Advertisment

କାହିଁକି ପାଳନ ହୁଏ ନବରାତ୍ରୀ ଓ ଦୁର୍ଗାପୂଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବ୍‌ଶୀଘ୍ର ଆସୁଛି ଶାରଦୀୟ ଦୁର୍ଗାପୂଜା। ଜଗତଜନନୀ ମାଆ ଦୁର୍ଗା ଧରାପୃଷ୍ଠରେ ଅବତରଣ କରି ପାପର ସଂହାର କରିବେ। ଦୀର୍ଘ ୯ ଦିନ ଧରି ସାରା ଦେଶରେ ମହାମାୟା ପୂଜା ପାଇବେ। ଏହି ୯ ଦିନକୁ ମହାନବରାତ୍ରୀ ଭାବେ ପାଳନ କରାଯାଏ।  ବର୍ଷରେ  ଦୁର୍ଗାପୂଜା ପର୍ବ ୪ ଥର ପଡ଼ିଥାଏ। ହେଲେ ଆଶ୍ୱିନମାସର ଶୁକ୍ଳପକ୍ଷରେ ପଡ଼ୁଥିବା ନବରାତ୍ରୀ ବା ଦୁର୍ଗାପୂଜାକୁ ବେଶ୍‌ ଧୂମଧାମ୍‌ରେ ପାଳନ କରାଯାଏ। ଏହି ୯ ଦିନ ମହାମାୟାଙ୍କ ୯ଟି ସ୍ୱରୂପର ପୂଜାର୍ଚ୍ଚନା […]

author-image
Chinmayee Roy
ଅଦ୍ୟତନ ହୋଇଛି
କାହିଁକି ପାଳନ ହୁଏ ନବରାତ୍ରୀ ଓ ଦୁର୍ଗାପୂଜା

durga

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୁବ୍‌ଶୀଘ୍ର ଆସୁଛି ଶାରଦୀୟ ଦୁର୍ଗାପୂଜା। ଜଗତଜନନୀ ମାଆ ଦୁର୍ଗା ଧରାପୃଷ୍ଠରେ ଅବତରଣ କରି ପାପର ସଂହାର କରିବେ। ଦୀର୍ଘ ୯ ଦିନ ଧରି ସାରା ଦେଶରେ ମହାମାୟା ପୂଜା ପାଇବେ। ଏହି ୯ ଦିନକୁ ମହାନବରାତ୍ରୀ ଭାବେ ପାଳନ କରାଯାଏ।  ବର୍ଷରେ  ଦୁର୍ଗାପୂଜା ପର୍ବ ୪ ଥର ପଡ଼ିଥାଏ। ହେଲେ ଆଶ୍ୱିନମାସର ଶୁକ୍ଳପକ୍ଷରେ ପଡ଼ୁଥିବା ନବରାତ୍ରୀ ବା ଦୁର୍ଗାପୂଜାକୁ ବେଶ୍‌ ଧୂମଧାମ୍‌ରେ ପାଳନ କରାଯାଏ। ଏହି ୯ ଦିନ ମହାମାୟାଙ୍କ ୯ଟି ସ୍ୱରୂପର ପୂଜାର୍ଚ୍ଚନା କରାଯାଏ। ହେଲେ ଆପଣ ଜାଣନ୍ତି କି କାହିଁକି ଏହି ସମୟରେ ସାରା ଭାରତରେ ଦୁର୍ଗାପୂଜା ଧୂମ୍‌ଧାମ୍‌ରେ ପାଳନ କରାଯାଏ? ଏହି ମହାପର୍ବ ପଛରେ କ'ଣ ରହିଛି  ଇତିହାସ? ଆସନ୍ତୁ ଜାଣିବା ସେ ବିଷୟରେ।publive-image

Advertisment

ଦୁର୍ଗାପୂଜାର ଇତିହାସ: ହିନ୍ଦୁମାନଙ୍କର ସବୁଠୁ ବଡ଼ ପର୍ବ ହେଉଛି ଦଶହରା ବା ଦୁର୍ଗାପୂଜା। ଭାରତର ପ୍ରାୟ ସବୁ କୋଣରେ ଏହି ପୂଜା ଭିନ୍ନ ଭିନ୍ନ ଢଙ୍ଗରେ ବେଶ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଏହି ପୂଜା ପଛରେ ଅନେକ ପୌରାଣିକ କାହାଣୀର ପ୍ରଚଳନ ରହିଛି। ସେଥିମଧ୍ୟରୁ ଗୋଟିଏ କାହାଣୀ ଆଜି ଆମେ ଆପଣଙ୍କୁ ବତାଇବୁ।

publive-imageକୁହାଯାଏ ସର୍ବପ୍ରଥମେ ଭଗବାନ ଶ୍ରୀରାମ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ କରିଥିଲେ। ସେ ଲଙ୍କାର ରାଜା ରାବଣଙ୍କ ଉପରେ ବିଜୟଲାଭ କରିବା କାମନାରେ ଲଙ୍କାର ସମୁଦ୍ର କୂଳରେ ଏହି ପୂଜା କରିଥିଲେ। ଲଗାତାର ୯ ଦିନ ପର୍ଯ୍ୟନ୍ତ ପୂଜା ମା’ଙ୍କର ଉପାସନା କରିବା ପରେ  ଦଶମୀ ଦିନ ସେ ଲଙ୍କା ବିଜୟ ପାଇଁ ପ୍ରସ୍ଥାନ କରିଥିଲେ। ଯାହାପରେ ରାବଣ ସହ ଭୟଙ୍କର ଯୁଦ୍ଧ ହୋଇଥିଲା ଓ ଶେଷରେ ପ୍ରଭୁ ଶ୍ରୀରାମଙ୍କର ବିଜୟ ହୋଇଥିଲା। ବାସ୍‌ ସେବେଠୁ ଅସତ୍ୟ ଓ ଅଧର୍ମ ଉପରେ ଧର୍ମ ଓ ସତ୍ୟର ଜୟର ପର୍ବ ଦଶହରା ପାଳନ କରାଯାଏ ଓ ଦଶହରାର ପୂର୍ବ ୯ ଦିନକପୁ ନବରାତ୍ରୀ ଭାବେ ପାଳନ କରାଯାଏ।। ଦଶହରାରେ ପ୍ରଭୁ ଶ୍ରୀରାମ ରାବଣର ବଦ୍ଧ କରିଥିବାରୁ ଅନେକ ସ୍ଥାନରେ ଏହିଦିନ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ।

Advertisment