ନୂଆ ଉପରାଷ୍ଟ୍ରପତିଙ୍କ ଜୀବନଶୈଳୀ: ବର୍ଷକରେ ଥରେ ମନ୍ଦିର ଯାଆନ୍ତି, ଖୁବ୍ ଆମିଷ ପ୍ରିୟ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ନାତି ଗୋପାଳ କୃଷ୍ଣ ଗାନ୍ଧିଙ୍କୁ ପରାସ୍ତ କରି ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ସଂସଦୀୟ ବ୍ୟାପାର ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ। ଭେଙ୍କେୟାଙ୍କୁ ମୋଟ  ୫୧୬ ଭୋଟ୍‌  ମିଳିଥିବା ବେଳେ ଗୋପାଳ କୃଷ୍ଣଙ୍କୁ ମିଳିଥିଲା ୨୪୪ ଟି ଭୋଟ୍‌। ଆସନ୍ତୁ ଜାଣିବା ନୂଆ ଉପ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଭେଙ୍କେୟାଙ୍କ ଜୀବନଶୈଳୀ ବିଷୟରେ। ଭେଙ୍କେୟା ନାଇଡୁ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲାର ଏକ ସାଧାରଣ କୃଷକ ପରିବାରରୁ […]

vankaih

vankaih

Rakesh Mallick
  • Published: Sunday, 06 August 2017
  • Updated: 06 August 2017, 02:05 PM IST

Sports

Latest News

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ନାତି ଗୋପାଳ କୃଷ୍ଣ ଗାନ୍ଧିଙ୍କୁ ପରାସ୍ତ କରି ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ସଂସଦୀୟ ବ୍ୟାପାର ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ। ଭେଙ୍କେୟାଙ୍କୁ ମୋଟ  ୫୧୬ ଭୋଟ୍‌  ମିଳିଥିବା ବେଳେ ଗୋପାଳ କୃଷ୍ଣଙ୍କୁ ମିଳିଥିଲା ୨୪୪ ଟି ଭୋଟ୍‌। ଆସନ୍ତୁ ଜାଣିବା ନୂଆ ଉପ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଭେଙ୍କେୟାଙ୍କ ଜୀବନଶୈଳୀ ବିଷୟରେ।

ଭେଙ୍କେୟା ନାଇଡୁ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲାର ଏକ ସାଧାରଣ କୃଷକ ପରିବାରରୁ ଆସିଛନ୍ତି। ସେ ଦୁଇ ଥର ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ତିନି ଥର କର୍ଣ୍ଣାଟକରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଭେଙ୍କେୟା ଆଜି ପର୍ଯ୍ୟନ୍ତ ଲୋକସଭାରେ ନିର୍ବାଚନରେ ଜିତି ପାରି ନାହାନ୍ତି।

ଭେଙ୍କେୟା ଭୋର ୫ଟା ୪୫ରେ ଉଠନ୍ତି। ସେ ଚା’, କଫି ଓ କ୍ଷୀର କିଛି ପିଅନ୍ତି ନାହିଁ। ସେ ବହୁତ ଆମିଷ ପ୍ରିୟ। ଗୋମାଂସ ନେଇ ସଂସଦରେ ଯୁକ୍ତି ତର୍କ ଚାଲିଥିବା ବେଳେ ସେ ମାଂସହାରୀ ବୋଲି ସ୍ୱୀକାର କରିଥିଲେ।

ସେ ‍ବ୍ୟାଡ୍‌ମିଣ୍ଟନ ଖେଳିବାକୁ ପସନ୍ଦ କରନ୍ତି। ପ୍ରତିଦିନ ଅଧାଘଣ୍ଟା ବ୍ୟାଡ୍‌ମିଣ୍ଟନ ଖେଳନ୍ତି।

ତାଙ୍କ ପାଖରେ ସ୍ମାର୍ଟ ଫୋନ୍ ଅଛି। କିନ୍ତୁ ସେ ଏହାକୁ କେବଳ ଇନକମିଂ କଲ୍‌ ରିସିଭ୍ କରିବାରେ ବ୍ୟବହାର କରନ୍ତି। ତାଙ୍କର ଫୋନ୍‌ ବିଷୟରେ ବିଶେଷ ଜ୍ଞାନ ନାହିଁ।

ଧଳା ରଙ୍ଗ ତାଙ୍କର ପ୍ରିୟ। ସେ ଅଧିକ ସମୟ ଧଳା ଧୋତି ପିନ୍ଧନ୍ତି। ସେ ସବୁବେଳେ ଚେନ୍ନାଇରୁ ଆସୁଥବା ଧୋତି ପିନ୍ଧନ୍ତି।

ନୂଆ ଉପ ରାଷ୍ଟ୍ରପତି ନିୟମିତ ମନ୍ଦିର ଯାଆନ୍ତି ନାହିଁ। ତେବେ ବର୍ଷକ ଥରେ ସେ ତିରୁପତି ବାଲାଜୀ ମନ୍ଦିର ଯାଆନ୍ତି। ସେ  ପ୍ରଥମ ଥର ଯେବେ ବିଧାନସଭା ନିର୍ବାଚନ ଜିତିଥିଲେ ସେ ଏକ ଜିପ୍ କିଣିଥିଲେ।

ଭେଙ୍କେୟା ୧୫ ବର୍ଷ ପୂର୍ବରୁ ମଧୁମେହ ରୋଗର ଶିକାର ହୋଇସାରିଛନ୍ତି।

ସେ ୨୦୦୦-୨୦୦୪ ପର୍ଯ୍ୟନ୍ତ ଦୁଇ ବର୍ଷ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ। ୨୦୦୪ରେ ଲୋକସଭା ନିର୍ବାଚନ ହାରିବା ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos