ଭୁବନେଶ୍ୱର:ଦୁଇଦିନ ହେଲା ରାଜ୍ୟରେ ବର୍ଷା ଶହ ଘଡ଼ଘଡ଼ି ଜାରି ରହିଛି। ବଜ୍ରପାତରେ ସମଗ୍ର ରାଜ୍ୟରେ ଦୁଇଦିନରେ ୩୪ ଜଣଙ୍କ ମୃତ୍ୟୁ ଘଟିଲାଣି। ତେବେ ଏହି ଘଡ଼ଘଡ଼ିର ଶକ୍ତି କେତେ। ଏହି ସମୟରେ ବିଜୁଳିର ବେଗ କେତେ ରୁହେ। ଆଉ ବିଜୁଳି ମାରିଲେ କିପରି ସତର୍କ ରହିବେ ଏ ସମସ୍ତ ବିଷୟରେ ଆସନ୍ତୁ ଜାଣିବା କିଛି ତଥ୍ୟ।
୧-ବଜ୍ରପାତ ସମୟରେ ଘରେ ଥିଲେ କୌଣସି ଲୌହ ଧାତୁ କିମ୍ବା ବୈଦ୍ୟୁତିକ ଉପକରଣକୁ ଛୁଅନ୍ତୁ ନାହିଁ। ମୋବାଇଲ ଏବଂ ଟିଭି ଅଫ୍ ରଖନ୍ତୁ ।
୨-ଯଦି ବାହାରେ ଅଛନ୍ତି ତା’ହେଲେ ବୈଦ୍ୟୁତିକ ଉପକରଣଠାରୁ ୨୦ ମିଟର ଦୂରରେ ରୁହନ୍ତୁ
୩-ବଜ୍ରପାତ ସମୟରେ କାର ଭିତରେ ରହିବା ପାଇଁ ଚେଷ୍ଟା କରନ୍ତୁ କାରଣ ଏହି ସମୟରେ କରେଣ୍ଟ କାରକୁ ଟଚ୍ କଲେ ମଧ୍ୟ ଟାୟାର ଯୋଗୁ ମାଟି ସହିତ ସଂଯୋଗ ହୋଇପାରେନା। ଫଳରେ ଆପଣ ରକ୍ଷା ପାଇଯିବେ।
୪-ବଜ୍ରପାତ ସମୟରେ ଗଛପାଖ, ଛତା, ମୋଟରସାଇକେଲ, ମାଛ ଧରା ବନିଶ କଣ୍ଟାକୁ ଛୁଅଁନ୍ତୁ ନାହିଁ
୫-ବଜ୍ରପାତ ହେଲେ ଦୁଇ କାନକୁ ହାତ ଦେଇ ବନ୍ଦ କରନ୍ତୁ। ନଚେତ ପ୍ରଚଣ୍ଡ ଶବ୍ଦରେ ଆପଣ ଶ୍ରବଣ ଶକ୍ତି ହରାଇପାରନ୍ତି।
୬-ଖୋଲାଘର କିମ୍ବା ତମ୍ଭୁ ତଳେ ଆଶ୍ରୟ ନିଅନ୍ତୁ ନାହିଁ। ମୁଣ୍ଡବାଳ ଠିଆ ହେଲେ କିମ୍ବା ପାଖ ପଥର ଆଦିରୁ ପ୍ରତିଫଳିତ ଶବ୍ଦ କାନକୁ ଶୁଭିଲେ ସେ ସ୍ଥାନ ଛାଡ଼ିଦିଅନ୍ତୁ।
୭-ଏହି ସମୟରେ କୌଣସି ଖାଲଢିପ ସ୍ଥାନରେ ଥିଲେ ଆଣ୍ଠେଇ କରି ହାତ ଓ ମୁଣ୍ଡ ଆଣ୍ଠୁ ପାଖରେ ରଖି ନଇଁ କରି ରୁହନ୍ତୁ । ଯେମିତି ଆପଣଙ୍କ ଶରୀରର ଖୁବ୍ କମ୍ ଅଂଶ ଭୂମି ସଂସ୍ପର୍ଶରେ ଆସିବ ।
୮-ଯଦି ବହୁତ ଲୋକ ଅଛନ୍ତି ଅତିକମ୍ ରେ ୧୫ଫୁଟ୍ ବ୍ୟବଧାନରେ ରୁହନ୍ତୁ । କାରଣ ଓଦା ମାଟିରେ ୧୫ ଫୁଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତିର କୁପ୍ରଭାବ ରହିପାରେ ।
୯-ବଜ୍ରପାତର ପ୍ରାଦୁର୍ଭାବ କମିବାର ଅଧଘଣ୍ଟା ପରେ କାମ ଆରମ୍ଭ କରନ୍ତୁ ।
ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଥରେ ବଜ୍ରପାତ ହେଲେ ଏହାର ତାପମାତ୍ରା ୩୦ ହଜାର ସେଲସିୟସ ଡିଗ୍ରୀ ଥାଏ। ଯାହା ଭୂପୃଷ୍ଟରେ ଅନୁଭୁତ ହେଉଥିବା ସୂର୍ଯ୍ୟଙ୍କ ଉତ୍ତାପଠାରୁ ଢେର ଗୁଣରେ ଅଧିକ। ବାୟୁମଣ୍ଡଳରେ ବଜ୍ରପାତର ସମୟରେ ବିଜୁଳିର ବେଗ ଖୁବ୍ ଅଧିକ। ବୟୁମଣ୍ଡଳରେ ଘଡ଼ଘଡ଼ିର ବେଗ ୨୭,୦୦୦ ଏମପିଏଚ୍(ମାଇଲ ପର୍ ଆୱାର) ରହିଥାଏ। ଅର୍ଥାତ ପ୍ରତିସେକେଣ୍ଡ ପିଛା ୭୫ ମାଇଲ ପର୍ଯ୍ୟନ୍ତ ଏହାର ବେଗ ଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।