Advertisment

ମୃତ ଭାରତୀୟଙ୍କ ରକ୍ତ ଭିଜା ମାଟି ରଖି ପୂଜା କରୁଥିଲେ ଭଗତ ସିଂହ

ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଯୋଦ୍ଧା ଭଗତ ସିଂହଙ୍କୁ ସ୍ମରଣ କରିବା ମାତ୍ରେ ସାମ୍ନାରେ ନାଚି ଉଠେ ତାଙ୍କ ବୀରତ୍ୱର ଚେହେରା। ଜାଗି ଉଠେ ମନ ଆଉ ପ୍ରାଣ। ଶରୀରରେ ଖେଳିଯାଏ ଅପୂର୍ବ ଶିହରଣ। ଜାଗ୍ରତ ହୁଏ ଦେଶ ପ୍ରେମର ଜୁଆର। ଦେଶ ପାଇଁ ହସି ହସି ବ୍ରିଟିଶର ସରକାରଙ୍କ ଫାଶୀଦଣ୍ଡକୁ ବରଣ କରିଥିବା ସେହି ସଂଗ୍ରାମୀଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ବିଶେଷ କଥା । ୧୯୦୭ ସେପ୍ଟେମ୍ବର ୨୮ ତାରିଖରେ ପଞ୍ଜାବର ଏକ ଶିଖ୍‌ ପରିବାରରେ ଜନ୍ମଗ୍ରହଣ କରିଥିବା ଭଗତ ସିଂହ ମାତ୍ର ୧୩ବର୍ଷ […]

author-image
Biswobandita Swain
ଅଦ୍ୟତନ ହୋଇଛି
ମୃତ ଭାରତୀୟଙ୍କ ରକ୍ତ ଭିଜା ମାଟି ରଖି ପୂଜା କରୁଥିଲେ ଭଗତ ସିଂହ  

qeqeq

ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଯୋଦ୍ଧା ଭଗତ ସିଂହଙ୍କୁ ସ୍ମରଣ କରିବା ମାତ୍ରେ ସାମ୍ନାରେ ନାଚି ଉଠେ ତାଙ୍କ ବୀରତ୍ୱର ଚେହେରା। ଜାଗି ଉଠେ ମନ ଆଉ ପ୍ରାଣ। ଶରୀରରେ ଖେଳିଯାଏ ଅପୂର୍ବ ଶିହରଣ। ଜାଗ୍ରତ ହୁଏ ଦେଶ ପ୍ରେମର ଜୁଆର। ଦେଶ ପାଇଁ ହସି ହସି ବ୍ରିଟିଶର ସରକାରଙ୍କ ଫାଶୀଦଣ୍ଡକୁ ବରଣ କରିଥିବା ସେହି ସଂଗ୍ରାମୀଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ବିଶେଷ କଥା ।

Advertisment

୧୯୦୭ ସେପ୍ଟେମ୍ବର ୨୮ ତାରିଖରେ ପଞ୍ଜାବର ଏକ ଶିଖ୍‌ ପରିବାରରେ ଜନ୍ମଗ୍ରହଣ କରିଥିବା ଭଗତ ସିଂହ ମାତ୍ର ୧୩ବର୍ଷ ବୟସରେ ସ୍କୁଲ୍‌ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ମାତ୍ର ୨୩ ବର୍ଷ ବୟସରେ ଦେଶ ପାଇଁ ପ୍ରାଣବଳି ଦେଇ ସେ ଦେଶପ୍ରେମର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ।  ସେ ‘ସହିଦ ଏ ଆଜମ୍‌ ଭଗତ ସିଂହ’ ନାଁରେ ସେ ବେଶ୍‌ ପରିଚିତ।

publive-image୧) ୧୨ବର୍ଷ ବୟସରେ ଜଲିଆନାୱାଲା ବାଗ ନରସଂହାର ଘଟଣା ପରେ ସେ ସ୍କୁଲ୍‌ ନଯାଇ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ସେ ଭାରତୀୟଙ୍କ ରକ୍ତରେ ଓଦା ହୋଇଥିବା ମାଟିକୁ ଗୋଟିଏ ବୋତଲରେ ରଖି ସବୁଦିନେ ପୂଜା କରୁଥିଲେ। କଲେଜ୍‌ରେ ପଢୁଥିବା ସମୟରେ ସେ ଜଣେ ଭଲ ଅଭିନେତା ଥିଲେ। ସେ ‘ରାଣା ପ୍ରତାପ’ ଏବଂ ‘ଭାରତ-ଦୁର୍ଦ୍ଦଶା’ ପରି ନାଟକରେ ଅଭିନୟ କରିଥିଲେ।

Advertisment

୨)ଭଗତ ସିଂହ ପିଲାଦିନେ ସବୁବେଳେ ବନ୍ଧୁକ ବିଷୟରେ କଥା ହେଉଥିଲେ। ଖେତରେ ବନ୍ଧୁକ ଚାଷ କରିହେବ କି ନାହିଁ ସେ ବିଷୟରେ ଜାଣିବାକୁ ଚାହୁଁଥିଲେ। ଏପରି ଚାଷ ହେଲେ ସେ  ବ୍ରିଟିଶର ମାନଙ୍କୁ ଦେଶରୁ ଘଉଡ଼େଇପାରିବେ ବୋଲି କହୁଥିଲେ। ସେତେବେଳେ ତାଙ୍କୁ ୮ବର୍ଷ ହୋଇଥିଲା। ସେ ଖେଳନା ଏବଂ ଖେଳ ବିଷୟରେ କଥାବାର୍ତ୍ତା ହେବା ପରିବର୍ତ୍ତେ ଭାରତ ବ୍ରିଟିଶ ଲଢ଼େଇ ବିଷୟରେ କଥା ହେଉଥିଲେ।

publive-image୩) ଯେତେବେଳେ ଭଗତ ସିଂହଙ୍କ ମାଆ ବାପା ଚାହୁଁଥିଲେ ସେ ବାହା ହୋଇଯାଆନ୍ତୁ ସେ ସେତେବେଳେ ସେ ଘରଛାଡ଼ି କାନପୁର ପଳାଇଲେ। ସେ ତାଙ୍କ ବାପା ମାଆଙ୍କୁ କହିଥିଲେ, "ଯଦି ବ୍ରିଟିଶ୍‌ ଶାସନ କରୁଥିବା ଭାରତରେ ମୁଁ ବାହା ହେବି, ତେବେ ମୋ ପତ୍ନୀ ବିଧବା ହେବ। ତେଣୁ  ମୁଁ କୌଣସି  ସାଂସାରିକ ଇଚ୍ଛା ରଖିବାକୁ ଚାହୁଁନି।' ଏହାପରେ ସେ ‘ହିନ୍ଦୁସ୍ଥାନ ସୋଶାଲିଷ୍ଟ ରିପବ୍ଲିକାନ୍‌ ଆସୋସିଏସନ୍‌’ରେ ଭାଗ ନେଲେ।

୪) ସେ କମ୍‌ ବୟସରେ ମହାନ ବିପ୍ଲବୀ ଭ୍ଲାଦିମିର ଲେନିନ୍‌ଙ୍କର ସମାଜବାଦ ଏବଂ ସମାଜବାଦୀ କ୍ରାନ୍ତି ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ। ସେ ତାଙ୍କ ବିଷୟରେ ବିଭିନ୍ନ ବହି ପଢ଼ିବା ଆରମ୍ଭ କଲେ। ଭଗତ ସିଂହ କହିଥିଲେ,"ସେମାନେ (ବ୍ରିଟିଶ ଶାସନ) ମୋତେ ମାରିଦେଇ ପାରିବେ, କିନ୍ତୁ ମୋ ବିଚାରଧାରାକୁ ନୁହେଁ। ସେମାନେ ମୋ ଶରୀରକୁ ନଷ୍ଟ କରିପାରିବେ, କିନ୍ତୁ ମୋ ଆତ୍ମାକୁ ନଷ୍ଟ କରିବାକୁ ସକ୍ଷମ ହେବେନାହିଁ।"

publive-image୫) ଭଗତ ସିଂହ ବ୍ରିଟିଶର ମାନଙ୍କୁ କହିଥିଲେ, ତାଙ୍କୁ ଫାଶୀ ନଦେଇ ଗୁଳିକରି ମାରିଦିଅନ୍ତୁ। କିନ୍ତୁ ବ୍ରିଟିଶ ସରକାର ତାଙ୍କ ଆବେଦନ ଗ୍ରହଣ କଲେନାହିଁ। ସେ ତାଙ୍କ ଶେଷ ଚିଠିରେ ଏସମ୍ପର୍କରେ ଉଲ୍ଲେଖ କରିଥିଲେ।  ଭଗତ ସିଂହ ଏହି ପତ୍ରରେ ଲେଖିଥିଲେ, "ଯେହେତୁ ମୋତେ ଯୁଦ୍ଧ ସମୟରେ ଗିରଫ କରାଯାଇଥିଲା, ସେଥିପାଇଁ ମତେ ଫାଶୀ ଦଣ୍ଡ ଦିଆଯାଇପାରିବ ନାହିଁ। ମତେ ତୋପରେ କିମ୍ବା ଗୁଳିରେ ମାରି ଦିଆଯାଉ। ଏହା ଥିଲା ତାଙ୍କ ବାହାଦୁରୀ ଏବଂ ରାଷ୍ଟ୍ର ପାଇଁ ଭାବନାର ନିଦର୍ଶନ।

୬) ସାଙ୍ଗମାନଙ୍କ ସହ ଭଗତ ସିଂହ ଦିଲ୍ଲୀରେ ଥିବା ସେଣ୍ଟ୍ରାଲ୍‌ ଆସେମ୍ବ୍ଲି ଉପରେ ବୋମା ପକାଇଥିଲେ। କିନ୍ତୁ ସେ କାହାକୁ କ୍ଷତାକ୍ତ କରିବାକୁ ଚାହୁଁ ନଥିଲେ। ସେଥିପାଇଁ ସେ ଫିଙ୍ଗିଥିବା ବମ୍‌ ନିମ୍ନ ମାନର ବିସ୍ଫୋଟକରେ ତିଆରି ହୋଇଥିଲା।

publive-image୭) ଭଗତ ସିଂହ ୧୧୬ଦିନ ଧରି ଜେଲ୍‌ରେ ଅନଶନ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମୟରେ ସେ ତାଙ୍କ ଦୈନନ୍ଦିନ ସମସ୍ତ କାର୍ଯ୍ୟ ନିୟମିତ ଭାବେ କରୁଥିଲେ। ଯେମିତିକି ଗୀତ ଗାଇବା , ବହି ପଢ଼ିବା, ସବୁଦିନ କୋର୍ଟ ଯିବା ଇତ୍ୟାଦି।

୮) ଭଗତ ସିଂହଙ୍କ ଏକ ଶକ୍ତିଶାଳୀ ନାରା ଥିଲା ‘ଇନ୍‌କିଲାବ୍‌ ଜିନ୍ଦାବାଦ୍‌’। ଯାହା ଭାରତର ସଶସ୍ତ୍ର ସଂଘର୍ଷର ନାରା ହୋଇଗଲା।

publive-image୯) ୨୩ମାର୍ଚ୍ଚ ୧୯୩୧ରେ ଧାର୍ଯ୍ୟ ହୋଇଥିବା ସମୟର ଗୋଟିଏ ଘଣ୍ଟା ପୂର୍ବରୁ ତାଙ୍କୁ ଫାଶୀ ଦିଆଯାଇଥିଲା। କୁହାଯାଏ ଯେ ଯେତେବେଳେ ଭଗତ ସିଂହଙ୍କୁ ଫାଶୀ ଦିଆଗଲା ସେତେବେଳେ ସେହସୁଥିଲେ।

୧୦)ଯେତେବେଳେ ଭଗତ ସିଂହଙ୍କୁ ତାଙ୍କ ମାଆ ଜେଲ୍‌ରେ ଦେଖାକରିବାକୁ ଯାଇଥିଲେ ସେତେବେଳେ ଭଗତ ସିଂହ ଜୋରରେ ହସୁଥିଲେ। ଏହା ଦେଖି ଜେଲ୍‌ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ସେ ତାଙ୍କ ଜୀବଦ୍ଦଶାରେ ମୃତ୍ୟୁକୁ ଡରୁ ନଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ନଥିଲେ।