ସମୁଦ୍ରରେ ଚୀନ୍ ପ୍ରତି ଭାରତର ମହାବିପଦ, ନୌସେନାରେ ସାମିଲ୍ ହେବ ଆଇ.ଏନ୍.ଏସ୍. କଲୱାରୀ

ନୂଆଦିଲ୍ଲୀ: ସିକିମର ଡୋକଲାମ୍ ସୀମାରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଅଶାନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି। ମାସେରୁ ଉର୍ଦ୍ଧ୍ୱ ସମୟ ଧରି ଦୁଇ ଦେଶର ସୈନିକ ଡୋକଲାମଠାରେ ମୁହାଁମୁହିଁ ହୋଇ ରହିଛନ୍ତି। ଯୁଦ୍ଧ ସମ୍ଭାବନାକୁ ଆଖି ଆଗରେ ରଖି ଦୁଇଦେଶ ସମର ସଜ୍ଜାରେ ଲାଗି ପଡ଼ିଛନ୍ତି। ଚୀନ୍‌କୁ ସମୁଦ୍ର ପଥରୁ କଡା ଟକ୍କର ଦେବାକୁ ଭାରତ ଯୋଜନା ଚଳାଇଛି। ସେଥିପାଇଁ ଖୁବଶୀଘ୍ର ଜଳସେନାରେ ସାମିଲ କରିବାକୁ ଯାଉଛି ଶକ୍ତିଶାଳୀ ବୁଡ଼ାଜାହାଜ […]

INS_Kalvari

INS_Kalvari

Rakesh Mallick
  • Published: Friday, 04 August 2017
  • Updated: 04 August 2017, 08:23 PM IST

Sports

Latest News

ନୂଆଦିଲ୍ଲୀ: ସିକିମର ଡୋକଲାମ୍ ସୀମାରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଅଶାନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି। ମାସେରୁ ଉର୍ଦ୍ଧ୍ୱ ସମୟ ଧରି ଦୁଇ ଦେଶର ସୈନିକ ଡୋକଲାମଠାରେ ମୁହାଁମୁହିଁ ହୋଇ ରହିଛନ୍ତି। ଯୁଦ୍ଧ ସମ୍ଭାବନାକୁ ଆଖି ଆଗରେ ରଖି ଦୁଇଦେଶ ସମର ସଜ୍ଜାରେ ଲାଗି ପଡ଼ିଛନ୍ତି।

ଚୀନ୍‌କୁ ସମୁଦ୍ର ପଥରୁ କଡା ଟକ୍କର ଦେବାକୁ ଭାରତ ଯୋଜନା ଚଳାଇଛି। ସେଥିପାଇଁ ଖୁବଶୀଘ୍ର ଜଳସେନାରେ ସାମିଲ କରିବାକୁ ଯାଉଛି ଶକ୍ତିଶାଳୀ ବୁଡ଼ାଜାହାଜ ‘ଆଇ.ଏନ୍.ଏସ୍. କଲୱାରୀ’। ବିଶ୍ୱର ସର୍ବାଧିକ ବିପଦଯ଼ୁକ୍ତ ବୁଡ଼ାଜାହାଜ ତାଲିକାରେ ଗଣତି ହେଉଥିବା ଆଇଏନ୍ଏସ କଲୱାରୀ, ଚୀନକୁ ଠିକଣା ଜବାବ ଦେବାକୁ ସମ୍ପୂର୍ଣ୍ଣ ସମର୍ଥ।

ଆଇଏନଏସ କଲୱାରୀର ବିଶେଷତ୍ୱ

୧. ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମତି ଏହି ବୁଡ଼ାଜାହାଜଟି ଡିଜେଲ ଓ ଇଲେକ୍ଟ୍ରିକରେ ଚାଲି ପାରିବ।

୨. ଏଥିରେ ଖଞ୍ଜା ଯାଇଥିବା ଶକ୍ତିଶାଳୀ ମିଜାଇଲ୍, ଗଭୀର ସମୁଦ୍ରରୁ କିମ୍ବା ସମୁଦ୍ର ତଟରୁ ଗଭୀର ପାଣି ଭିତରକୁ ସଠିକ ଆକ୍ରମଣ କରି ଶତ୍ରୁପକ୍ଷକୁ ଧ୍ୱଂସ୍ତବିଧ୍ୱସ୍ତ କରିପାରିବ।

୩. ଏହି ଯୁଦ୍ଧ ଜାହାଜ ଯେକୌଣସି ମୂହୁର୍ତ୍ତରେ ଯୁଦ୍ଧ କରିବାର ସାମର୍ଥ୍ୟ ରଖୁଛି। ଏଥିରୁ ସମୁଦ୍ର ଗର୍ଭରେ ଅନ୍ୟ ନେଭି କମାଣ୍ଡରଙ୍କ ସହ ସହଜରେ ଯୋଗାଯୋଗ କରିହେବ।

୪. ଆଇଏନଏସ୍ କଲ୍ୱାରୀ ଫ୍ରାନସ୍ ଓ ଭାରତର ମିଳିତ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି।

୫. ଟାଇଗର ସାର୍କର ନାମ ଅନୁସାରେ ଏହାର ନାମ କରଣ କରାଯାଇଛି।

ସୂଚନାଯୋଗ୍ୟ ଯେ, ଚୀନ୍ ପାଖରେ ୬୦ଟି ବୁଡ଼ାଜାହଜ ରହିଥିବା ବେଳେ ଭାରତ ପାଖରେ ରହିଛି ମାତ୍ର ୧୫ଟି। ଏଥିପାଇଁ ଭାରତ ଆଉ ୬ଟି ବୁଡ଼ାଜାହଜା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos