ଜିନ୍ନାଙ୍କ ଘର ଉଡ଼େଇଦେବାକୁ କହିବାରୁ ତାତିଲା ପାକିସ୍ତାନ

  ମୁମ୍ବାଇ: ପାକିସ୍ତାନ ଗଠନର ସୂତ୍ରଧର ମହମ୍ମଦ ଅଲ୍ଲିଜିନ୍ନାଙ୍କ ମୁମ୍ବାଇରେ ଥିବା ବାସଭବନକୁ ଉଡ଼େଇ ଦେବା ପାଇଁ  ଜଣେ ବିଧାୟକଙ୍କ ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି। ମୁମ୍ବାଇର ଜଣେ ବିଧାୟକଙ୍କ ଏଭଳି ମନ୍ତବ୍ୟକୁ ନେଇ ପାକିସ୍ତାନ ତାତିଯାଇଛି। ମୁମ୍ବାଇରେ ଥିବା ଜିନ୍ନାଙ୍କ ଏହି ବାସଭବନର ସୁରକ୍ଷା ପାଇଁ ଭାରତର ଦାୟିତ୍ୱ ବୋଲି ପାକିସ୍ତାନ କହିଛି। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। ଦକ୍ଷିଣ ମୁମ୍ବାଇରେ ପାକିସ୍ତାର ଜନକ ମହମ୍ମଦ ଅଲ୍ଲିଜିନ୍ନାଙ୍କ ବାସଭବନ ରହିଛି। ଯାହା […]

Jinnah House

Jinnah House

Rakesh Mallick
  • Published: Friday, 31 March 2017
  • Updated: 01 April 2017, 11:41 AM IST

Sports

Latest News

ମୁମ୍ବାଇ: ପାକିସ୍ତାନ ଗଠନର ସୂତ୍ରଧର ମହମ୍ମଦ ଅଲ୍ଲିଜିନ୍ନାଙ୍କ ମୁମ୍ବାଇରେ ଥିବା ବାସଭବନକୁ ଉଡ଼େଇ ଦେବା ପାଇଁ  ଜଣେ ବିଧାୟକଙ୍କ ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି। ମୁମ୍ବାଇର ଜଣେ ବିଧାୟକଙ୍କ ଏଭଳି ମନ୍ତବ୍ୟକୁ ନେଇ ପାକିସ୍ତାନ ତାତିଯାଇଛି। ମୁମ୍ବାଇରେ ଥିବା ଜିନ୍ନାଙ୍କ ଏହି ବାସଭବନର ସୁରକ୍ଷା ପାଇଁ ଭାରତର ଦାୟିତ୍ୱ ବୋଲି ପାକିସ୍ତାନ କହିଛି। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି।

ଦକ୍ଷିଣ ମୁମ୍ବାଇରେ ପାକିସ୍ତାର ଜନକ ମହମ୍ମଦ ଅଲ୍ଲିଜିନ୍ନାଙ୍କ ବାସଭବନ ରହିଛି। ଯାହା ମାଲବାର ହିଲ ନାମରେ ପରିଚିତ। ଭାରତ ପାକିସ୍ତାନ ବିଭାଜନର ମୂକସାଖୀ ହେଉଛି ଏହି ବାସଭବନ। ଏଇଠୁ ହିଁ ଦେଶ ବିଭାଜନର ଷଡ଼ଯନ୍ତ୍ର ରଚା ଯାଇଥିଲା। ଏହି ଘରୁ ହିଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଜିନ୍ନା।  ତେବେ ଏହି  ପ୍ରସଙ୍ଗକୁ ବିଜେପି ବିଧାୟକ ମଙ୍ଗଲ ପ୍ରଭାତ ଲୋଧା ଉଠାଇ ଚହଳ ସୃଷ୍ଟି କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଜିନ୍ନାଙ୍କ ଏହି ବାସଭବନ ହିଁ ବିଭାଜନର ପ୍ରତୀକ।

-ଦେଶ ବିଭାଜନର ମୂକସାକ୍ଷୀ ଏବେ ବି ମୁମ୍ବାଇରେ ଦଣ୍ଡାୟମାନ

-ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାର ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ଏନମି ପ୍ରପର୍ଟି ଆକ୍ଟ ଅନୁଯାୟୀ ଭାରତ ବିଭାଜନ ବେଳେ ଯେଉଁମାନେ ଦେଶ ଛାଡ଼ି ପାକିସ୍ତାନ କିମ୍ବା ଚୀନ ପଳାଇଯାଇଛନ୍ତି ସେମାନେ ଭାରତରେ ଛାଡ଼ିଯାଇଥିବା ସମ୍ପତ୍ତିର ଦାବିଦାର ହୋଇପାରିବେ ନାହିଁ। ଏହି ଆଇନ ଗତ ମାର୍ଚ୍ଚ ୧୪ରେ ସଂସଦରେ ପାରିତ ହୋଇଛି। ସେପଟେ ରକ୍ଷଣାବେକ୍ଷଣା ବାବଦରେ ଭାରତ ସରକାର ଏହି ବାସଭବନ ପାଇଁ ଲକ୍ଷଲକ୍ଷ ଟଙ୍କା ଅଜଥା ଖର୍ଚ୍ଚ କରୁଛନ୍ତି। ତେଣୁ ଏହାକୁ ଭାଙ୍ଗି ସେଠାରେ ଆମ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏକ ସାଂସ୍କୃତିକ ଅଡ଼ିଟୋରିୟମ ତିଆରି କରାଯାଉ ବୋଲି  ସେ ଦାବି  କରିଛନ୍ତି।

ଅନ୍ୟପକ୍ଷରେ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟର ପରାମର୍ଶଦାତା ନଫିଜ୍‌ ଜାକିରା କହିଛନ୍ତି,“ମୁମ୍ବାଇରେ ଥିବା ଜିନ୍ନାଙ୍କ ବାସଭବନ ଆମ ଦେଶର ଜାତୀୟ ପିତାଙ୍କ  ମାଲିକାନାରେ ରହିଛି। ଜିନ୍ନାଙ୍କ ବାସଭବନ ପାକିସ୍ତାନ ପାଇଁ ଏକ ଐତିହାସିକ ସମ୍ପତ୍ତି। ଏହି ସମ୍ପତ୍ତି ଉପରେ ପାକିସ୍ତାନର ଅଧିକାର ରହିଛି। ଯେହେତୁ ଏହା ମୂଳତଃ ପାକିସ୍ତାନର ସମ୍ପତ୍ତି ତେଣୁ ଏହାର ମାଲିକାନା ଅଧିକାରକୁ ଭାରତ ସମ୍ମାନ ଦେବା ଉଚିତ।”

ସେ ଆହୁରି କହିଛନ୍ତି,“ଜିନ୍ନାଙ୍କ ବାସଭବନର କ୍ଷତି ହେଲା ଭଳି ଭାରତ ସେଭଳି କିଛି କାମ କରିବ ନାହିଁ।”

ଜାକିରାଙ୍କ କହିବା ଅନୁଯାୟୀ ଭାରତ ଏହାକୁ ପାକିସ୍ତାନକୁ ହସ୍ତାନ୍ତର ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ  ଆଜି ପର୍ଯ୍ୟନ୍ତ ପାଳନ କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story