ହୋତା ସାରଙ୍କ ସଂଗ୍ରହାଳୟ: ଯେଉଁଠି ମିଳିବ ଗାଁ ଲୋକଙ୍କ ଜନ୍ମମୃତ୍ୟୁ ପଞ୍ଜିକା

ବ୍ରହ୍ମପୁର (ଜଗନ୍ନାଥ ସାହୁ): ହୋତା ସାରଙ୍କ ସଂଗ୍ରହାଳୟ। ଯେଉଁଠି ଆପଣ ପାଇବେ ତଥ୍ୟ ସମ୍ବଳିତ ବହୁ ଉପାଦେୟ ପେପର କଟିଂ। ବିଭିନ୍ନ ପ୍ରକାର ପୁସ୍ତକ ମଧ୍ୟ ସେ ରଖିଛନ୍ତି। ତା’ସହ ତାଙ୍କ ଗାଁ ଓ ଆଖପାଖ ଗାଁ ଲୋକଙ୍କ ଜୀବନୀ ଯନ୍ତ୍ରୀ ମଧ୍ୟ ମିଳିବ ଏହି ସଂଗ୍ରହାଳୟରେ। ହୋତା ସାରଙ୍କ ଏହି ନିଆରା ସଂଗ୍ରହାଳୟଟି ଅଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଏରେଣ୍ଡ୍ରା ଗାଁରେ। ଏହି ସଂଗ୍ରହାଳୟ ପାଇଁ ଯେଉଁ ଗାଁ ଲୋକେ ହୋତା ସାର୍‌ ଅର୍ଥାତ […]

Teacher

Teacher

Manoranjan Sial
  • Published: Monday, 31 October 2022
  • Updated: 31 October 2022, 08:31 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ହୋତା ସାରଙ୍କ ସଂଗ୍ରହାଳୟ। ଯେଉଁଠି ଆପଣ ପାଇବେ ତଥ୍ୟ ସମ୍ବଳିତ ବହୁ ଉପାଦେୟ ପେପର କଟିଂ। ବିଭିନ୍ନ ପ୍ରକାର ପୁସ୍ତକ ମଧ୍ୟ ସେ ରଖିଛନ୍ତି। ତା’ସହ ତାଙ୍କ ଗାଁ ଓ ଆଖପାଖ ଗାଁ ଲୋକଙ୍କ ଜୀବନୀ ଯନ୍ତ୍ରୀ ମଧ୍ୟ ମିଳିବ ଏହି ସଂଗ୍ରହାଳୟରେ। ହୋତା ସାରଙ୍କ ଏହି ନିଆରା ସଂଗ୍ରହାଳୟଟି ଅଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଏରେଣ୍ଡ୍ରା ଗାଁରେ। ଏହି ସଂଗ୍ରହାଳୟ ପାଇଁ ଯେଉଁ ଗାଁ ଲୋକେ ହୋତା ସାର୍‌ ଅର୍ଥାତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉଦୟ ନାଥ ହୋତାଙ୍କୁ ଦିନେ ଥଟ୍ଟା ଓ ପରିହାସ କରୁଥିଲେ, ଆଜି ସେମାନେ ପ୍ରଶଂସାରେ ପୋତି ପକାଉଛନ୍ତି।

ଏରେଣ୍ଡ୍ରା ଗାଁରେ ଉଦୟ ନାଥ ହୋତାଙ୍କ ଜନ୍ମ। ଗାଁ ଲୋକେ ତାଙ୍କୁ ବାବା ସାର୍‌ ଭାବେ ଡାକନ୍ତି। ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ନିଜ ହାତରେ ତିଆରି କରିଛନ୍ତି ଅନେକ ପିଲାଙ୍କ ଭବିଷ୍ୟତ। ଜୀବନରେ ଯେତେ ସଂଘର୍ଷ ଆସିଲେ ମଧ୍ୟ ହୋତା ସାର୍‌ କେବେ ପଛକୁ ଫେରି ଚାହିଁ ନାହାନ୍ତି। ନିଜ ମଣିଷ ତିଆରି କାରଖାନା ରୂପକ ସ୍କୁଲରେ ନିଜକୁ ପରଖନ୍ତି ଓ ପିଲାଙ୍କ ଭବିଷ୍ୟତ ପାଇଁ ରାସ୍ତା ତିଆରି କରନ୍ତି। ଯେଉଁଥିପାଇଁ ତାଙ୍କ ହାତ ଧରି ପାଠ ପଢ଼ିଥିବା ପିଲାମାନେ ଆଜି ଦେଶ ତଥାର କୋଣ ଅନୁକୋଣରେ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି।

ହୋତା ସାର୍‌ ପେଶା ପାଠ ପଢ଼ା। କିନ୍ତୁ ନିଶା ପୁରୁଣା ଲେଖା ସଂଗ୍ରହ କରିବା ଓ ଲେଖାଲେଖି କରିବା। ହୋତା ସାରଙ୍କ କହିବା ଅନୁସାରେ ୧୯୬୬ ମସିହାରେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ସେହିବର୍ଷ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥିଲା। ସେତେବେଳେ ନିର୍ବାଚନ ପ୍ରଚାରରେ ବ୍ୟବହାର ହେଉଥିବା ପୋଷ୍ଟର ଓ ବ୍ୟାନରକୁ ସେ ସଂଗ୍ରହ କରିଥିଲେ। ପୋଷ୍ଟରକୁ ଧଳା ପେପରରେ ପେଷ୍ଟ କରି ରଖିଥିଲେ। ଯାହାକୁ ଆଜି ପର୍ଯ୍ୟନ୍ତ ସାଇତି ରଖିଛନ୍ତି। ତା’ପରଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି।

[caption id="attachment_778096" align="aligncenter" width="650"]Hota-Sir ପେପର କଟିଂକୁ ସାଇତି ରଖୁଛନ୍ତି ହୋତା ସାର୍‌[/caption]

ହୋତା ସାର୍‌ ମେଧାବୀ ଛାତ୍ର ଥିଲେ। ପାଠପଢ଼ା ପରେ ଶିକ୍ଷକତା କଲେ। ଜୀବନର ଗତିପଥ ଦ୍ରୁତତର ହେଲା। ହେଲେ ନିଜର ସେହି ନିଆରା ନିଶାଠାରୁ ନିଜକୁ ଦୂରେଇ ପାରିଲେନାହିଁ। ଘର ସଂସାର ଓ ଶିକ୍ଷକତା ଭିତରେ ବିଭିନ୍ନ ପ୍ରକାର ଉପାଦେୟ ଓ ମୂଳ୍ୟବାନ ଲେଖା ସଂଗ୍ରହ କରିବା ନିଶାକୁ ଛାଡ଼ି ପାରିନଥିଲେ। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ଜୀବନୀ ସମ୍ପର୍କିତ ଖବରକାଗଜ ଲେଖାକୁ କାଟି ସଂଗ୍ରହ କରନ୍ତି। ସେହି ଲେଖାକୁ ନିଜେ ପଢ଼ିବା ସହିତ ଅତି ଯତ୍ନର ସହ ସାଇତି ରଖନ୍ତି। ଏହାଛଡ଼ା ଦେଶ ବିଦେଶର ଉପରେ ପ୍ରକାଶ ପାଉଥିବା ତଥ୍ୟ ଓ ବିଭିନ୍ନ ଧର୍ମ ପୁସ୍ତକକୁ ସେ ସଂଗ୍ରହ କରନ୍ତି। ସେହିପରି ଏରେଣ୍ଡ୍ରା ଓ ପଡ଼ୋଶୀ ଗାଁରେ ଜନ୍ମଗ୍ରହଣ କରୁଥିବା ପିଲା(ଟିପିଣା), ବିବାହ କରୁଥିବା ଝିଅ ଓ ପୁଅଙ୍କ ତାରିଖ, ମୃତ୍ୟୁବରଣ କରୁଥିବା ଲୋକଙ୍କ ମୃତ୍ୟୁ ତାରିଖକୁ ସେ ଲେଖି ରଖନ୍ତି। ୧୯୮୧ ମସିହାରୁ ଏହି କାର୍ଯ୍ୟ କରି ଆସୁଛନ୍ତି ହୋତା ସାର୍‌।

ହୋତା ସାର୍‌ଙ୍କ ଏହା ନିଶା ହୋଇଥିଲେ ମଧ୍ୟ ଅନେକ ଲୋକେ ତାଙ୍କୁ ଥଟ୍ଟା ଓ ପରିହାସ କରିଛନ୍ତି। ନାନା କଥା କହିଛନ୍ତି। ହେଲେ ଲୋକଙ୍କ ପରିହାସକୁ ସେ ଖାତିର କରିନାହାନ୍ତି। ନିଜ କାର୍ଯ୍ୟ କରି ଚାଲିଛନ୍ତି। ଯାହାକୁ ସେ ନିଜ ଘରେ ସାଇତି ରଖିଛନ୍ତି। ଆଉ ତିଆରି କରିଛନ୍ତି ସଂଗ୍ରହାଳୟ। ହୋତା ସାରଙ୍କ ଏହି ସଂଗ୍ରହାଳୟକୁ ଏରେଣ୍ଡ୍ରା ଓ ଆଖପାଖ ଗାଁ ଲୋକମାନେ ପଢ଼ିବା ପାଇଁ ଆସନ୍ତି। ଏଥିସହ ଗାଁର କୌଣସି ପିଲାଙ୍କ ଜାତକ ହଜି ଯାଇଥିଲେ, ସେ ବିଷୟରେ ଜାଣିବା ପାଇଁ ଲୋକେ ଏଠାକୁ ଆସନ୍ତି।

ହୋତା ସାର୍‌ ଚାକିରିରୁ ଅବସର ପରେ ନିଜ ସଂଗ୍ରହାଳୟ କାମରେ ଲାଗି ପଡ଼ିଛନ୍ତି। ପୂରା ଦିନ ସଂଗ୍ରହାଳୟକୁ ଦେଉଛନ୍ତି। ହୋତା ସାରଙ୍କ ଏପରି କାର୍ଯ୍ୟକୁ ଯେଉଁ ଗାଁ ଲୋକ ସମାଲୋଚନା କରୁଥିଲେ, ସେମାନେ ଆଜି ପ୍ରଶଂସା କରୁଛନ୍ତି। ସାରଙ୍କ ଏହି ସଂଗ୍ରହାଳୟ ଆଗାମୀ ଯୁବପିଢ଼ିଙ୍କ ପାଇଁ  ଉପାଦେୟ ହେବ ବୋଲି ଶିକ୍ଷାବିତମାନେ ମତପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story