ସମସ୍ତେ ଜାଣନ୍ତି ମା’ ପେଟରେ ଶିଶୁ ଦୁଷ୍ଟାମୀ କରିଥାଏ। କେତେବେଳେ ମା’କୁ ଲାତ ମାରିଥାଏ ତ କେତେବେଳେ ମା’ ପେଟରେ ଘୂରି ବୁଲୁଥାଏ। କିନ୍ତୁ ଏଭଳି ଫଟୋ ସାମ୍ନାକୁ ଆସିଛି । ଯାହାକୁ ଆଖିକୁ ବିଶ୍ୱାସ ହେବନି। ମା’ ପେଟରେ ଦୁଇ ଯାଆଁଳା ଭଉଣୀ ଗେଲ ହେଉଛନ୍ତି। ଜଣେ ଭଉଣୀ ଆଉଜଣକୁ ଚୁମ୍ବନ ଦେଉଛି। ଏହି ଫଟୋଟି ହେଉଛି ପେନସିଲଭେନିଆର । ସୋସିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ ହୋଇଛି।
କୁହାଯାଏ, ଶିଶୁଟିଏ ଭୂମିଷ୍ଟ ହେବା ପରେ ତା ଚାରିପାଖ ଦୁନିଆରୁ ଶିଖିଥାଏ ଭଲ ଭାଇବା। ହେଲେ ମା’ ପେଟରେ ଯାଆଁଳା ଭଉଣୀଙ୍କର ଭଲ ପାଇବାର ଏ ଚିତ୍ର ଏକ ଭିନ୍ନ ସନ୍ଦେଶ ଦେଉଛି।
ପେନସିଲ୍ବେନିଆର କ୍ରୋୟଡନରେ ରହୁଥିବା ୬ମାସର ଜଣେ ଗର୍ଭବତୀ ମହିଳା କରିସା ଗଲ୍ ଏପ୍ରିଲ ୧୧ ତାରିଖରେ ନିଜର ସ୍ୱାମୀଙ୍କ ସହ ରୁଟିନ ଚେକଅପ୍ କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ମହିଳାଙ୍କ ଗର୍ଭରେ ଦୁଇଟି ଯାଆଁଳା ଛୁଆ ଅଛନ୍ତି ବୋଲି ଅଲଟ୍ରାସାଉଣ୍ଡ କଲା ପରେ ଜଣାପଡ଼ିଥିଲା । ତେବେ ଅଲଟ୍ରାସାଉଣ୍ଡ ବେଳେ ଦୁହେଁ ଦୁହିଁକୁ ଗେଲ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହା ଗର୍ଭବତୀ ମହିଳାଙ୍କୁ କେବଳ ବିସ୍ମିତ ନୁହେଁ ଭାବବିହ୍ୱଳ ମଧ୍ୟ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।