ହିନ୍ଦୁ ସମାଜରେ ଗାଈଙ୍କୁ ମା’ର ସ୍ଥାନ ଦିଆଯାଇଛି। ଆମ ସମାଜରେ ଗାଈଙ୍କ ପୂଜା କରାଯାଇଥାଏ। ସାରା ବିଶ୍ୱରେ ଗାଈଙ୍କୁ ନିରିହ ପ୍ରାଣୀ ବୋଲି କୁହାଯାଇଥାଏ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଲଣ୍ଡନରେ ଗାଈଙ୍କୁ ବିପଦଜନକ ପଶୁ ଭାବେ ବିବେଚନା କରାଯାଇଥାଏ।
ବ୍ରିଟେନ୍ରେ ଏକ ଟନ୍ରୁ ଅଧିକ ଓଜନର ପ୍ରାଣୀ ଦଳି କିମ୍ବା ଧକ୍କା ଦେଇ ଲୋକଙ୍କ ଜୀବନ ନେଇଯାଇଥାନ୍ତି। ଗତ ୧୫ ବର୍ଷରେ ଗାଈଙ୍କ ଆକ୍ରମଣରେ ୭୪ ଜଣ ଲୋକଙ୍କ ପ୍ରାଣ ଯାଇ ସାରିଲାଣି। ଏଥିପାଇଁ ଗାଈକୁ ଏବେ ଏଠାରେ ବିପଦଜନକ ପ୍ରାଣୀ ତାଲିକାରେ ସାମିଲ କରାଯାଇଛି। ଲଣ୍ଡନର ହେଲଥ୍ ଆଣ୍ଡ ସେଫ୍ଟି ଏକଜିକ୍ୟୁଟିବ ପକ୍ଷରୁ ଏହି ସଂଖ୍ୟା ଜରି କରାଯାଇଛି।
ଏଚ୍ଆଇଇର ରିପୋର୍ଟ ଅନୁସାରେ କୁକୁରଙ୍କ ତୁଳନାରେ ଗାଈ ଅଧିକ ବିପଦଜନକ। କାରଣ ୨୦୦୫ରୁ ୨୦୧୩ ମଧ୍ୟରେ କୁକୁର ଆକ୍ରମଣରେ ୧୭ ଜଣଙ୍କ ପ୍ରାଣ ଯାଇଥିବା ବେଳେ ଗାଈଙ୍କ ଆକ୍ରମଣରେ ୭୪ ଜଣ ମୃତ୍ୟୁବରଣ କରିଛନ୍ତି। ଗାଈଙ୍କୁ ପବ୍ଲିକ ଫୁଟ୍ଫାଥର ଆଖପାଖ କ୍ଷେତକୁ ଚରିବାକୁ ନ ଛାଡିବାକୁ କୃଷକଙ୍କୁ ଏଚ୍ଆଇଇ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।