ଏକ ନିଆରା ନଦୀର ଅପମୃତ୍ୟୁ- ଗନ୍ଧବତୀରୁ ଗଙ୍ଗୁଆ ନାଳ!

ସ୍ୱାତୀ ଜେନା ଗନ୍ଧବତୀ ନଦୀରୁ ଗଙ୍ଗୁଆନାଳ। ରାଜଧାନୀ ଭୁବନେଶ୍ୱରର ପ୍ରାକୃତିକ ନଦୀ ଗନ୍ଧବତୀ ଏବେ  ନାଳ ନର୍ଦମା ଭରା ଗଙ୍ଗୁଆ ନାଳରେ ପରିଣତ ହୋଇଯାଇଛି। ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଂଚଳରୁ ନେଇ ବଡ଼ ବଡ଼ ଘରୋଇ ହସ୍ପିଟାଲର ଅଳିଆ ଆବର୍ଜନା ପାଣିର ବାହକ ସାଜିଛି ଗଙ୍ଗୁଆ। ଫଳରେ ନଦୀରୁ ନାଳରେ ନାମିତ ହୋଇଥିବା ଗଙ୍ଗୁଆ ଧୀରେ ଧୀରେ ତାର ଅସ୍ତିତ୍ୱ ହରାଇବା ସହ ମରିବାକୁ ବସିଲାଣି। ଏବେ ତାହା ନର୍ଦ୍ଦମା। ଜାତୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟ ଅନୁଯାୟୀ ରାଜ୍ୟର ୧୯ଟି ପ୍ରଦୂଷିତ ନଦୀ […]

bbsr

bbsr

Ordigital Desk
  • Published: Friday, 29 April 2022
  • Updated: 29 April 2022, 12:48 PM IST

Sports

Latest News

  • ସ୍ୱାତୀ ଜେନା

ଗନ୍ଧବତୀ ନଦୀରୁ ଗଙ୍ଗୁଆନାଳ। ରାଜଧାନୀ ଭୁବନେଶ୍ୱରର ପ୍ରାକୃତିକ ନଦୀ ଗନ୍ଧବତୀ ଏବେ  ନାଳ ନର୍ଦମା ଭରା ଗଙ୍ଗୁଆ ନାଳରେ ପରିଣତ ହୋଇଯାଇଛି। ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଂଚଳରୁ ନେଇ ବଡ଼ ବଡ଼ ଘରୋଇ ହସ୍ପିଟାଲର ଅଳିଆ ଆବର୍ଜନା ପାଣିର ବାହକ ସାଜିଛି ଗଙ୍ଗୁଆ। ଫଳରେ ନଦୀରୁ ନାଳରେ ନାମିତ ହୋଇଥିବା ଗଙ୍ଗୁଆ ଧୀରେ ଧୀରେ ତାର ଅସ୍ତିତ୍ୱ ହରାଇବା ସହ ମରିବାକୁ ବସିଲାଣି। ଏବେ ତାହା ନର୍ଦ୍ଦମା। ଜାତୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟ ଅନୁଯାୟୀ ରାଜ୍ୟର ୧୯ଟି ପ୍ରଦୂଷିତ ନଦୀ ମଧ୍ୟରେ ସବୁଠୁ ଆଗରେ ରହିଛି ଗଙ୍ଗୁଆ। ବଢୁଥିବା ଜନବସତିର ଜବରଦଖଲ ତଥା ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମର ଦୂରଦୃଷ୍ଟି ଅଭାବରୁ ଗଙ୍ଗୁଆ ଧୀରେ ଧୀରେ ପୋତି ହୋଇ ପଡ଼ିଲାଣି। ଫଳରେ ଏହାର ପ୍ରାକୃତିକ ସ୍ରୋତ କମି ଚାଲିଥିବା ବେଳେ ସାମାନ୍ୟ ବର୍ଷାରେ ରାଜଧାନୀରେ ସୃଷ୍ଟି ହେଉଛି ନର୍ଦମା ପାଣିର କୃତ୍ରିମ ବନ୍ୟା। ଯାହାକୁ ନୋଇ ଗଙ୍ଗୁଆ ବଂଚାଅ ଆନ୍ଦୋଳନ ଦାନା ବାନ୍ଧିଛି।

ଗବେଷଣାରୁ ଜଣା ପଡ଼ିଛି ୨୨ଟି ପ୍ରାକୃତିକ ଝରରୁ ଉତ୍ପତି ହୋଇଛି ଗଙ୍ଗୁଆ। ଡମପଡ଼ା ଚନ୍ଦକା ପର୍ବତ ପାଦଦେଶରୁ ବହି ଆସିଥିବା ବିଭିନ୍ନ ଝରର ସମାରୋହ ହେଉଛି ଗଙ୍ଗୁଆ। ଚନ୍ଦକା ଥାନା ନିକଟରେ ଥିବା ଭୁଆଷୁଣି ପୋଖରୀ ମଧ୍ୟ ଗଙ୍ଗୁଆର ଏକ ଉତ୍ସ ବୋଲି ଜଣା ପଡ଼ିଛି। ପ୍ରାକୃତିକ ଉତ୍ସ ଭାବେ ମାଟି ତଳୁ ଏହି ପୋଖରୀର ପାଣି ମାଟି ଉପରକୁ ଝରି ଥାଏ। ତେଣୁ ବର୍ଷ ତମାମ୍ ଏ ପୋଖରୀରୁ ପାଣି ଶୁଖି ନଥାଏ। ଯାହାକୁ ପାନୀୟ ଜଳ ଭାବେ ମଧ ଗାଁ ଲୋକ ବ୍ୟବହାର  କରନ୍ତି। ସେହିପରି ଡେରାସ ଝୁମୁକାରୁ ମଧ୍ୟ ଅନେକ ଛୋଟ ଛୋଟ ଜଳଧାରା ଆସି ଗଙ୍ଗୁଆରେ ମିଶିଥିବା ଜଣା ପଡ଼ିଛି। କିନ୍ତୁ ପାହାଡ଼ ପର୍ବତରୁ ବାହାରିଥିବା ଝରଣାର ସମାରୋହରେ ସୃଷ୍ଟି ହୋଇଥିବା ଗଙ୍ଗୁଆ  ପ୍ରାୟ ୧୩ କିଲୋମିଟର ପ୍ରବାହିତ ହେବା ପରେ ନର୍ଦମାରେ ପରିଣତ ହୋଇଛି। ଉତ୍ପତି ସ୍ଥଳରେ ଏହା ‘ବିଶୁଆଣି’ ଭାବେ ପରିଚିତ ଥିବା ବେଳେ ଝୁମୁକା ଜଳ ଉତ୍ସରୁ ବାହାରିଥିବା ଧାରକୁ ଛତିନିଆ’ ଓ ଚନ୍ଦକାର କୁମାରଖୁଣ୍ଟିରୁ ବାହାରିଥିବା ଝରଣାକୁ ସ୍ଥାନୀୟ  ଲୋକ  ‘ବଡ ଜୋର’ ବୋଲି କହିଥାନ୍ତି। ଉଭୟ ଉତ୍ସ ନନ୍ଦନକାନନ ଦେଇ ପଥରଗାଡ଼ିଆ ପାଖରେ ମିଶିଛି।

[caption id="attachment_730816" align="aligncenter" width="650"]swati ଚନ୍ଦକା ଥାନା ନିକଟରେ ଥିବା ଏକ ଝର ଏବେ ଭୂଆଶୁଣି ପୋଖରୀ ଭାବେ ପରିଚିତ ।[/caption]

ସ୍ଥାନୀୟ ଅଂଚଳରେ ଏହି ନଦୀକୁ ‘ବୁତୁନଇ’ କୁହାଯାଉଛି। କିନ୍ତୁ ପଟିଆ, କଳାରାହାଙ୍ଗ ଦେଇ ଯିବା ପରେ ଇଂଜଣାଠାରେ ଏହି ନଦୀ ଗଙ୍ଗୁଆ ଭାବେ ପରିଚିତ ହୋଇଛି। ଏହା ପରେ ଗଙ୍ଗୁଆ ଉତ୍ତରପୂର୍ବ ଦିଗରେ ଗତି କରି ରୋକଟା, ମଞ୍ଚେଶ୍ୱର, ଚକେଇଷିଆଣି, ରସୁଲଗଡ଼ ଦେଇ ସିଧାସଳଖ ପଳାଶୁଣିଠାରେ ଜାତୀୟ ରାଜପଥ ୧୬କୁ ଛୁଇଁଛି। ଏହାର ଗୋଟିଏ ଶାଖା ମଞ୍ଚେଶ୍ୱର ଆନିକଟ ପାଖରେ କୁଆଖାଇ ନଦୀରେ ମିଶିଛି। କିନ୍ତୁ ଏହା ତାର ନିଜସ୍ୱ ସ୍ରୋତ ବଜାୟ ରଖି ନିମ୍ନଗାମୀ ହୋଇଛି। ମଞ୍ଚେଶ୍ୱରଠାରେ ଏହା ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରି ପାଣ୍ଡରା, ଝାରପଡ଼ା, ଲକ୍ଷ୍ମୀସାଗର, ବରଗଡ଼, ଶିଶୁପାଳଗଡ଼ରେ ମୋଡ଼ ନେଇ ସାମନ୍ତରାପୁରଠାରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଅତିକ୍ରମ କରିଛି। ଏହିଠାରୁ ପଶ୍ଚିମ ମୁଖା ହୋଇ କପିଳେଶ୍ୱର ପ୍ରସାଦରୁ କିଛି ବାଟ ଗଲା ପରେ କୁର୍ଖେଶ୍ୱର ପାହାଡ଼ ନିକଟରେ ଦୟା ନଦୀରେ ଆସି ମିଶିଛି।

ଭୁବନେଶ୍ୱର ମଧ୍ୟରେ ଯାଉଥିବା ୧୦ଟି ପ୍ରାକୃତିକ ନାଳ ଗଙ୍ଗୁଆର ଉପନଦୀ ଭାବେ ବିବେଚନା କରାଯାଏ। ଅର୍ଥାତ୍ ବିଭିନ୍ନ ଝରରୁ ପ୍ରବାହିତ ହେଉଥିବା ପ୍ରାକୃତିକ ଉତ୍ସର ସମାରୋହ ହେଉଛି ଗଙ୍ଗୁଆ। ଚନ୍ଦକା ଅଭୟାରଣ୍ୟର ଭରତପୁରଠାରୁ ବାହାରିଥିବା ଝରଣା ବଟାନିକାଲ ପାର୍କ, ଜୟଦେବ ବିହାର, ଆଚାର୍ଯ୍ୟ ବିହାରରୁ ବାଣୀ ବିହାର ଦେଇ ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ଗଙ୍ଗୁଆରେ ମିଶିଛି ବୋଲି ଗବେଷଣାରୁ ଜଣା ପଡ଼ିଛି। ସେହିପରି ନୟାପଲ୍ଲୀ ବାଲୁଙ୍କେଶ୍ୱର ମନ୍ଦିର ପଛପଟ ଥିବା ପ୍ରାକୃତିକ ଝରରୁ ଉତ୍ପତି ହୋଇଥିବା ପୁଷ୍କରିଣୀଟି ମଧ୍ୟ ଗଙ୍ଗୁଆର ଏକ ଉତ୍ସ ବୋଲି ଜଣା ପଡ଼ିଛି। ଯାହାକି ନୂଆପଲ୍ଲୀରୁ ବାହାରି ନିକୋ ପାର୍କ, ୟୁନିଟ୍ ୯, ସହିଦ ନଗର, ସତ୍ୟ ନଗର, ଲକ୍ଷ୍ମୀ ସାଗର, ମହାଦେବନଗର ଦେଇ କେସୁରାଠାରେ ଗଙ୍ଗୁଆରେ ପଡ଼ିଛି। କିନ୍ତୁ ଏହି ପ୍ରାକୃତିକ ଧାରଟି ଏବେ ରାଜଧାନୀରେ ସବୁଠାରୁ ଅପରିଷ୍କାର ନାଳ ନର୍ଦ୍ଦମାରେ ପରିଣତ ହୋଇଛି।

ଶିଖରଚଣ୍ଡି ପାହାଡ଼ରୁ ବାହାରି କିସ୍ ପଛପଟେ ଥିବା ହ୍ରଦ ଦେଇ ପ୍ରବାହିତ ହେଉଥିବା ଜଳଧାରା ରଘୁନାଥପୁର ଜେଡ଼-୧ ଆପର୍ଟମେଣ୍ଟ  ଦେଇ ଗଙ୍ଗୁଆରେ ମିଶିଛି। ଏହି ପ୍ରାକୃତିକ ଉତ୍ସକୁ କିମ୍ସ ଡାକ୍ତରଖାନାର ଆବର୍ଜନା ପାଣି ନିସ୍କାସନରେ ବ୍ୟବହାର କରାଯାଉଛି। ଅନ୍ୟପଟେ କିସ୍ ପଛପଟେ ଥିବା ପ୍ରାକୃତିକ ହ୍ରଦକୁ ମଧ୍ୟ ପୋତା ଚାଲିଛି। ଶୀତ ଦିନେ ଏହି ହ୍ରଦରେ ଅନେକ ପକ୍ଷୀ ଆସି ଖାଦ୍ୟ ସଂଗ୍ରହ କରିଥାନ୍ତି। ଏହା ସହ କିଛି ଝର ଖଣ୍ଡଗିରି, ଡୁମଡୁମା ଓ ଏୟାର ପୋର୍ଟ ଦେଇ ଗଙ୍ଗୁଆକୁ ପ୍ରବାହିତ ହେଉଛି। ଯାହାକି ଏବେ ଖଣ୍ଡଗିରି ତପୋବନ ସ୍କୁଲ ନିକଟରେ ଥିବା ଯୋକଲଣ୍ଡି ପଛପଟ ଦେଇ ବରମୁଣ୍ଡା ବସ ଟର୍ମିନାଲ କଡ଼େ କଡ଼େ ଦୂଷିତ ପାଣି ପ୍ରବାହ କରୁଛି। ଗବେଷଣାରୁ ଜଣା ପଡ଼ିଛି ଗଙ୍ଗୁଆ ଦକ୍ଷିଣ ପଶ୍ଚିମରୁ ଆସୁଥିବା ପହାଣି ନାଳ, ଜମୁନାଳ ସହ ପଟିଆ ଦହଲରୁ ମଧ୍ୟ ଜଳ ଧାରଣ କରୁଛି।

ସମସ୍ତ ଗବେଷଣାରୁ ଜଣା ପଡ଼ିଛି ପ୍ରାକୃତିକ ଉତ୍ସ ହେଉ କି ଝରଣାର ମଧୁର ପାଣି ଗଙ୍ଗୁଆରେ ପ୍ରବାହିତ ହେଇଥାଏ। ଆଉ ଭୁବନେଶ୍ୱର କଡ଼େ କଡ଼େ ଥିବା ପ୍ରାୟ ଶହେଟି ଗାଁ ଲୋକ ଏହି ଜଳଧାରା ଉପରେ ଚାଷବାସ ପାଇଁ ନିର୍ଭର କରିଥାନ୍ତି। କିନ୍ତୁ  ସମୟ କ୍ରମେ ଏହାକୁ ଏକ ନର୍ଦ୍ଦମାରେ ପରିଣତ କରି ରାଜ୍ୟ ସରକାର ଗଙ୍ଗୁଆ ନଦୀରେ ଅଣଶୋଧିତ ବର୍ଜ୍ୟ ଜଳ ଛାଡ଼ିବାରୁ ଏହା ଏବେ ନଦୀରୁ ନର୍ଦ୍ଦମାରେ ପରିଣତ ହୋଇଗଲାଣି। ପରୀକ୍ଷାରୁ ଜଣା ପଡ଼ିଛି ଗଙ୍ଗୁଆ ଜଳରେ ବିଓଡି ଅର୍ଥାତ୍ ବାୟୋ ଅକ୍ସିଜେନ୍ ଡିମାଣ୍ଡ, ସିଓଡି ଅର୍ଥାତ୍ କେମିକାଲ ଅକ୍ସିଜେନ୍ ଡିମାଣ୍ଡ ଓ କ୍ଲୋରୋଫର୍ମ ମାତ୍ରା ବଢ଼ିଯିବାରୁ ଏହା ଆଉ ଚାଷ କି ପାନୀୟ ଉପଯୋଗୀ ହୋଇ ରହି ନାହିଁ। ଏହି ଆବର୍ଜନା ପାଣି ଖୋର୍ଦ୍ଧା ବାରିମୂଳଠାରେ ଦୟାରେ ମିଶି ନଦୀ ଜଳକୁ ପ୍ରଦୂଷିତ କରୁଛି। ଅନ୍ୟପଟେ ଗଙ୍ଗୁଆର ଆଉ ଏକ ଧାର ଚିଲିକା ଆଡ଼କୁ ଯାଇଛି। ଫଳରେ ଗଙ୍ଗୁଆ ଉପରେ ନିର୍ଭର କରୁଥିବା ଚାଷୀ କ୍ଷତିଗ୍ରସ୍ତ ହେବା ସହ ଚିଲିକାର ଇକୋ ସିଷ୍ଟମ ମଧ୍ୟ ନଷ୍ଟ ହେବାକୁ ବସିଲାଣି।

[caption id="attachment_730817" align="aligncenter" width="650"]bbsr ଚନ୍ଦକା ଡମପଡ଼ା ଜଙ୍ଗଲରୁ ବାହାରିଥିବା ଝରଣା ପାଣି।[/caption]

ଗଙ୍ଗୁଆର ଉତ୍ପତି ଯେତିକି ରୋଚକ, ତାର ଇତିହାସ ମଧ୍ୟ ସେତିକି ସୁନ୍ଦର। ଇତିହାସରୁ ଜଣା ପଡ଼ିଛି ଗଙ୍ଗୁଆ ଯାହାର ପୂର୍ବ ନାମ ଗନ୍ଧବତୀ କିମ୍ବା ଗଙ୍ଗବତୀ ଥିଲା ତାହା ଏକଦା ଉତ୍କଳ-କଳିଙ୍ଗ ସଭ୍ୟତାର ଏକ ପ୍ରମୁଖ ନଦୀ ଭାବେ ପରିଗଣିତ ହେଉଥିଲା। କାରଣ ଗଙ୍ଗୁଆର ପାଣି ବେଶ ମିଠା ଓ ସ୍ୱାସ୍ଥ୍ୟ ଉପଯୋଗୀ। ଏହା ମଧ୍ୟରେ ଥିବା ତତ୍ତ୍ୱକୁ ନେଇ ଆଇଆଇଟି କାନପୁରରେ ଗବେଷଣା ଚାଲିଛି। ଗଙ୍ଗୁଆ ନଦୀ ଅନ୍ୟ ନଦୀ ଭଳି ଉପର ମୁଣ୍ଡରୁ ତଳ ଦେଶକୁ ପ୍ରବାହ କଲା ବେଳେ ସାଙ୍ଗରେ ବାଲି ନେଇ ଆସି ନଥାଏ। ଏହା ମଟାଳ ମାଟିକୁ ସାଙ୍ଗରେ ନେଇ ବହେ। ଯାହାକି ଚାଷ ପାଇଁ ବେଶ ଉପଯୋଗୀ। ଏପରିକି ଏହି ଜଳ ଶୀଘ୍ର ନଷ୍ଟ ହୋଇ ନଥାଏ। ତେଣୁ ପୂର୍ବରୁ ଗଙ୍ଗୁଆକୁ ପାନୀୟ ଜଳ ଭାବେ ବ୍ୟବହାର କରାଯାଉଥିଲା। ଫଳରେ ଗଙ୍ଗୁଆ କୂଳ କୂଳେ ଗଢ଼ି ଉଠିଥିଲା ଜନବସତି।

ଇତିହାସ ଓ ଗବେଷଣାରୁ ପ୍ରମାଣ ମିଳୁଛି, ଭୁବନେଶ୍ୱରରେ ଥିବା ୭ଟି ମୁଖ୍ୟ ଗଡ଼ : ଶିଶୁପାଳ ଗଡ଼, ପଟିଆ ଗଡ଼, ଚୁଡ଼ଙ୍ଗ ଗଡ଼, ରସୁଲଗଡ଼, ବରଗଡ଼, ଗଡ଼ଗୋପୀନାଥପୁର ଆଦି ଅନେକ ରାଜ ଉଆସ ଓ ଦୁର୍ଗ ଏହି ଗଙ୍ଗୁଆ କୂଳେ କୂଳେ ଗଢ଼ି ଉଠିଥିଲା। ପ୍ରଥମ ଖ୍ରୀଷ୍ଟ ପୂର୍ବର କଳିଙ୍ଗର ସମ୍ରାଟ ମହାମେଘବାହନ ଐରଖାରବେଳଙ୍କ ରାଜଧାନୀ ଏବେର ଶିଶୁପାଳ ଗଡ଼ ବୋଲି ଜଣା ପଡ଼ିଛି। ଯାହାର ପୂର୍ବ ନାମ ଥିଲା କଳିଙ୍ଗ ନଗର। ଶିଶୁପାଳ ଗଡ଼ର ସୁରକ୍ଷା ପାଇଁ ଗଡ଼ଖାଇ ଥିଲା। ଅର୍ଥାତ୍ ଏହାର ଚତୁଃପାର୍ଶ୍ୱ ଗନ୍ଧବତୀ ନଦୀ ଦ୍ୱାରା ପରିବେଷ୍ଟିତ ଥିଲା। ଏବେ ଶିଶୁପାଳ ଗଡ଼ ମାଟି ତଳେ ପୋତି ହେବା ସହ ଜବରଦଖଲକାରୀଙ୍କ କବଜାରେ ରହିଛି। କିନ୍ତୁ ଗଙ୍ଗୁଆର ଗୋଟିଏ ଧାର ଏବେ ବି ଶିଶୁପାଳ ଗଡ଼ କଡ଼େ କଡ଼େ ପ୍ରବାହିତ ହେଉଛି। ୧୯୪୮ରେ ଏହାର ଖନନ କରି ପ୍ରତ୍ନତତ୍ତ୍ୱବିତ୍ ବି. ବି. ଲାଲ୍ ତାଙ୍କ ପୁସ୍ତକରେ ଏ ନେଇ ସବିଶେଷ ବର୍ଣ୍ଣନା କରିଛନ୍ତି।

ସେହିପରି ଗଙ୍ଗବତୀ ବା ଗଙ୍ଗୁଆର ନାମକରଣକୁ ନେଇ ମଧ୍ୟ ଗବେଷଣା ଜାରି ରହିଛି। ଏହି ଜଳଧାରାରେ ଗଙ୍ଗତ୍ୱ ରହିଛି ବୋଲି ଏହାକୁ ଗଙ୍ଗା ଶବ୍ଦ ସହ ସଲିଂଗ୍ନ କରାଯାଇଛି। ଏହା ଯଦି ପ୍ରମାଣିତ ହୁଏ, ତାହେଲେ ଏହାର ପ୍ରକୃତ ଜଳରାଶିର ମୂଲ୍ୟ ଆଜି ଦିନରେ ପ୍ରତି ଲିଟର ପିଛା ବଜାରରେ ୪୦୦ ଟଙ୍କାରେ ବିକ୍ରୀ ହେବ ବୋଲି ମଧ୍ୟ ମତ ଦେଇଛନ୍ତି ଗବେଷକ। ସେପଟେ ଉତ୍କଳରେ ରାଜୁତି କରୁଥିବା ଗଙ୍ଗ ବଂଶର ନାମ ଅନୁସାରେ ହୁଏତ ଗଙ୍ଗବତୀ ଭାବେ ଗଙ୍ଗୁଆର ନାମକରଣ ହୋଇଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ଯଦିଓ ନାମକରଣ ନେଇ କୌଣସି ଠୋସ ପ୍ରମାଣ ମିଳି ନାହିଁ, କିନ୍ତୁ ଗଙ୍ଗୁଆର ଉତ୍ପତି ବାସ୍ତବିକ୍ ସବୁଠୁ ନିଆରା।

[caption id="attachment_730818" align="aligncenter" width="650"]bbsr ଭୁବନେଶ୍ୱର ମଞ୍ଚେଶ୍ୱର ନିକଟରେ ଦୂଷିତ ଗଙ୍ଗୁଆ ଜଳ ।[/caption]

ଲୋକ ସଂଖ୍ୟା ବଢିବା ସହ ଭୁବନେଶ୍ୱରର ଭୂତଳ ଜଳସ୍ତର କ୍ଷୀପ୍ରଗତିରେ କମିବାରେ ଲାଗିଛି। ଆଗକୁ ଉତ୍କଟ ଜଳ ସଙ୍କଟରେ ଛାଟିପିଟି ହୋଇପାରେ ରାଜଧାନୀ ଭୁବନେଶ୍ୱର। ଖରା ଦିନେ ବୁନ୍ଦାଏ ଜଳ ପାଇଁ ତ୍ରାହି ତ୍ରାହି ଡାକିପାରନ୍ତି ରାଜଧାନୀବାସୀ। ଆଉ ସାମାନ୍ୟ ବର୍ଷା ହେଲା କ୍ଷଣି ସହର ଖାଲି ନର୍ଦ୍ଦମା ପାଣିରେ ଉବୁଡୁବୁ ହେବା ଭଳି ଭୀଷଣ ପରିସ୍ଥିତି ଉପୁଜିବ। କାରଣ ଗଙ୍ଗୁଆ ନଦୀ ସହ ସମସ୍ତ ପ୍ରାକୃତିକ ଜଳ ନିଷ୍କାସନ ଧାରାକୁ ମାଡ଼ି ବସିଲେଣି ଲୋକେ। ପ୍ରାକୃତିକ ଜଳ ନିଷ୍କାସନ ଧାରକୁ ପୋତି ଗଢ଼ି ଉଠୁଛି ବହୁତଳ ଅଟ୍ଟାଳିକା। ଉଭୟ ସରକାରୀ ଓ ବେସରକାରୀ ବିଲଡିଂମାନ ଏହାର କଡ଼େ କଡ଼େ ନିର୍ମାଣ କରାଯାଇ ରାଜଧାନୀର ପ୍ରକୃତିକୁ ନଷ୍ଟ କରାଯାଉଛି। ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି।

୨୦୧୦ରୁ ‘ଜଳ ବିରାଦାରୀ ଗ୍ରୁପ’ ମାଧ୍ୟମରେ ଗଙ୍ଗୁଆ ବଂଚାଅ ଅଭିଯାନ ଆରମ୍ଭ ହୋଇଛି। ବର୍ଜ୍ୟ ଜଳ ବିଶୋଧନ ଉପରେ ଗୁରୁତ୍ୱ ଦେବା ସହ ବିଏମସି ଓ ବିଡିଏ ନିଜସ୍ୱ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ଦାବୀ ଜୋର ଧରିଛି। ନଦୀ ଗର୍ଭକୁ ଦୂଷିତ ଜଳକୁ ବିଶୋଧନ କରି ଛାଡ଼ିବାକୁ ମଧ୍ୟ ଯୋଜନା କରୁଛନ୍ତି ସରକାର। ସେଥିପାଇଁ ଭୁବନେଶ୍ୱରର ୬ଟି ସ୍ଥାନ, ମେହରପଲ୍ଲୀ, ବାସୁଆଘାଇ, କୋଚିଳାପୁଟ, ପାଇକରାପୁର, ଅନ୍ଧାରୁଆ ଓ ରୋକତଠାରେ ବର୍ଜ୍ୟଜଳ ବିଶୋଧନ କେନ୍ଦ୍ର ନିର୍ମାଣ ଚାଲିଛି। ସେପଟେ ଜାଇକା ପ୍ରକଳ୍ପ କାମ ଭୁବନେଶ୍ୱରରେ ଜାରି ରହିଥିଲେ ମଧ୍ୟ ଏହାର ମଇଳା ପାଣି ଗଙ୍ଗୁଆକୁ ହିଁ ଯାଉଛି।

ଏହିପରି ଭାବେ ସହର ବିକାଶ କରୁ କରୁ ଏକ ପୂଣ୍ୟତୋୟା ନଦୀର ଅପମୃତ୍ୟୁର କାରଣ ସାଜିଛନ୍ତି ରାଜ୍ୟ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story