ଯୋଗ ପାଲଟିଛି ବ୍ୟବସାୟ: ଜାଣନ୍ତୁ କେଉଁ ଗୁରୁ କେତେ କୋଟିର ମାଲିକ

ଯୋଗର ଲୋକପ୍ରିୟତା ଏବେ କାହିଁରେ କ’ଣ । ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଏକ ଉତ୍ତମ ମାଧ୍ୟମ ପାଲଟିଛି। ପିଲାଠାରୁ ବୁଢା ସମସ୍ତେ ଆଦରି ନେଇଛନ୍ତି ଯୋଗକୁ। କିଛିବର୍ଷ ପୂର୍ବରୁ ଯୋଗ କେବଳ ଭାରତ ମଧ୍ୟରେ ସୀମିତ ରହିଥିଲା। ତେବେ ସମୟ ପରିବର୍ତ୍ତନ ହେବା ସହ ଏବେ ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛି। କେବଳ ଏତିକି ନୁହେଁ ୨୧ ଜୁନ୍‌କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରୁଛି ସାରା ବିଶ୍ୱ। ଯାହା ଯୋଗକୁ ଏକ […]

yog-guru2

yog-guru2

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 06:21 PM IST

Sports

Latest News

ଯୋଗର ଲୋକପ୍ରିୟତା ଏବେ କାହିଁରେ କ’ଣ । ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଏକ ଉତ୍ତମ ମାଧ୍ୟମ ପାଲଟିଛି। ପିଲାଠାରୁ ବୁଢା ସମସ୍ତେ ଆଦରି ନେଇଛନ୍ତି ଯୋଗକୁ। କିଛିବର୍ଷ ପୂର୍ବରୁ ଯୋଗ କେବଳ ଭାରତ ମଧ୍ୟରେ ସୀମିତ ରହିଥିଲା। ତେବେ ସମୟ ପରିବର୍ତ୍ତନ ହେବା ସହ ଏବେ ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛି। କେବଳ ଏତିକି ନୁହେଁ ୨୧ ଜୁନ୍‌କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରୁଛି ସାରା ବିଶ୍ୱ। ଯାହା ଯୋଗକୁ ଏକ ନୂଆ ପରିଚୟ ଦେଇଛି। କେତେକ ଯୋଗଗୁରୁ ଯୋଗ ମାଧ୍ୟମରେ ନିଜର ବ୍ୟବସାୟ ଆରମ୍ଭ କରି ସାରିଲେଣି। ଯୋଗ ମାଧ୍ୟମରେ ଆମକୁ ସୁସ୍ଥ ରଖୁଥିବା ଯୋଗଗୁରୁ କେତେ ଟଙ୍କାର ମାଲିକ ଆସନ୍ତୁ ଜାଣିବା ।

ବାବା ରାମଦେବ: ଯୋଗ କଥା ଉଠିଲେ ବାବା ରାମଦେବଙ୍କ ଚେହେରା ସ୍ୱତଃ ଆଖି ସାମ୍ନାକୁ ଚାଲିଆସେ । ଯୋଗକୁ ନୂଆ ଜୋଶ୍‌ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାବା ରାମଦେବ। କେବଳ ଭାରତ ନୁହେଁ ପୂରା ବିଶ୍ୱରେ ବେଶ୍‌ ଲୋକପ୍ରିୟ ସେ। ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ହିଁ ଏକ ମାଧ୍ୟମ ଏହି ବାର୍ତ୍ତଟି ସେ ସମସ୍ତ ଲୋକଙ୍କ ପାଖରେ ପହଞ୍ଚାଇ ସାରିଛନ୍ତି। ଏଥିପାଇଁ ସେ ଯୋଗର ବିଭିନ୍ନ ନୂଆ ନୂଆ ଶୈଳୀ ଲୋକଙ୍କ ଆଗରେ ପ୍ରତିପାଦିତ କରୁଛନ୍ତି। ରାମଦେବଙ୍କ କମ୍ପାନୀ ପତଞ୍ଜଳି ଏବେ ଭାରତର ବଡ଼ ବଡ଼ କମ୍ପାନୀ ମଧ୍ୟରୁ ଅନ୍ୟତମ। ପତଞ୍ଜଳି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରିଥାଏ। ପ୍ରାୟ ୫ ହଜାର କୋଟି ଟଙ୍କାର ମାଲିକ ହେଉଛନ୍ତି ବାବା ରାମଦେବ।

YOGA GURUବିକ୍ରମ ଚୌଧୁରୀ: ଆଧୁନିକ ଯୋଗଗୁରୁ ଭାବେ ବିକ୍ରମ ଚୌଧୁରୀଙ୍କ ନାମ ସର୍ବଦା ଆଗରେ ରହିଥାଏ। ତାଙ୍କର ଯୋଗ ଶୈଳୀ ପାଶ୍ଚାତ୍ୟ ଦେଶରେ ବେଶ୍‌ ଲୋକପ୍ରିୟ। ବିକ୍ରମ ଚୌଧୁରୀଙ୍କ ଅନ୍ୟ ଏକ ପରିଚୟ ହେଉଛି ସେ ହଟ୍‌ ଯୋଗଗୁରୁ ଭାବେ ଜଣାଶୁଣା। ସେ ୫୦୦ କୋଟି ଟଙ୍କାର ମାଲିକ। ବିଭିନ୍ନ ବ୍ରାଣ୍ଡର ଲଗଜ୍ୟୁରୀ କାର୍ ସୌକିନ ବିକ୍ରମ।

ଯୋଗୀ ହରଭଜନ୍‌ ସିଂ:  ଯୋଗକୁ ବିଦେଶରେ ପରିଚୟ ଦେଇଥିବା ଯୋଗଗୁରୁ ହେଉଛନ୍ତି ହରଭଜନ୍ ସିଂ। ଭାରତ ଓ ଆମରିକାରେ ସେ ଯୋଗଶିକ୍ଷା ଦେଇଥାନ୍ତି। ତେବେ ୨୦୦୪ରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ସଂସ୍ଥା 3HO ଏବେ ବି କିଛି ଦେଶରେ କାମ କରୁଛି। ପ୍ରତିବର୍ଷ ୧୦୦ କୋଟି ଡଲାରରୁ ଅଧିକ ଆୟ କରୁଛି ତାଙ୍କ ସଂସ୍ଥା।

ଭରତ ଠାକୁର: ଏବେ ସାରା ଦେଶରେ ପାୱାର ଯୋଗକୁ ନେଇ ଚର୍ଚ୍ଚା। ଏହି ଯୋଗର ମୁଖ୍ୟ ସୂତ୍ରଧର ହେଉଛନ୍ତି ଭରତ ଠାକୁର।  ବିଭିନ୍ନ କଳାତ୍ମକ ଯୋଗଶୈଳୀ ପାଇଁ ସେ ପ୍ରସିଦ୍ଧ। ମୁଖ୍ୟତଃ ପ୍ରାଣାୟମ, ଶତକର୍ମ ମୁଦ୍ରା ଓ ଧ୍ୟାନ ସମ୍ବନ୍ଧୀୟ ଯୋଗକୁ ଅତି ସହଜ ଶୈଳୀରେ ଶିକ୍ଷା ଦେଇଥାନ୍ତି ସେ। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୦ କୋଟି ଡଲାର ଟଙ୍କା। ସଲମାନ ଖାନ୍‌ଙ୍କ ଭଳି ସେଲିବ୍ରିଟି ଭରତଙ୍କ ପାଖରୁ ଯୋଗ ଶିକ୍ଷା ଗ୍ରହଣ କରିଥାନ୍ତି।

ଶ୍ରୀ ଶ୍ରୀ ରବିଶଙ୍କର: ଆର୍ଟ ଅଫ୍‌ ଲିଭିଂର ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କର ଯୋଗ ଦୁନିଆରେ ସୁଦର୍ଶନ କ୍ରିୟା ପାଇଁ ପ୍ରସିଦ୍ଧ। ଶରୀର ଭିତରକୁ କିପରି ନିଶ୍ୱାସ ନେବେ ଓ ତାକୁ କିଭଳି ଭାବେ ବାହାରକୁ ଛାଡିବେ ତାହାର ଶିକ୍ଷା ସୁଦର୍ଶନ କ୍ରିୟା ଯୋଗ ମାଧ୍ୟମରେ ଶିଖାଇଥାନ୍ତି ସେ। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୧୦୦ କୋଟି ଟଙ୍କା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos