ଷା ପାଇଁ ଚୟନ ହେଉଥିବା ଗାର୍ଡଙ୍କ ମୁହଁରେ କୌଣସି ଚିହ୍ନ ନଥାଏ ଓ ହୃଷ୍ଟପୃଷ୍ଟ ହୋଇଥାନ୍ତି। ଗାର୍ଡ ଚୟନ ପରେ ଏମାନଙ୍କୁ ଏକ ଆଇଡି ନମ୍ବର ଦିଆଯାଇଥାଏ ଓ ତାଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ନଷ୍ଟ କରି ଦିଆଯାଇଥାଏ। ଏପରିକି ଏହି ଗାର୍ଡମାନଙ୍କୁ ସେମାନଙ୍କ ପରିବାର ସହ ମଧ୍ୟ ମିଶିବାକୁ ଦିଆଯାଇ ନଥାଏ। ଗୋଟିଏ ପରିବାରରୁ କେବଳ ଜଣେ ହିଁ ତାଙ୍କ ଗାର୍ଡ ହୋଇପାରିବେ।

୮. ଗାର୍ଡ ଚୟନ ପରେ ତାଙ୍କୁ ୬ ମାସ ଟ୍ରେନିଂ ପାଇଁ ସ୍ପେଶାଲ କ୍ୟାମ୍ପକୁ ପଠାଯାଇଥାଏ। ସେଠାରେ ସେମାନଙ୍କୁ ବହୁ କଠିନ ଟ୍ରେନିଂ ଦିଆଯାଇଥାଏ।

kim୯. ନିଜ ସୁରକ୍ଷା ପାଇଁ କିମ୍‌ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ୧୦୦ଟିକୁ ମୁତୟନ କରିଛନ୍ତି। ଏହାସହ ସେ ସୁଡଙ୍ଗ ବନାଇଛନ୍ତି। ଯଦି ପରମାଣୁ ଆକ୍ରମଣ ହେଲା ତେବେ ସେ ଏହି ସୁଡଙ୍ଗରେ ରହି ନିଜ ଜୀବନ ବଞ୍ଚାଇ ପାରିବେ।

୧୦. ମୃତ୍ୟୁ ଭୟରେ ତାଙ୍କୁ ଠିକ୍‌ରେ ନିଦ ହୋଇ ନଥାଏ। ଏହି ଡର ସହ ଲଢେଇ ପାଇଁ ସେ ସବୁବେଳେ କିଛି ନା କିଛି ଖାଉଥାନ୍ତି। ଏହି କାରଣରୁ ଗାଦି ସମ୍ଭାଳିବାର ୪ ବର୍ଷ ମଧ୍ୟରେ ତାଙ୍କ ଓଜନ ୪୦ କିଲୋ ବୃଦ୍ଧି ପାଇ ୧୩୦ କେଜି ହୋଇଯାଇଥିଲା। ଏହାସହ ସେ ଡାଇବେଟିସ୍‌ ଓ ହାଇପରଷ୍ଟେସନ୍‌ରେ ଆକ୍ରାନ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story