ଜିତିଥିବା ଟଙ୍କାକୁ କେମିତି ଖର୍ଚ୍ଚ କରିଥିଲେ କୌନ୍ ବନେଗା କରୋଡପତି ବିଜେତାମାନେ

୧୫ ବର୍ଷ ତଳେ ଖୁବ୍ ଲୋକପ୍ରିୟ ହୋଇଥିଲା ଟେଲିଭିଜନ୍ କାର୍ଯ୍ୟକ୍ରମ “କୌନ୍ ବନେଗା କରୋଡ଼ପତି”। ସେତେବେଳେ ଏହି ଶୋ’ ଦେଖିବାକୁ ଦର୍ଶକଙ୍କ ଭିତରେ ପାଗଳାମୀ ଚରମ ସୀମାରେ ପହଞ୍ଚିଥିଲା। ମୁଖ୍ୟ ଆକର୍ଷଣ ଥିଲେ କାର୍ଯ୍ୟକ୍ରମର ହୋଷ୍ଟ ବିଗ୍-ବି ଅମିତାଭ ବଚ୍ଚନ। ଏଥିରେ ଭାଗ ନେଇ ଅମିତାଭ ବଚ୍ଚନଙ୍କ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବା ଯେତିକି କୌତୁହଳପୂର୍ଣ୍ଣ ଥିଲା, ପ୍ରଶ୍ନର ଉତ୍ତର ଦେଇ ପ୍ରତିବଦଳରେ ଟଙ୍କା ଜିତିବା ଥିଲା ଆହୁରି ଉତ୍ତେଜନକ। ପ୍ରତି ଦର୍ଶକ ଚାହୁଁଥିଲା ସେଇ ହଟ୍‌ସିଟ୍‌ରେ […]

hqdefault

hqdefault

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 03:30 PM IST

Sports

Latest News

୧୫ ବର୍ଷ ତଳେ ଖୁବ୍ ଲୋକପ୍ରିୟ ହୋଇଥିଲା ଟେଲିଭିଜନ୍ କାର୍ଯ୍ୟକ୍ରମ “କୌନ୍ ବନେଗା କରୋଡ଼ପତି”। ସେତେବେଳେ ଏହି ଶୋ’ ଦେଖିବାକୁ ଦର୍ଶକଙ୍କ ଭିତରେ ପାଗଳାମୀ ଚରମ ସୀମାରେ ପହଞ୍ଚିଥିଲା। ମୁଖ୍ୟ ଆକର୍ଷଣ ଥିଲେ କାର୍ଯ୍ୟକ୍ରମର ହୋଷ୍ଟ ବିଗ୍-ବି ଅମିତାଭ ବଚ୍ଚନ। ଏଥିରେ ଭାଗ ନେଇ ଅମିତାଭ ବଚ୍ଚନଙ୍କ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବା ଯେତିକି କୌତୁହଳପୂର୍ଣ୍ଣ ଥିଲା, ପ୍ରଶ୍ନର ଉତ୍ତର ଦେଇ ପ୍ରତିବଦଳରେ ଟଙ୍କା ଜିତିବା ଥିଲା ଆହୁରି ଉତ୍ତେଜନକ। ପ୍ରତି ଦର୍ଶକ ଚାହୁଁଥିଲା ସେଇ ହଟ୍‌ସିଟ୍‌ରେ ବସିବାକୁ ଆଉ ନିଜର ଜ୍ଞାନ ବୁଦ୍ଧି ଦ୍ୱାରା କିଛି ଟଙ୍କା ଜିତିବାକୁ ହେଲେ ସମସ୍ତଙ୍କ ଭାଗ୍ୟରେ ତାହା ଜୁଟି ନଥିଲା। କିଏ କିଏ ସେଠାକୁ ଗଲେ ବି କୋଟିଏ ଟଙ୍କା ଜିତିବା ସହଜ ହୋଇନଥିଲା। ତେବେ ଆସନ୍ତୁ ଜାଣିବା, ଯେଉଁମାନେ କୌନ୍ ବନେଗା କରୋଡ଼ପତି ଶୋ’ ଜରିଆରେ କୋଟିପତି ହୋଇଥିଲେ। ସେମାନେ ଏବେ କେମିତି ଅଛନ୍ତି ଭେଟିବା ୮ଟି ସିଜନରେ ବିଜୟଲାଭ କରିଥିବା ୮ ଜଣ କୋଟିପତିଙ୍କୁ।

୧: ହର୍ଷବର୍ଦ୍ଧନ ନୱାଥେ: କୌନ ବନେଗା କରୋଡ଼ପତି ସିଜନ-୧ (୨୦୦୦-୦୧) ରେ ୧ କୋଟି ଟଙ୍କା ପୁରସ୍କାର ଜିତିଥିଲେ ହର୍ଷବର୍ଦ୍ଧନ। ଏହାପରେ ସେ ରାତାରାତି ଷ୍ଟାର ବନି ଯାଇଥିଲେ। ଟଙ୍କା ଜିତିବା ପରେ ସେ ଇଂଲଣ୍ଡର ଏକ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ପଢ଼ିଥିଲେ। ଏବେ ସେ ମହିନ୍ଦ୍ରା କମ୍ପାନୀରେ କାମ କରୁଛନ୍ତି ଦୁଇଟି ପିଲାର ବାପା।

୨: ରବି ମୋହନ ସୈନୀ: ୧୦ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ୧୪ ବର୍ଷୀୟ ରବି ଜିତିଥିଲେ କୌନ ବନେଗା କରୋଡପତି ଜୁନିୟର ଶୋ’। ଶୋ’ ଜିତିବା ପରେ ଆଗକୁ ପାଠପଢା ଜାରି ରଖିଥିଲେ। ବଡ଼କଥା ହେଲା ଏବେ ସେ ଜଣେ ଆଇପିଏସ୍ ଅଫିସର।

୩: ରାହତ ତସଲିମ୍: ଏକ ରକ୍ଷଣଶୀଳ ପରିବାରରୁ ଆସିଥିବା ରାହତ ମେଡିକାଲ୍ ପଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ବିବାହ ହୋଇ ଯାଇଥିଲା। ଏହି ଶୋ’ରେ ଭାଗନେଇ ୧ କୋଟି ଟଙ୍କା ଜିତିଥିଲେ ଏହି ଟଙ୍କା ତାଙ୍କ ପଢ଼ା ଓ ପରିବାର ପାଇଁ ସହାୟକ ହୋଇଥିଲା।

୪: ସୁଶୀଲ କୁମାର୍: କେବିସି ସିଜନ୍-୫ର ବିଜେତା ଥିଲେ। ବିହାରର ସୁଶୀଲ କୁମାର ସେ ୫ କୋଟି ଟଙ୍କା ଜିତି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ତାଙ୍କ କ୍ଷେତ୍ରରେ ବିଶେଷତ୍ୱ ଥିଲା ପ୍ରଥମଥର ପାଇଁ ସେ ୫ କୋଟି ଟଙ୍କା ଜିତିଥିଲେ ଅନ୍ୟ ସମସ୍ତେ କୋଟିଏ ଟଙ୍କା ହିଁ ଜିତୁଥିଲେ। ଏହି ପୁରସ୍କାର ରାଶିରେ ସେ ଗାଁରେ କିଛି ଜମି କିଣିଥିଲେ ଓ ଘର କାମରେ ନିୟୋଜିତ କରିଥିଲେ।

୫: ସନ୍ ମୀତ କୌର: ଫ୍ୟାସନ୍ ଡିଜାଇନ୍ ପାଠ ପଢ଼ିଥିବା ସନ୍‌ ମୀତଙ୍କୁ ଶ୍ୱଶୁର ଘର ଲୋକେ କାମ କରିବାକୁ ଅନୁମତି ଦେଇନଥିଲେ। ପରେ ସେ ଟିଫିନ୍ ବ୍ୟବସାୟ ଆରମ୍ଭ କରିଥିଲେ। ଯାହା କୌଣସି କାରଣବଶତଃ ବନ୍ଦ ହୋଇଯାଇଥିଲା। ପରେ ସେ ପିଲାଙ୍କୁ ଟିଉସନ୍ କରୁଥିଲା। କୌନ୍ ବନେଗା କରୋଡ଼ପତିରୁ ସେ ୫ କୋଟି ଜିତିବା ପରେ ସେଥିରେ ଏକ ଫ୍ୟାସନ୍ ହାଉସ୍ ଖୋଲିଛନ୍ତି।

୬: ତାଜ୍ ମହମ୍ମଦ ରଙ୍ଗରେଜ୍: କେବିସି-୭ରେ ଏକ କୋଟି ଟଙ୍କା ଜିତି ଏହି ଟଙ୍କାରେ ଘର କିଣିବା ସହ ନିଜ ଝିଅର ଆଖତ୍ ଅପରେସନ୍ କରିଥିଲେ ତାଜ୍ ମହମ୍ମଦ।

୭: ଅଚୀନ ନିରୁଲା ଓ ସାର୍ଥକ ନିରୁଲା: ଦିଲ୍ଲୀର ଏ ଦୁଇଭାଇ କେବିସରେ ସବୁଠାରୁ ଅଧିକ ପରିମାଣ ୭ କୋଟି ଟଙ୍କା ଜିତିଥିଲେ। ଏହି ଟଙ୍କାରେ ସେ ତାଙ୍କ ମାଆଙ୍କ କ୍ୟାନସର୍ ଚିକିତ୍ସା କରାଇଥିଲେ। ପରେ ନିଜ ବ୍ୟବସାୟ ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos