ଜାତୀୟ ମାନ୍ୟତା ପାଇଲା କେନ୍ଦ୍ରାପଡ଼ା ମେଣ୍ଢା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମେଣ୍ଢା ଚାଷୀଙ୍କ ପାଇଁ ଖୁସି ଖବର। ବଂଶ ବୃଦ୍ଧି କରିବାରେ ଏଠାକାର ମେଣ୍ଢାଙ୍କର ସ୍ୱତନ୍ତ୍ର ଜିନ୍‌ ଥିବାରୁ  ଏହାକୁ  ଜାତୀୟ ସ୍ତରର ସ୍ୱତନ୍ତ୍ର ମାନ୍ୟତା ମିଳିଛି। ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଓ ଜାତୀୟ ପ୍ରାଣୀ ସମ୍ପଦ ଅନୁବଂଶିକ ଗବେଷଣା  ପ୍ରତିଷ୍ଠାନର ଗବେଷଣା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମେଣ୍ଢା ଉଚ୍ଚକୋଟିର ବୋଲି ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲାର ମେଣ୍ଢାମାନଙ୍କ ଠାରେ କମ୍ ଦିନରେ ଅଧିକ ପ୍ରସବ କରିପାରିବାର ଜିନ୍‌ ଥିବା ଚିହ୍ନଟ ହୋଇଛି। ଏହି […]

sheep

sheep

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 03:22 PM IST

Sports

Latest News

sheep କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମେଣ୍ଢା ଚାଷୀଙ୍କ ପାଇଁ ଖୁସି ଖବର। ବଂଶ ବୃଦ୍ଧି କରିବାରେ ଏଠାକାର ମେଣ୍ଢାଙ୍କର ସ୍ୱତନ୍ତ୍ର ଜିନ୍‌ ଥିବାରୁ  ଏହାକୁ  ଜାତୀୟ ସ୍ତରର ସ୍ୱତନ୍ତ୍ର ମାନ୍ୟତା ମିଳିଛି। ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଓ ଜାତୀୟ ପ୍ରାଣୀ ସମ୍ପଦ ଅନୁବଂଶିକ ଗବେଷଣା  ପ୍ରତିଷ୍ଠାନର ଗବେଷଣା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମେଣ୍ଢା ଉଚ୍ଚକୋଟିର ବୋଲି ଜଣାପଡ଼ିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ମେଣ୍ଢାମାନଙ୍କ ଠାରେ କମ୍ ଦିନରେ ଅଧିକ ପ୍ରସବ କରିପାରିବାର ଜିନ୍‌ ଥିବା ଚିହ୍ନଟ ହୋଇଛି। ଏହି ମେଣ୍ଢାମାନେ ୭ରୁ ୮ ମାସ ମଧ୍ୟରେ ଗର୍ଭବତୀ ହେବା ସହ  ୭୧ ପ୍ରତିଶତ ମେଣ୍ଢା ୨ଟି ଶାବକ ଜନ୍ମ କରୁଥିବା ବେଳେ ୯ ପ୍ରତିଶତ ମେଣ୍ଢା ୩ଟି ଶାବକ ଜନ୍ମ କରିପାରନ୍ତି। ଏହାସହ ଗୋଟିଏ ମେଣ୍ଢା ଦୁଇଥର ଗର୍ଭବତୀ ହେବା ପରେ ୪ଟି ଶାବକ ପ୍ରସବ କରି ପାରନ୍ତି।

ସ୍ଥାନୀୟ ଯୁବକ ସୁବାଷ ପାତ୍ର କହିଛନ୍ତି,“କେନ୍ଦ୍ରାପଡ଼ାରେ ମେଣ୍ଢା ନାଁ ଟା ବଢିଛି ସତ। ସରକାରଙ୍କଠାରୁ କିଛି ସାହାଯ୍ୟ ମିଳିଥିଲେ ସେମାନଙ୍କ ସଂଖ୍ୟା ଆହୁରି ବଢି ପାରନ୍ତା।”

ଭାରତର  ପଶ୍ଚିମବଙ୍ଗ ବ୍ୟତୀତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏଭଳି ପ୍ରଜାତିର ମେଣ୍ଢା ଦେଖିବାକୁ ମିଳେ।

ମେଣ୍ଢା ଚାଷୀ  ଏସ୍‌.କେ ଅସମଦ୍‌ କହିଛନ୍ତି,“ ଏହି ମେଣ୍ଢାମାନେ ୨ରୁ ୪ଟି ଶାବକ ଜନ୍ମ କରି ଥାଆନ୍ତି। ସରକାର ଆମକୁ ସାହଯ୍ୟ କଲେ ଆମେ  ଆହୁରି ଅଧିକ ମେଣ୍ଢା ଆମେ ପାଳି ପାରିବୁ।”

ଏଠାକାର ମେଣ୍ଢା ଚାଷୀମାନଙ୍କୁ  ଉପଯୁକ୍ତ ବଜାର ଓ ପ୍ରୋତ୍ସାହନ  ମିଳୁ ନାହିଁ। ଫଳରେ ଚାଷୀମାନେ  ବାଧ୍ୟ ହୋଇ କମ୍‌ ଦରରେ ମେଣ୍ଢା ବିକ୍ରି କରୁଛନ୍ତି। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯିବା ସହ ଆର୍ଥିକ ସହଯୋଗ ଯୋଗାଇ ଦିଆଗଲେ ଆଗକୁ ଏଠାରେ ମେଣ୍ଢା ବଂଶ ବୃଦ୍ଧି ସହ ବେକାରୀ ସମସ୍ୟା ଦୂରେଇ  ହୋଇ ପାରିବ ବୋଲି ସ୍ଥାନୀୟ ଅଧିକାରୀମାନେ କହିଛନ୍ତି।

କେନ୍ଦ୍ରାପଡ଼ା ସିଡିଭିଓ ଚୈତନ୍ୟ ସେଠୀ କହିଛନ୍ତି,“କେନ୍ଦ୍ରାପଡ଼ା ଜିଲ୍ଲାରେ ଯେଉଁ ମେଣ୍ଢା ଅଛନ୍ତି ସେମାନଙ୍କୁ ଜାତୀୟ ସ୍ତରର ମାନ୍ୟତା ମିଳିଛି। ବହୁ ଦିନ ପୂର୍ବରୁ ଏ ନେଇ ଗବେଷଣା ଚାଲିଥିଲା। ସାଧାରଣତଃ ମେଣ୍ଢାମାନେ ଗୋଟିଏ ଛୁଆ ଜନ୍ମ କରୁଥିବା ବେଳେ ଏଠାକାର ୭୦ରୁ ୭୧ ପ୍ରତିଶତ ମେଣ୍ଢାମାନେ ଦୁଇଟି ଶାବକ ଜନ୍ମ ଦେଇଥାଆନ୍ତି। ଆମ ରେକର୍ଡ ଅନୁସାରେ ବାକି ୯ ପ୍ରତିଶତ ମେଣ୍ଢା ଦୁଇରୁ ଚାରୋଟି ଛୁଆ ଜନ୍ମ କରିବାର ପ୍ରମାଣ ରହିଛି।  ଜାତୀୟ ସମ୍ପଦ ହିସାବରେ ମାନ୍ୟତା ଦିଆଯାଇଥିବାରୁ ମେଣ୍ଢା ଚାଷୀମାନେ ତାଙ୍କର ବଂଶବୃଦ୍ଧି ଓ ସୁରକ୍ଷା ପାଇଁ  ଏବେ ଅଧିକ ଗୁରୁତ୍ୱ ଦେବେ। ଏହାସହିତ ଆମ ଜିଲ୍ଲା ଓ ପାଖ ଜିଲ୍ଲା ଜଗତସିଂହପୁର, ଭଦ୍ରକ ଓ ଯାଜପୁର ଜିଲ୍ଲାର ମେଣ୍ଢାର ଚାଷୀମାନେ ମଧ୍ୟ ରୋଜଗାରକ୍ଷମ ହୋଇପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story