ଝାରସୁଗୁଡା: ୨ ବର୍ଷ ହେଲା ପୋଲ ଭାଙ୍ଗିଯାଇଛି, ପ୍ରଶାସନର ନିଦ ଭାଙ୍ଗୁନି

ଝାରସୁଗୁଡା: ପୋଲ ଫାଟି ଆଁ କରିଛି। କୌଣସି ଗୋଟିଏ ସ୍ଥାନ ନୁହେଁ, ଆରମ୍ଭରୁ ଶେଷ ଯାଏଁ ଫାଟି ଆଁ କରିଛି ପୋଲ। କହିବାକୁ ଗଲେ ପୋଲଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି। ଗୋଟିଏ କଙ୍କ୍ରିଟ୍ ସ୍ଲାପଠୁ ଅନ୍ୟ ଏକ ସ୍ଲାପକୁ ବିପଦଜନକ ଭାବେ ଡେଇଁ ଯା’ଆସ କରୁଛନ୍ତି ହଜାର ହଜାର ଯାତ୍ରୀ। ଟିକେ ଅନ୍ୟମନସ୍କ ହେଲେ ଦୁର୍ଘଟଣାକୁ ମଧ୍ୟ ଏଡେଇ ଦିଆଯାଇ ନ ପାରେ। ଏପରିକି ଏକ ସଙ୍ଗେ ଦୁଇଟି ଯାନବାହାନ ଯିବା ଆସିବା କରିବା ଅସମ୍ଭବ। […]

jharsuguda

jharsuguda

Rakesh Mallick
  • Published: Monday, 06 July 2015
  • Updated: 06 July 2015, 01:52 PM IST

Sports

Latest News

ଝାରସୁଗୁଡା: ପୋଲ ଫାଟି ଆଁ କରିଛି। କୌଣସି ଗୋଟିଏ ସ୍ଥାନ ନୁହେଁ, ଆରମ୍ଭରୁ ଶେଷ ଯାଏଁ ଫାଟି ଆଁ କରିଛି ପୋଲ। କହିବାକୁ ଗଲେ ପୋଲଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି। ଗୋଟିଏ କଙ୍କ୍ରିଟ୍ ସ୍ଲାପଠୁ ଅନ୍ୟ ଏକ ସ୍ଲାପକୁ ବିପଦଜନକ ଭାବେ ଡେଇଁ ଯା’ଆସ କରୁଛନ୍ତି ହଜାର ହଜାର ଯାତ୍ରୀ। ଟିକେ ଅନ୍ୟମନସ୍କ ହେଲେ ଦୁର୍ଘଟଣାକୁ ମଧ୍ୟ ଏଡେଇ ଦିଆଯାଇ ନ ପାରେ। ଏପରିକି ଏକ ସଙ୍ଗେ ଦୁଇଟି ଯାନବାହାନ ଯିବା ଆସିବା କରିବା ଅସମ୍ଭବ। କିନ୍ତୁ ଏହାକୁ ଖାତିର ନ କରି ବିପଦଜନକ ଭାବେ ଦୁଇଚିକିଆ ଯାନକୁ ପେଲି ପେଲି ନେବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ପ୍ରତିଦିନ ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ବ୍ଲକ୍ ଓ କୋଲାବିରା ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ। ବର୍ଷର ଅନ୍ୟଦିନରେ ଗ୍ରାମବାସୀମାନେ କଷ୍ଟେ ମଷ୍ଟେ ଯା’ଆସ କରୁଥିଲେ ହେଁ ବର୍ଷାଦିନେ ଅବସ୍ଥା ସାଙ୍ଘାତିକ ହୋଇଯାଏ। ଗର୍ଭବତୀ ମହିଳାଙ୍କୁ ଏହି ରାସ୍ତାରେ ନ ନେଇ ପୃଥକ ଏକ ରାସ୍ତାରେ ନିଆଯାଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ। ସେଥିପାଇଁ ୨୦କିଲୋମିଟରରୁ ଅଧିକ ବାଟ ବୁଲିବାକୁ ହୁଏ।jharsuguda

କୋଲାବିରା ବ୍ଲକର ପରମାନପୁର ପଞ୍ଚାୟତର ଠରକିମାଲ ଓ କାପୁଟିକିରା ମଧ୍ୟରେ ରହିଛି ହୋମ୍ ପାଇପ ଉପରେ କଙ୍କ୍ରିଟ ଢଳେଇ ଦିଆଯାଇଥିବା ଏହି ପୋଲ। ବର୍ଷାଦିନ ଆସିଲେ ଉଗ୍ରରୂପ ଧାରଣ କରେ ଏହି ନାଳ। ନାଳରେ ପ୍ରବାହିତ ଜଳର ସ୍ରୋତ ଏତେ ପ୍ରଖର ରହେ ଯେ ଏହା ଆଗରେ କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ପୋଲିଟି ମାତ୍ର ୭ ବର୍ଷ ତିଷ୍ଠି ପାରିଲା। ୧୦ ବର୍ଷ ମଧ୍ୟ ଗଲାନି ଏହି ପୋଲ। ବର୍ଷ ବର୍ଷ ଧରି ପଞ୍ଚାୟତ ବାସିନ୍ଦାଙ୍କ ଦାବି ପରେ ନାଳ ଉପରେ ୨୦୦୬ ମସିହାରେ ପୋଲ ନିର୍ମାଣ କରାଯାଇଥିଲା। ୨୪ଟି ହୋମ ପାଇପ୍ ଉପରେ ସିମେଣ୍ଟର ଢଳେଇ ଦିଆଯାଇ ନିର୍ମାଣ କରାଯାଇଥିଲା ଏହି ପୋଲ। ତେବେ ୨୦୧୩ରେ ପୋଲଟି ମାତ୍ର ୭ ବର୍ଷରେ ଧୋଇ ଗଲା। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ନିମ୍ନମାନର କାମ ଯୋଗୁଁ ବର୍ଷାଦିନେ ଧୋଇଗଲା ଏହି ପୋଲ।jharsuguda

କୋଲାବିରା ବ୍ଲକର ପରମାପୁର ପଞ୍ଚାୟତର କାପୁଟିକିରା, ମୁଡକାଢୁଡା, ଦବକା, ସାଲେପାଲି ଓ ଝାରସୁଗୁଡା ବ୍ଲକର ସାଲେପାଲି ପଂଚାୟତର ତରେଇକେଲା, ସୁଢାମାଲ ସମେତ କାତିକେଲା ପଞ୍ଚାୟତର ୧୦ରୁ ଅଧିକ ଗାଁର ୨୦ହଜାର ଲୋକ ଏହା ଉପରେ ନିର୍ଭର କରିଥା’ନ୍ତି। କିନ୍ତୁ ଦୁଇ ବର୍ଷ ହେବ ଏହା ଭାଙ୍ଗି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଚାଷ ସାମଗ୍ରୀଠାରୁ ଆରମ୍ଭ କରି ନୀତି ଦିନିଆ କାର୍ଯ୍ୟ ପାଇଁ ଝାରସୁଗୁଡା ଜିଲ୍ଲା ସଦର ମହକୁମାକୁ ଏହି ପଂଚାୟତର ବାସିନ୍ଦା ଯାତାୟାତ କରିଥା’ନ୍ତି। ବିଶେଷକରି ପରମାନପୁର ପଂଚାୟତର ବହୁ ଗ୍ରାମବାସୀ ଚାଷୀ ହୋଇଥିବାରୁ ପନିପରିବା ଧରି ଏହି ରାସ୍ତାରେ ଝାରସୁଗୁଡା ସହରକୁ ବିକ୍ରି କରିବା ପାଇଁ ଯାଇଥା’ନ୍ତି। କିନ୍ତୁ ପୋଲ ଭାଙ୍ଗି ଯାଇ ଥିବାରୁ ନାହିଁ ନଥିବା ହଇରାଣ ହେଉଛନ୍ତି ଏହି ୧୦ଟି ଗାଁର ହଜାର ହଜାର ଲୋକ। ପୋଲ  ମରାମତି  ହୋଇ  ପାରିନଥିବାରୁ ଗମନାଗମନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନେ। ଟିକେ ବର୍ଷାହେଲେ ଯାତାୟାତ ସଂପୂର୍ଣ୍ଣ ବନ୍ଦ ହୋଇ ଯାଏ।  ତେଣୁ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନେ ପରମାନପୁର ଯିବା ପାଇଁ ୨୦ କିଲୋମିଟର ବୁଲି ଅନ୍ୟ ପଞ୍ଚାୟତ ଦେଇ ଯାଇଥାନ୍ତି। ଚଳିତ ବର୍ଷ ବି ଛାତ୍ରଛାତ୍ରୀମାନଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ବର୍ଷା ଋତୁ ଆରମ୍ଭ ହୋଇସାରିଛି।

ପୋଲ ନିର୍ମାଣ ନେଇ କୋଲାବିରା ବ୍ଲକ ଅଧିକାରୀ ଓ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପାଖରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ରଞ୍ଚନ ପ୍ରଧାନ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇଟ୍ ପରିଦର୍ଶନ ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲାପରେ ଏହା ଉପରେ ନିଷ୍ପତ୍ତି ନିଆଯିବ। ଏହାକୁ ମରାମତି କରାଯିବ ନା ଏହାକୁ ପୁନଃ ନିର୍ମାଣ କରାଯିବ ତାହା ଜିଲ୍ଲାପାଳଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos