ଇସ୍ରୋରେ ଫୁଲବାଣୀ ମହକ, ଅଭିମନ୍ୟୁଙ୍କ ଆକାଶ ସମ ସଫଳତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାଁକୁ ରାସ୍ତା ନାହିଁ, କିନ୍ତୁ ତାଙ୍କ ସ୍ୱପ୍ନ ଥିଲା ଆକାଶ ଛୁଇଁବାର। ଇଚ୍ଛାଶକ୍ତି ଦୃଢ଼ ଥିଲେ ଏଭଳି ସ୍ୱପ୍ନ ବେଶି ଦୂର ନୁହେଁ ବୋଲି ସତରେ ପ୍ରମାଣିତ କରିଛନ୍ତି କନ୍ଧମାଳ ଜିଲ୍ଲାର ଜଣେ ଆଦିବାସୀ ଯୁବକ ଅଭିମନ୍ୟୁ। କନ୍ଧମାଳ ଜିଲ୍ଲାର ଏକ ନିପଟ ମଫସଲ ଗାଁରୁ ଯାଇ ଇସ୍ରୋରେ ଜଣେ ବୈଜ୍ଞାନିକ ହୋଇପାରିଛନ୍ତି। କନ୍ଧମାଳରୁ ଆରମ୍ଭ ହୋଇଥିବା ଏହି ମିଶନ୍ ଶ୍ରୀହରିକୋଟାରେ ପହଞ୍ଚିଛି। ଦେଶର ବହୁ ବଡ଼ବଡ଼ ମହାକାଶ ଅଭିଯାନରେ କାମ କରିବାର […]

isro

isro

Subrat Kumar Nayak
  • Published: Friday, 11 October 2019
  • Updated: 11 October 2019, 09:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାଁକୁ ରାସ୍ତା ନାହିଁ, କିନ୍ତୁ ତାଙ୍କ ସ୍ୱପ୍ନ ଥିଲା ଆକାଶ ଛୁଇଁବାର। ଇଚ୍ଛାଶକ୍ତି ଦୃଢ଼ ଥିଲେ ଏଭଳି ସ୍ୱପ୍ନ ବେଶି ଦୂର ନୁହେଁ ବୋଲି ସତରେ ପ୍ରମାଣିତ କରିଛନ୍ତି କନ୍ଧମାଳ ଜିଲ୍ଲାର ଜଣେ ଆଦିବାସୀ ଯୁବକ ଅଭିମନ୍ୟୁ। କନ୍ଧମାଳ ଜିଲ୍ଲାର ଏକ ନିପଟ ମଫସଲ ଗାଁରୁ ଯାଇ ଇସ୍ରୋରେ ଜଣେ ବୈଜ୍ଞାନିକ ହୋଇପାରିଛନ୍ତି। କନ୍ଧମାଳରୁ ଆରମ୍ଭ ହୋଇଥିବା ଏହି ମିଶନ୍ ଶ୍ରୀହରିକୋଟାରେ ପହଞ୍ଚିଛି। ଦେଶର ବହୁ ବଡ଼ବଡ଼ ମହାକାଶ ଅଭିଯାନରେ କାମ କରିବାର ସୁଯୋଗ ପାଉଛନ୍ତି ଏହି ଓଡ଼ିଆ ଯୁବକ ଅଭିମନ୍ୟୁ।

ଜଙ୍ଗଲ, ପାହାଡ଼, ଅଙ୍କାବଙ୍କା ଘାଟି ରାସ୍ତା ଦେଇ ଗଲେ ପଡ଼େ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ କୁସୁମେଣ୍ଡି ଗ୍ରାମପଞ୍ଚାୟତର ସିମ୍ବାଲି ଗାଁ। କୁସୁମେଣ୍ଡି ଗ୍ରାମପଞ୍ଚାୟତରଠାରୁ ସିମ୍ବ।ଲି ଗାଁ ପ୍ରାୟ ୫ କିଲୋମିଟର ଦୂର। ଏହି ରାସ୍ତାରେ ମୋଟର ସାଇକେଲ ମଧ୍ୟ ଯିବା ବହୁ କଷ୍ଟକର ବ୍ୟାପ।ର। ତେଣୁ ସିମ୍ବାଲି ଗାଁର ଲୋକେ ପଞ୍ଚାୟତକୁ ଚାଲି ଚାଲି ହିଁ ଆସିଥା’ନ୍ତି। ଅଭିମନ୍ୟୁ ଇସ୍ରୋ ଭଳି ଏକ ପ୍ରମୁଖ ଅନୁଷ୍ଠାନରେ ଯୋଗଦେବା ପରେ ଆଜି ଏହି ଗାଁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ସ୍ଵର୍ଗତ ଜଏଶ୍ଵର ମଲ୍ଲିକଙ୍କ ଏକ ମାତ୍ର ପୁଅ ଅଭିମନ୍ୟୁ ମଲ୍ଲିକ। ଅଭିମନ୍ୟୁଙ୍କ ବାପା ଅତି ଗରିବ ଶ୍ରେଣୀର ଚାଷୀ ହୋଇଥିଲେ ମଧ୍ୟ ଅଭିମନ୍ୟୁକୁ ପାଠ ପଢ଼ାଇବାରେ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଅଭିମନ୍ୟୁ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ଷଷ୍ଠ ଶ୍ରେଣୀରୁ ଦଶମ ପର୍ଯ୍ୟନ୍ତ ରଣପାଟୁଳି ଆଶ୍ରମ ସ୍କୁଲରେ ପଢ଼ିଥିଲେ। ଦଶମରେ ପ୍ରଥମ ଶ୍ରେଣୀରେ ପାଶ୍ କରିଥିବା ଅଭିମନ୍ୟୁ ଫୁଲବାଣୀସ୍ଥିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ସଫଳ ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ।

ତାପରେ ସେ ବ୍ରହ୍ମପୁରର ଉମାଚରଣ ପଟ୍ଟନ।ୟକ ଇଞ୍ଜିନିୟରିଂ କଲେଜ୍‌ରେ ମେକାନିକାଲ୍‌ରେ ଡିପ୍ଳୋମା କରିଥିଲେ। ଡିପ୍ଳୋମା ସାରିବା ପରେ ସେ କୋଲକାତାସ୍ଥିତ ଏକ ଘରୋଇ ସଂସ୍ଥାରେ ଡିଜାଇନ ଇଞ୍ଜିନିୟର ଭାବେ କିଛି ବର୍ଷ କାମ କରିଥିଲେ। ୨୦୦୭ ମସିହାରେ ଇସ୍ରୋର ଏକ ସ୍ୱତନ୍ତ୍ର ପରୀକ୍ଷାରେ ସଫଳ ହୋଇ ସେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଇସ୍ରୋର ରକେଟ ୱିଙ୍ଗରେ କ।ର୍ଯ୍ୟରତ ଅଛନ୍ତି।

ଅଭିମନ୍ୟୁ ଏହି ସଫଳତାକୁ ନେଇ କହିଛନ୍ତି, “ବାପା ଚାହୁଁଥିଲେ ମୁଁ ପଢ଼େ ବୋଲି। କିନ୍ତୁ ଘରର ଆର୍ଥିକ ସ୍ଥିତି ଦେଖି ମୁଁ ଚାକିରି ସହ ପଢ଼ିବାକୁ ମନସ୍ଥ କଲି। ଇସ୍ରୋରେ ସବୁକିଛି ଟିମ୍‌ୱାର୍କ ହୋଇଥାଏ। ମୁଁ ଭେଇକିଲ୍‌ ବା ରକେଟ୍‌ ଟିମ୍‌ରେ ଅଛି। ମୋତେ ଯାହାବି ଦାୟିତ୍ୱ ମିଳିବ ସୂଚାରୁ ରୂପେ ତୁଲାଇବି। ମୋ ବାପା ମା ଏତେ ପରିଶ୍ରମ କରିଛନ୍ତି ଯେ, ମୋତେ କେବେ ଗରିବ ବୋଲି ଅନୁଭବ କରିବାକୁ ଦେଇନାହାନ୍ତି। ଭିତ୍ତିଭୂମି ସହ ଠିକ୍‌ ସମୟରେ ଦିଗ୍‌ଦର୍ଶନ ମିଳିଲେ ପରପିଢ଼ି ଆଗକୁ ଯାଇପାରିବେ।”

ତାଙ୍କ ମା କହିଛନ୍ତି, ସେ ବିଦେଶ ବୁଲୁଛି ଚାକିରି କରୁଛି। ଖୁସି ତ ନିଶ୍ଚୟ ହେବୁ ନା। ଯାହା ଅସୁବିଧା ସବୁ ପୁଅ ବୁଝୁଛି। ତାଙ୍କର ଜଣେ ବାଲ୍ୟବନ୍ଧୁ କହିଛନ୍ତି, “ହଳଦୀ ଚାଷରୁ ଅଭିମନ୍ୟୁଙ୍କ ପରିବାର ତାଙ୍କ ପଢ଼ା ଖର୍ଚ୍ଚ ଉଠାଉଥିଲେ। ଜଣେ ଜେଇ ଅଭିମନ୍ୟୁଙ୍କୁ ଇଞ୍ଜିନିୟରିଂ ପଢ଼ାଇବାକୁ ତାଙ୍କ ବାପାଙ୍କୁ କହିଥିଲେ।” ତେବେ ଅଭିମନ୍ୟୁଙ୍କ ପାଇଁ ବର୍ତ୍ତମାନ ଏହି ଗାଁ ଲୋକଲୋଚନକୁ ଆସିବା ପରେ ରାସ୍ତା ସମସ୍ୟାର ସମାଧାନ ହେବ ବୋଲି ଗାଁ ଲୋକେ ଆଶା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story