ହାଇପ୍ରୋଫାଇଲ୍ ବିମାନ, ଯାହା ଆକାଶ ମାର୍ଗରୁ ଦେବ ମାଟିତଳେ ଥିବା ଗୁପ୍ତଧନର ସୂଚନା

ଜୟପୁର: ଆକାଶ ମାର୍ଗରୁ ହାଇପ୍ରୋଫାଇଲ୍ ବିମାନ କହିବ ମାଟିତଳେ କଣ ଅଛି। ଏ ବିମାନ ବିଦେଶରୁ ଆସିବ ଯେଉଁଥିରେ ଲାଗିଥିବ ବହୁ ଅତ୍ୟାଧୁନିକ ମେସିନ୍। ଖବରଟି ହେଲା ରାଜସ୍ତାନରୁ ଗୁଜୁରାଟ ପର୍ଯ୍ୟନ୍ତ ବ୍ୟପିଥିବା ଆରାବଳୀ ପର୍ବତମାଳାରେ ଲୁଚି ରହିଥିବା ଖଣିଜ ପଦାର୍ଥ ଖୋଜିବା ପାଇଁ ଆକାଶ ମାର୍ଗରୁ ସର୍ଭେ କରାଯିବ। ଖଣି ମନ୍ତ୍ରାଳୟ ଏବଂ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଏହି ସର୍ଭେ କରାଯିବ। ଏଥିପାଇଁ ନ୍ୟୁଜିଲ୍ୟାଣ୍ଡର ଏକ କମ୍ପାନୀର 3ଟି ବିଶେଷ ଧରଣର ବିମାନ […]

PLANE ABHI

PLANE ABHI

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 07:34 PM IST

Sports

Latest News

ଜୟପୁର: ଆକାଶ ମାର୍ଗରୁ ହାଇପ୍ରୋଫାଇଲ୍ ବିମାନ କହିବ ମାଟିତଳେ କଣ ଅଛି। ଏ ବିମାନ ବିଦେଶରୁ ଆସିବ ଯେଉଁଥିରେ ଲାଗିଥିବ ବହୁ ଅତ୍ୟାଧୁନିକ ମେସିନ୍। ଖବରଟି ହେଲା ରାଜସ୍ତାନରୁ ଗୁଜୁରାଟ ପର୍ଯ୍ୟନ୍ତ ବ୍ୟପିଥିବା ଆରାବଳୀ ପର୍ବତମାଳାରେ ଲୁଚି ରହିଥିବା ଖଣିଜ ପଦାର୍ଥ ଖୋଜିବା ପାଇଁ ଆକାଶ ମାର୍ଗରୁ ସର୍ଭେ କରାଯିବ। ଖଣି ମନ୍ତ୍ରାଳୟ ଏବଂ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଏହି ସର୍ଭେ କରାଯିବ। ଏଥିପାଇଁ ନ୍ୟୁଜିଲ୍ୟାଣ୍ଡର ଏକ କମ୍ପାନୀର 3ଟି ବିଶେଷ ଧରଣର ବିମାନ ନିୟୋଜିତ କରାଯାଇଛି। ଏହି ବିମାନ ଗୁଡିକରେ ଜିପିଏସ୍ ଓ ସ୍ପେକ୍ଟ୍ରମ୍ ପରି ମେସିନ୍ ଲଗାଯାଇଛି। ଯାହାଦ୍ୱାରା ମାଟି ଓ ପାହାଡ ତଳେ ଲୁଚି ରହିଥିବା ଖଣିଜ ପଦାର୍ଥର ସଠିକ ସୂଚନା ମିଳି ପାରିବ।  ପାଲି ସମେତ ସିରୋହି ଜାଲୋର, ବାଡମେର ଏବଂ ଗୁଜୁରାଟ ସୀମାର 59 ହଜାର 111 ସ୍କୋୟାର କିମିରେ ଏହି ସର୍ଭେ କରାଯିବ। ଏହି ସୂଚନା ଦେଇଛି ହାଇଦ୍ରାବାଦସ୍ଥିତ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ। ଏଠାରେ ପ୍ରଚୁର ପରିମାଣରେ ଖଣିଜ ପଦାର୍ଥ ଲୁଚି ରହିଥିବା ସନ୍ଦେହ କରାଯାଉଥିବାରୁ ଆକାଶ ମାର୍ଗରୁ ଏହି ସର୍ଭେ କରାଯିବ ବୋଲି ସେ କହିଛନ୍ତି। ତେବେ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ଏହି ସର୍ଭେ ପାଇଁ  25 ଜଣିଆ ଟିମ୍ ନେଇ ଏକ ବିମାନ 2 ଦିନ ମଧ୍ୟରେ ପାଲିରେ ପହଞ୍ଚିବ। ଏହି ଟିମରେ ବୈଜ୍ଞାନିକ ଏବଂ ଇଞ୍ଜିନିୟର ମଧ୍ୟ ରହିବେ। ଏବଂ ଅକ୍ଟୋବର ପର୍ଯ୍ୟନ୍ତ ଏହି କାମ ଚାଲୁ ରହିବ। ଦୁଇଟି ପର୍ଯ୍ୟାୟରେ ଏହି ସର୍ଭେ କରାଯିବ। 15 ଜୁଲାଇରୁ ପ୍ରଥମ ପର୍ଯ୍ୟୟ କାମ ଆରମ୍ଭ ହେବ। ବର୍ଷାଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ ହୋଇ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। 8 ଲକ୍ଷ 13 ହଜାର 59 ସ୍କୋୟାର କିମିରେ ଏହି ସର୍ଭେ କରାଯିବ।,

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos