Advertisment

ଋଦ୍ଧିମାନଙ୍କୁ କିଏ ହେବେ ସାହା?

ନୂଆଦିଲ୍ଲୀ: ୧୨ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର। ୱିକେଟ୍ କିପର ଭାବେ ତାଙ୍କ ଦକ୍ଷତା ଉପରେ କେହିବି ଅଙ୍ଗୁଳି ଉଠାଇପାରିବେ ନାହିଁ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ମହେନ୍ଦ୍ର ସିଂ ଧୋନିଙ୍କ ପରେ ହୁଏତ ସେ ଭାରତର ଅନ୍ୟତମ ସଫଳ ୱିକେଟ୍ କିପର। କିନ୍ତୁ ବ୍ୟାଟ୍ସମ୍ୟାନ୍ ଭାବେ କ୍ୟାରିୟର୍ ସେତେଟା ଆଖିଦୃଶିଆ ନୁହେଁ। ଆଉ ଏବେ ଜାତୀୟ ଦଳରୁ ବାଦ୍ ପଡ଼ିବା ପରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ପ୍ରାୟତଃ ଶେଷ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ […]

ଅଦ୍ୟତନ ହୋଇଛି
ଋଦ୍ଧିମାନଙ୍କୁ କିଏ ହେବେ ସାହା?

saha

Advertisment

ନୂଆଦିଲ୍ଲୀ: ୧୨ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର। ୱିକେଟ୍ କିପର ଭାବେ ତାଙ୍କ ଦକ୍ଷତା ଉପରେ କେହିବି ଅଙ୍ଗୁଳି ଉଠାଇପାରିବେ ନାହିଁ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ମହେନ୍ଦ୍ର ସିଂ ଧୋନିଙ୍କ ପରେ ହୁଏତ ସେ ଭାରତର ଅନ୍ୟତମ ସଫଳ ୱିକେଟ୍ କିପର। କିନ୍ତୁ ବ୍ୟାଟ୍ସମ୍ୟାନ୍ ଭାବେ କ୍ୟାରିୟର୍ ସେତେଟା ଆଖିଦୃଶିଆ ନୁହେଁ। ଆଉ ଏବେ ଜାତୀୟ ଦଳରୁ ବାଦ୍ ପଡ଼ିବା ପରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ପ୍ରାୟତଃ ଶେଷ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଟିମରୁ ବାଦ୍ ପଡ଼ିବା ପରେ ତାଙ୍କୁ କିଛି ବରିଷ୍ଠ କ୍ରିକେଟର୍ ସମର୍ଥନ କରୁଥିବା ବେଳେ ଅନ୍ୟପଟେ ଧମକ ମଧ୍ୟ ମିଳୁଛି। ଏଭଳି ସ୍ଥିତିରେ ତାଙ୍କର ଆଗାମୀ ପଦକ୍ଷେପ କ’ଣ, ତାହା ସେ ହିଁ କହିପାରିବେ। ଆମେ କହୁଛୁ ଟିମ୍ ଇଣ୍ଡିଆରେ ଭେଟେରାନ୍ ୱିକେଟ୍ କିପର ଋଦ୍ଧିମାନ ସାହାଙ୍କ କଥା।

Advertisment

ସାହାଙ୍କ ବୟସ ଏବେ ୩୭। ଏହି ବୟସରେ ମଧ୍ୟ ତାଙ୍କ ପାଖରେ ଖେଳିବାର ପ୍ରବଳ ଇଚ୍ଛା ରହିଛି। କିନ୍ତୁ ବିସିସିଆଇ ଓ ଟିମ୍ ଇଣ୍ଡିଆ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଉଥିବାରୁ ତାଙ୍କୁ ଟେଷ୍ଟ ସ୍କ୍ୱାଡରୁ ବାଦ୍ ଦିଆଯାଇଛି। ଆଉ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସାହା। ଏପରିକି ସାହା ସିଧାସଳଖ ଟିମ୍ ଇଣ୍ଡିଆ ହେଡ୍ କୋଚ୍ ରାହୁଲ୍ ଦ୍ରାବିଡ୍ ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ୍ କରିଛନ୍ତି। ଅନ୍ୟପଟେ ସାହା ଏକ ଟ୍ୱିଟ୍ କରି ନିଜେ ବିବାଦ ଭିତରକୁ ଟାଣି ହୋଇଛନ୍ତି।

Wriddhiman Saha Shares Screenshot of Rude Messages from Journalist

ଶନିବାର ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଯେତେବେଳେ ଟିମ୍ ଇଣ୍ଡିଆ ଚୟନ ହେଲା, ସାହାଙ୍କୁ ସ୍ଥାନ ମିଳିନଥିଲା। ଆଗକୁ ମଧ୍ୟ ତାଙ୍କୁ ଆଉ ସୁଯୋଗ ମିଳିବ ନାହିଁ ମଧ୍ୟ ଇସାରା ମିଳିସାରିଛି। ଏ ନେଇ ସେ ଖୋଦ୍ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ସହ କଥା ହୋଇଥିବା କହିଛନ୍ତି। ଚେତନ ମଧ୍ୟ ସାହାଙ୍କୁ କହିଥିଲେ ଯେ ଆଗାମୀ ଦିନରେ ଟେଷ୍ଟ ଟିମର ଚୟନ ପାଇଁ ତାଙ୍କ ନାଁ ବିଚାରକୁ ନିଆଯିବ ନାହିଁ। ଚୟନକର୍ତ୍ତାଙ୍କ ଏହି ମନ୍ତବ୍ୟରୁ ଗୋଟିଏ କଥା ସ୍ପଷ୍ଟ ଯେ ସାହାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଯାଇଛି।

Advertisment

କେବଳ ଏତିକି ନୁହେଁ, ଟିମ୍ ଇଣ୍ଡିଆ ହେଡ୍ କୋଚ୍ ରାହୁଲ୍ ଦ୍ରାବିଡ୍ ମଧ୍ୟ ସାହାଙ୍କୁ ଅବସର ବିଷୟରେ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ। ଏହାର ଖୁଲାସା ମଧ୍ୟ ସାହା କରିଛନ୍ତି। ହେଲେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଭାରତରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ୬୧ ରନର ଇନିଂସ୍ ଖେଳିଥିଲେ, ଯାହା ବଳରେ ଭାରତ ମ୍ୟାଚରେ କମବ୍ୟାକ୍ କରିଥିଲା। ଏହା ପରେ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସାହାଙ୍କୁ କହିଥିଲେ ଯେ ଯେପର୍ଯ୍ୟନ୍ତ ସେ ବିସିସିଆଇରେ ଅଛନ୍ତି, ତାଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ। ଏକଥା ସାହା ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ।

Ganguly assured Test spot, Dravid suggested 'retirement': Wriddhiman Saha spills explosive details after Test axe – Walltub.com

ତେବେ ଅସଲ ବିବାଦ ଏହିଠାରୁ ଆରମ୍ଭ ହୋଇଥିଲା। ବିବାଦୀୟ ମନ୍ତବ୍ୟ ଦେବାର ପରଦିନ ଅର୍ଥାତ୍ ସୋମବାର ସାହାଙ୍କୁ ଜଣେ ସାମ୍ବାଦିକଙ୍କ ଦ୍ୱାରା ଦିଆଯାଇଥିବା ଆପତ୍ତିଜନକ ହ୍ୱାଟ୍ସଆପ୍ ମେସେଜ୍ ସାର୍ବଜନୀନ ହେବା ପରେ ବିବାଦ ଆହୁରି ତେଜିବାରେ ଲାଗିଲା। ବିସିସିଆଇ ଏବେ ଏହି ମାମଲାର ତଦନ୍ତ କରିବାକୁ ଚାହୁଁଛି। ସାମ୍ବାଦିକ ଜଣକ ସାହାଙ୍କୁ ହ୍ୱାଟ୍ସଆପରେ ମେସେଜ୍ ପଠାଇଥିଲେ ଯେ ସେମାନେ ଏକ ୱିକେଟ୍ କିପର ବାଛିଛନ୍ତି, ଯିଏ ଶ୍ରେଷ୍ଠ। ତୁମେ ୧୧ ଜଣ ସାମ୍ବାଦିକଙ୍କୁ ବାଛିଲ, ଯାହା ମୋ ମତରେ ଆଦୌ ଶ୍ରେଷ୍ଠ ନୁହନ୍ତି। ଏମିତି ଲୋକଙ୍କୁ ବାଛ, ଯିଏ ତୁମକୁ ସାହାଯ୍ୟ କରିପାରିବ। ସାମ୍ବାଦିକ ଜଣକ ଆଉ ଏକ ମେସେଜ୍ କରି ଲେଖିଲେ ଯେ ତୁମେ ମୋତେ କଲ୍ କଲନି। ମୁଁ ତୁମର ଆଉ କେବେବି ସାକ୍ଷାତକାର ନେବି ନାହିଁ। ଏଥିପାଇଁ ମୁଁ ଆଦୌ ଅପମାନିତ ମନେ କରୁନାହିଁ। ମୁଁ ଏହାକୁ ମନେ ରଖିବି। ତୁମେ ଏମିତି କରିବ ବୋଲି ଆଶା ନଥିଲା।

Wriddhiman Saha explains why Rishabh Pant should be first choice wicket-keeper in Test matches - Sports India Show

ଋଦ୍ଧିମାନଙ୍କ କ୍ୟାରିୟର: ସାହା ଭାରତ ପାଇଁ ଟେଷ୍ଟ ଓ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ୨୦୧୦ରେ ଟେଷ୍ଟ ଏବଂ ସେହି ବର୍ଷ ଦିନିକିଆରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ସାହା। ଏହା ପରେ ୨୦୨୧ ଯାଏ ସେ ୪୦ ଟେଷ୍ଟ ଓ ୯ ଦିନିକିଆ ଖେଳିସାରିଛନ୍ତି। ଯେତେବେଳେ ସାହାଙ୍କ କ୍ୟାରିୟର ପିକରେ ଥିଲା, ସେତେବେଳେ ଧୋନି ଭାରତର ପ୍ରଥମ ପସନ୍ଦର ୱିକେଟକିପର ଥିଲେ। ହେଲେ ଧୋନିଙ୍କ ଅବସର ପରେ ତାଙ୍କୁ ସୁଯୋଗ ମିଳିଛି ସତ, କିନ୍ତୁ ସେ ଏହାକୁ ଭଲଭାବେ ଉପଯୋଗ କରିପାରିନଥିଲେ।

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସାହା ୪୦ ଟେଷ୍ଟ ମ୍ୟାଚରେ ୪ ଶତକ ଓ ୬ ଅର୍ଦ୍ଧଶତକ ବଳରେ ୫୬ ଇନିଂସରେ ୧୩୫୩ ରନ୍ କରିଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କର ବ୍ୟାଟିଂ ହାର ୨୯.୪୧ ରହିଛି, ଯାହା ତାଙ୍କର ଦାବିଦାରକୁ ଦୁର୍ବଳ କରୁଛି। ୱିକେଟ୍ ପଛରେ ସେ ୧୦୪ ଶିକାର କରିଛନ୍ତି, ଯେଉଁଥିରେ ୯୩ କ୍ୟାଚ୍ ଓ ୧୨ ଷ୍ଟମ୍ପିଂ ସାମିଲ୍ ଅଛନ୍ତି। ଏହାବ୍ୟତୀତ ସେ ୯ ଅନ୍ତର୍ଜାତୀୟ ଦିନିକିଆରେ ମାତ୍ର ୪୧ ରନ୍ କରିଛନ୍ତି ଏବଂ ତାଙ୍କର ଦିନିକିଆ ଅନ୍ତର୍ଜାତୀୟ କ୍ୟାରିୟର ୨୦୧୪ରେ ଶେଷ ହୋଇଯାଥିଲା। ଏହା ପରେ ତାଙ୍କୁ ଆଉ ସୁଯୋଗ ମିଳିନାହିଁ। ଘରୋଇ କ୍ରିକେଟରେ ମଧ୍ୟ ତାଙ୍କ ହାର୍ ଓ ରେକର୍ଡ ସେତେଟା ପ୍ରଭାବଶାଳୀ ନୁହେଁ।

Wicket-keeping is a thankless job: Wriddhiman Saha

କାହିଁକି ସାହାଙ୍କୁ ଆଉ ସୁଯୋଗ ମିଳିବନି?: ଋଦ୍ଧିମାନ ସାହାଙ୍କୁ ଏବେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସୁଯୋଗ ମିଳିବ ନାହିଁ। କାରଣ ଭାରତ ପାଖରେ ଏବେ ୱିକେଟ୍ କିପର ବ୍ୟାଟ୍ସମ୍ୟାନଙ୍କ ପୂରା ଏକ ସେନା ମହଜୁଦ ଅଛି ଏବଂ ଏଥିରେ ଅଧିକାଂଶ ଯୁବ ୱିକେଟ୍ କିପର ଅଛନ୍ତି। ଏହି ଯୁବ ୱିକେଟ୍ କିପର ମାନେ ଆଗାମୀ ୧୦ ବର୍ଷ ଯାଏ ଆରାମରେ ଖେଳିପାରିବେ। ଭାରତ ପାଖରେ ବର୍ତ୍ତମାନ ଋଷଭ ପନ୍ତ, ଈଶାନ୍ କିଶନ, ଲୋକେଶ ରାହୁଲ୍, ସଞ୍ଜୁ ସାମସନ୍ ଓ ଶ୍ରୀକର ଭରତଙ୍କ ଭଳି ଯୁବ ୱିକେଟ୍ କିପର ଅଛନ୍ତି। ଅନ୍ୟପକ୍ଷରେ ସାହାଙ୍କ ପାଇଁ ବୟସ ବାଧକ ସାଜିଛି। ସାହାଙ୍କୁ ଏବେ ୩୮ ଛୁଇଁବାକୁ ବସିଲାଣି। ଏଭଳି ସ୍ଥିତିରେ ଏବେ ତାଙ୍କୁ ସୁଯୋଗ ମିଳିବା ପ୍ରାୟସ ଅସମ୍ଭବ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଏବେ ଋଦ୍ଧିମାନଙ୍କ ଉପରେ କିଏ ସାହା ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe