Advertisment

୪୦୦ ଟଙ୍କା ଜୋରିମାନା ଦେଇପାରିଲେନି, ୭୦ ବର୍ଷ ହେଲା ବାସନ୍ଦ କଷ୍ଟ ଭୋଗୁଛନ୍ତି ୮୫ ପରିବାର

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ‘ଆମ ବାପା ଅଜାଙ୍କ ଉପରେ ଯେଉଁ ବାସନ୍ଦ କଟକଣା ଲାଗୁ କରାଯାଇଥିଲା, ଆମ ଉପରେ ବି ତାହା ବଳବତ୍ତର ରହିଛି। ଏହି କଟକଣା କିଏ ଓ କାହିଁକି ଲଗାଇଛି, ଏଥିରେ କାହାର ଭୁଲ୍‌ ଆମେ କିଛି ଜାଣିନୁ। କେବଳ ଏତିକି ଜାଣିଛୁ ୪ଶହ ଟଙ୍କା ଜୋରିମାନା ଦେଇ ନ ପାରିବାରୁ ଆମେ ଗୋଟିଏ ପରେ ଗୋଟିଏ ପୀଢ଼ି ବାସନ୍ଦ କଷ୍ଟ ଭୋଗି ଚାଲିଛୁ।  ଦୀର୍ଘ ୭୦ ବର୍ଷରୁ ଅଧିକ ସମୟ ହେଲାଣି ଆମେ  […]

author-image
Niharika Rout
ଅଦ୍ୟତନ ହୋଇଛି
୪୦୦ ଟଙ୍କା ଜୋରିମାନା ଦେଇପାରିଲେନି,  ୭୦ ବର୍ଷ ହେଲା ବାସନ୍ଦ କଷ୍ଟ ଭୋଗୁଛନ୍ତି ୮୫ ପରିବାର

phaluka

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ‘ଆମ ବାପା ଅଜାଙ୍କ ଉପରେ ଯେଉଁ ବାସନ୍ଦ କଟକଣା ଲାଗୁ କରାଯାଇଥିଲା, ଆମ ଉପରେ ବି ତାହା ବଳବତ୍ତର ରହିଛି। ଏହି କଟକଣା କିଏ ଓ କାହିଁକି ଲଗାଇଛି, ଏଥିରେ କାହାର ଭୁଲ୍‌ ଆମେ କିଛି ଜାଣିନୁ। କେବଳ ଏତିକି ଜାଣିଛୁ ୪ଶହ ଟଙ୍କା ଜୋରିମାନା ଦେଇ ନ ପାରିବାରୁ ଆମେ ଗୋଟିଏ ପରେ ଗୋଟିଏ ପୀଢ଼ି ବାସନ୍ଦ କଷ୍ଟ ଭୋଗି ଚାଲିଛୁ।  ଦୀର୍ଘ ୭୦ ବର୍ଷରୁ ଅଧିକ ସମୟ ହେଲାଣି ଆମେ  ୮୫ଟି ପରିବାର ପ୍ରତିଦିନ ଏହି କଷ୍ଟ ସହ ବଞ୍ଚୁଛୁ।  ଆମକୁ ଆଖପାଖ ଗ୍ରାମବାସୀଙ୍କ ସହ ସମ୍ପର୍କ ରଖିବା ମନା। ସେମାନଙ୍କ ସାମାଜିକ କାର୍ଯ୍ୟରେ ଆମେ ଅଲୋଡ଼ା।’ ଏପରି କହି ନିଜ ଛାତିତଳର କୋହ ବଖାଣିଛନ୍ତି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଫାସୁଳା ଗ୍ରାମବାସୀ ।

Advertisment

ବାସନ୍ଦ ଯୋଗୁଁ ଫାସୁଳା ଗ୍ରାମବାସୀ ଆଖପାଖ ଗାଁରେ ପୁଅ-ଝିଅଙ୍କୁ ବାହା ଦେଇ ପାରୁନାହାନ୍ତି କି କାହା ସହ ସାମାଜିକ ସମ୍ପର୍କ ରଖିପାରୁ ନାହାନ୍ତି। ବିବାହ କାର୍ଯ୍ୟ ନିମନ୍ତେ ସେମାନଙ୍କୁ ଦୂରଦୂରାନ୍ତକୁ ଯିବାକୁ ପଡ଼ୁଛି।

ବାସନ୍ଦ ଦୁଃଖ ଭୋଗୁଥିବା ବିଶ୍ୱକର୍ମା ସମାଜର ଲୋକଙ୍କ କହିବା କଥା,  ୧୯୫୦ ମସିହା ପାଖାପାଖି ଗ୍ରାମବାସୀଙ୍କ ଉପରେ ବାସନ୍ଦ କଟକଣା ହଟାଇବାକୁ ୪ଶହ ଟଙ୍କା ଜରିମାନା ଲାଗିଥିଲା। କିନ୍ତୁ ସେତେବେଳେ ଏତେ ଟଙ୍କା ଦେଇ ନପାରିବାରୁ ବାସନ୍ଦ କଟକଣା ଲାଗୁ କରାଯାଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି ।

Advertisment

[caption id="attachment_763421" align="aligncenter" width="650"]phasula village ଫାସୁଳା ଗ୍ରାମର ମହିଳାମାନେ।[/caption]

ଗାଁର ଜଣେ ବୃଦ୍ଧ ବ୍ୟକ୍ତି କହିଛନ୍ତି, ମୁଁ ଛୋଟ ଥିବା ବେଳେ ଏକ ବୈଠକକୁ ଆମ ଗ୍ରାମବାସୀଙ୍କୁ ଡକରା ହୋଇଥିଲା। ସେଠାରେ ଉପସ୍ଥିତ ଅନ୍ୟମାନେ ଲୋକେ ୪ଶହ ଟଙ୍କା ଜୋରିମାନା ଦେବାକୁ ଆମ ଗାଁ ଲୋକଙ୍କୁ କହିଥିଲେ। ମାତ୍ର ଜୋରିମାନା ନ ଦେବାରୁ ସେବେଠୁ ଆମ ଗାଁ ଉପରେ ବାସନ୍ଦ କଟକଣା ଚାଲିଛି। ଯେଉଁମାନେ ଆମ ତାଲୁକାରେ ବିବାହ କରୁଛନ୍ତି, ବାପଘର ସହ ସେମାନଙ୍କ ସମ୍ପର୍କ ଛିନ୍ନ କରି ଦିଆଯାଉଛି।

ଖଲ୍ଲିକୋଟ ତାଲୁକା ଅଧୀନ ଜଣେ ଯୁବତୀ ଫାସୁଳା ଗାଁରେ ୨୦୧୫ ମସିହାରେ ବିବାହ କରିଛନ୍ତି। ଏହାପରେ ଉକ୍ତ ଯୁବତୀଙ୍କ ସାନ ଭଉଣୀଙ୍କ ବିବାହ ଉପରେ କଟକଣା ଲଗାଇ ଦେଲା ଖଲ୍ଲିକୋଟ ତାଲୁକା। ବଡ଼ ଝିଅ ଓ ଜ୍ୱାଇଙ୍କ ସହ ସମ୍ପର୍କ ଛିନ୍ନ କରିବା ପରେ ହିଁ ସାନ ଝିଅର ବିବାହ ସମ୍ଭବ ହେବ ବୋଲି ଚେତାବନୀ ଦିଆଗଲା। ଫଳରେ ଯୁବତୀଙ୍କ ମା’ ନିଜ ଝିଅଜ୍ୱାଇଁଙ୍କ ସହ ସମ୍ପର୍କ ଛିନ୍ନ କଲେ ବୋଲି ଲିଖିତ ଭାବେ ଦେବା ପରେ ସାନ ଝିଅର ବିବାହ ହୋଇଥିଲା।

ଏବେ ବାସନ୍ଦ ହଟାଇବାକୁ ଫାସୁଳା ଗ୍ରାମବାସୀ  ଖଲ୍ଲିକୋଟ ତାଲୁକଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସ୍‌ପିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିଛନ୍ତି। ସମସ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ସମାଧାନ କେବେ ତାହା ଅସ୍ପଷ୍ଟ ରହିଛି । ଏସ୍‌ପି କହିଛନ୍ତି, ପ୍ରଶାସନ ପକ୍ଷରୁ ବାସନ୍ଦ ହଟାଇବାକୁ ଉଦ୍ୟମ ଚାଲିଛି, ଯଦି କେହି ସେଥିରେ ବାଧା ଦିଏ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।