ଯଦି କ୍ରାସ୍ କରିଯାଏ ଗୁଗଲ ପ୍ଲେଷ୍ଟୋର, ସାହାଯ୍ୟ କରିବ ୫ଟି ଉପାୟ

ଆଣ୍ଡ୍ରଏଡ ସ୍ମାର୍ଟଫୋନ ପ୍ଲେଷ୍ଟୋରରେ ଆପ୍‌ ଡାଉନଲୋଡ୍ କଲା ବେଳେ ଅନେକ ସମୟରେ ପ୍ଲେଷ୍ଟୋର କ୍ରାସ୍ ହୋଇଯାଏ। ଏଣୁ ଡାଉନଲୋଡ୍‌ ସମୟରେ ପ୍ଲେଷ୍ଟୋର ଏରର ଦେଖାଏ। ଏଥିପାଇଁ ଅନେକ ବ୍ୟବହାରକାରୀ ଚିନ୍ତାରେ ପଡାଯାଆନ୍ତି। ତେବେ ନିମ୍ନଲିଖିତ ୫ଟି ଉପାୟ ଆପଣାଇଲେ ଏହି ସମସ୍ୟା ଦୂର ହୋଇପାରିବ। ୧. ପ୍ଲେଷ୍ଟୋରରେ ଡାଉନଲୋଡ କରୁଥିବା ସମୟରେ ଯଦି ଏରର ସୋ କରେ ତା’ହେଲେ ଗୁଗଲ ଆକାଉଣ୍ଟକୁ ରିସେଟ କରି ନିଅନ୍ତୁ। ଏଥିପାଇଁ ଆପଣ ସେଟିଂକୁ ଯାଇ ଆକାଉଣ୍ଟ ଅପସନ୍‌ ଉପରେ କ୍ଲିକ୍ […]

playstore

playstore

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 02:36 PM IST

ଆଣ୍ଡ୍ରଏଡ ସ୍ମାର୍ଟଫୋନ ପ୍ଲେଷ୍ଟୋରରେ ଆପ୍‌ ଡାଉନଲୋଡ୍ କଲା ବେଳେ ଅନେକ ସମୟରେ ପ୍ଲେଷ୍ଟୋର କ୍ରାସ୍ ହୋଇଯାଏ। ଏଣୁ ଡାଉନଲୋଡ୍‌ ସମୟରେ ପ୍ଲେଷ୍ଟୋର ଏରର ଦେଖାଏ। ଏଥିପାଇଁ ଅନେକ ବ୍ୟବହାରକାରୀ ଚିନ୍ତାରେ ପଡାଯାଆନ୍ତି। ତେବେ ନିମ୍ନଲିଖିତ ୫ଟି ଉପାୟ ଆପଣାଇଲେ ଏହି ସମସ୍ୟା ଦୂର ହୋଇପାରିବ।

୧. ପ୍ଲେଷ୍ଟୋରରେ ଡାଉନଲୋଡ କରୁଥିବା ସମୟରେ ଯଦି ଏରର ସୋ କରେ ତା’ହେଲେ ଗୁଗଲ ଆକାଉଣ୍ଟକୁ ରିସେଟ କରି ନିଅନ୍ତୁ। ଏଥିପାଇଁ ଆପଣ ସେଟିଂକୁ ଯାଇ ଆକାଉଣ୍ଟ ଅପସନ୍‌ ଉପରେ କ୍ଲିକ୍ କରି ଆକାଉଣ୍ଟକୁ ରିମୁଭ କରନ୍ତୁ। ଏହାପରେ ମୋବାଇଲ ରିଷ୍ଟାର୍ଟ କରନ୍ତୁ।

୨.ଆକାଉଣ୍ଟ ରିସେଟ କରିବା ପରେ ଯଦି ପ୍ଲେଷ୍ଟୋର କାମ ନ କରେ ତା’ହେଲେ ଫୋନର ଫେକ୍ଟ୍ରି ଡାଟାକୁ ରିସେଟ କରନ୍ତୁ।

୩. ବେଳେ ବେଳେ ପ୍ଲେଷ୍ଟୋର ପୁରୁଣା ହୋଇଗଲେ ଏହା ଠିକ୍ ଭାବରେ କାମ କରି ନଥାଏ। ତେଣୁ ଏହାର ନୂଆ ଭର୍ସନକୁ ଅପଡେଟ୍ କରନ୍ତୁ।

୪. ପ୍ଲେଷ୍ଟୋରରେ ବିଭିନ୍ନ ପ୍ରକାର ଆପ୍ ଡାଉନଲୋଡ କରିବା ଦ୍ୱାରା ହିଷ୍ଟ୍ରି ଜାମ୍ ହୋଇଯାଏ। ଏହାଦ୍ୱାରା ପ୍ଲେଷ୍ଟୋର ଠିକ୍ ଭାବେ କାମ କରି ନ ଥାଏ। ତେଣୁ ଅଲ୍‌ ଟେବରେ ଯାଇ କେଚ୍ କ୍ଲିୟର କରି ନିଅନ୍ତୁ।

୫. ଆପ୍ ଡାଉନଲୋଡ କରିବା ସମୟରେ ଯଦି ଏରର ଶୋ କରିବା ସହିତ ୪୯୧ ନମ୍ବର ସୋ କରେ ତା’ହେଲେ କୌଣସି ଆପ୍‌ ଡାଉନ୍‌ଲୋଡ ହୋଇପାରେ ନାହିଁ। ଏଥିପାଇଁ ଫୋନକୁ ହାର୍ଡବୁଟ କରିବାକୁ ପଡେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos