ଖୁଣ୍ଟ ପଡିଛି, ତାର ବି ଟଣା ହୋଇଛି, ହେଲେ ୫ବର୍ଷ ହେଲା ଅନ୍ଧାରରେ ରହୁଛନ୍ତି ପିପଲପଦର ଗ୍ରାମବାସୀ

ଟିଟିଲାଗଡ: ଗରିବଙ୍କୁ ସୁବିଧାରେ ବିଦ୍ୟୁତ୍ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ରାଜୀବଗାନ୍ଧି ବିଦ୍ୟୁତିକରଣ ଯୋଜନା ଓ ବିଜୁଜ୍ୟୋତି ଯୋଜନାରେ ବିପିଏଲ ପରିବାରଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଉଛି। ହେଲେ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନର ଚରମ ଅବହେଳାରୁ ଏହି ସୁବିଧା ଆଜି ବି ଅପହଞ୍ଚ ହୋଇ ରହିଛି। ଏପରି ଏକ ଗାଁ ହେଉଛି ଟିଟିଲାଗଡର ପିପଲପଦର ଗାଁ। ଗାଁରେ ବିଦ୍ୟୁତ ପାଇଁ ଖୁଣ୍ଟ ପଡିଛି, ତାର ବି ଟଣା ଯାଇଛି। […]

papal apdar6

papal apdar6

Rakesh Mallick
  • Published: Wednesday, 04 November 2015
  • Updated: 09 November 2015, 01:04 PM IST

Sports

Latest News

papal apdar3ଟିଟିଲାଗଡ: ଗରିବଙ୍କୁ ସୁବିଧାରେ ବିଦ୍ୟୁତ୍ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ରାଜୀବଗାନ୍ଧି ବିଦ୍ୟୁତିକରଣ ଯୋଜନା ଓ ବିଜୁଜ୍ୟୋତି ଯୋଜନାରେ ବିପିଏଲ ପରିବାରଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଉଛି। ହେଲେ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନର ଚରମ ଅବହେଳାରୁ ଏହି ସୁବିଧା ଆଜି ବି ଅପହଞ୍ଚ ହୋଇ ରହିଛି। ଏପରି ଏକ ଗାଁ ହେଉଛି ଟିଟିଲାଗଡର ପିପଲପଦର ଗାଁ। ଗାଁରେ ବିଦ୍ୟୁତ ପାଇଁ ଖୁଣ୍ଟ ପଡିଛି, ତାର ବି ଟଣା ଯାଇଛି। ହେଲେ ଗ୍ରାମବାସୀ ବିଦ୍ୟୁତ୍ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏ ନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ, ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କିଛି ଲାଭ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏବେ ଡିବିରି ଓ ଲଣ୍ଠନ ଗ୍ରାମବାସୀଙ୍କ ସାହାଭରଶା। ମାତ୍ର ଗ୍ରାମବାସୀ ଅତ୍ୟନ୍ତ ଗରିବ ହୋଇଥିବାରୁ ସବୁବେଳେ କିରୋସିନ କିଣି ଜାଳିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଏପରି ସ୍ଥିତିରେ ବହୁ ସମୟରେ ସେମାନଙ୍କୁ ଅନ୍ଧାରରେ ରହିବାକୁ ପଡୁଛି।papal apdar1ପିପଲପଦର ହେଉଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ କୁରଶୁଡ ପଞ୍ଚାୟତର ଏକ ଗାଁ। ପଞ୍ଚାୟତ ମୁଖ୍ୟାଳୟଠାରୁ ୨କି.ମି. ଦୂରରେ ରହିଛି ଏହି ଗାଁ। ୧୦୦ରୁ ଅଧିକ ଆଦିବାସୀ ଓ ଦଳିତ ପରିବାର ଏଠାରେ ରହୁଛନ୍ତି। ଜନସଂଖ୍ୟା ୫୦୦ରୁ ଅଧିକ। ଗାଁକୁ ଘେରି ରହିଛି ବୁଦିବୁଦିଆ ଜଙ୍ଗଲ। ସବୁବେଳେ ବନ୍ୟଜନ୍ତୁଙ୍କ ଭୟ ଲାଗି ରହିଥାଏ। ବିଦ୍ୟୁତ ନ ଥିବାରୁ ସନ୍ଧ୍ୟା ହେଲେ ଲୋକଙ୍କ ଘରେ ତାଟିକବାଟ ପଡିଯାଇଥାଏ। ରାତିରେ ପିଲାମାନେ ପାଠ ପଢି ପାରି ନ ଥାନ୍ତି। ମିଳିଥିବା ସୂଚନା ଅନୁସାରେ୨୦୧୦ ମସିହାରେ ଗାଁକୁ ରାଜୀବଗାନ୍ଧି ବିଦ୍ୟୁତକରଣ ଯୋଜନାରେ ଏକ ଟ୍ରାନ୍ସଫୋର୍ମର ବସାଯାଇ ଗ୍ରାମବାସୀଙ୍କୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ଗୋଟିଏ ମାସ ପରେ ବସିଥିବା ଟ୍ରାନ୍ସଫର୍ମରଟଇ ପୋଡି ଯାଇଥିଲା। ଏହା ମଧ୍ୟରେ ୫ବର୍ଷ ବିତିବାକୁ ବସିଲାଣି ହେଲେ ଆଜି ପର୍ଯ୍ୟନ୍ତ ଏହାକୁ ମରାମତି କରାଯାଇନାହିଁ। ଏ ନେଇ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କୁ କହି କହି ଥକି ଗଲେଣି ହେଲେ ସେମାନଙ୍କ କଥା କେହି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।papal apdar2ଗାଁର ଭାସ୍କର ଭୋଇ କହିଛନ୍ତି, ଆମେ ଗରିବ ଲୋକ। ମଜୁରୀ ଲାଗି ପରିବାର ଚଳାଉଛୁ। ବିପିଏଲ ପରିବାର ହୋଇଥିଲେ ବି ପ୍ରଶାସନିକ ଅବହେଳାରୁ ସୁବିଧା ଥାଇ ମଧ୍ୟ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇ ରହିଛୁ। ବିଦ୍ୟୁତ ନ ଥିବାରୁ ପିଲାମାନେ ସନ୍ଧ୍ୟା ପରେ ପାଠ ପଢି ପାରୁନାହାନ୍ତି। କିଛିଦିନ ପୂର୍ବେ ଟ୍ରାନ୍ସଫର୍ମର ମରାମତି କରିବାକୁ କିଛି ଲୋକ ଆସିଥିଲେ। ମରାମତି ବହାନାରେ ଟ୍ରାନ୍ସଫର୍ମରକୁ ଖୁଣ୍ଟରୁ ଓହ୍ଲାଇ ଦେଇ ପଳାଇଛନ୍ତି। ଆଉ କାହାର ଦେଖାନାହିଁ ବୋଲି ଭାସ୍କର କହିଛନ୍ତି। ଗାଁର ଯୋଗେଶ୍ୱର ମହାନନ୍ଦ କହିଛନ୍ତି, ବାରମ୍ବାର ଜଣାଇଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି। ଖୁଣ୍ଟ ପଡି ତାର ଟଣାଯାଇଛି। ଘରେ ମିଟର ଓ ବୋର୍ଡ ବସିଛି। ଟ୍ରାନ୍ସଫର୍ମର ମରାମତି କରାଯାଉ ନ ଥିବାରୁ ଆମେ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛୁ। କିଶିରା ଭୋଇ କହିଛନ୍ତି, ବିଦ୍ୟୁତ ନ ଥିବାରୁ ଦିନକୁ ଦିନ ଗାଁ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି। ବିଶେଷ କରି ପିଲାମାନେ ଡିବିରି ଓ ଲଣ୍ଠନ ଆଲୁଅରେ ପାଠ ପଢୁଛନ୍ତି। ହେଲେ ଆମେ ଗରିବ ହୋଇଥିବାରୁ ସବୁଦିନ କିରୋସିନ କିଣିବା ସମ୍ଭବ ହେଉନାହିଁ। ଫଳରେ ପିଲାମାନଙ୍କ ପାଠପଢାରେ ସମସ୍ୟା ଦେଖା ଦେଉଛି। ଏହାସହ ରାତିରେ ହିଂସ୍ର ବନ୍ୟଜନ୍ତୁଙ୍କ ଭୟ ମଧ୍ୟ ଲାଗି ରହୁଛୁ ବୋଲି ସେ କହିଛନ୍ତି। ଏ ନେଇ ଟିଟିଲାଗଡ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀ ପ୍ରବୀର କୁମାର ସାହୁଙ୍କୁ ପଚରାଯିବାରେ ସେ କହିଛନ୍ତି ଯେ, ପିପଲପଦର ଗାଁ ସମସ୍ୟା ସମ୍ପର୍କରେ ତାଙ୍କ ପାଖରେ ସଠିକ ତଥ୍ୟ ନାହିଁ । ରାଜୀବଗାନ୍ଧି ବିଦ୍ୟୁତକରଣ ଯୋଜନାରେ ୧୬ କେଭି ଟ୍ରାନ୍ସଫର୍ମରରେ ୫୦ଟି ପରିବାରକୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଥିବ। ସେଠାରେ ଯାହା ବି ସମସ୍ୟା ରହିଛି ତାହାର ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos