ଅସୁସ୍ଥ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଜୟପୁର: ଅବ୍ୟବସ୍ଥା ମଧ୍ୟରେ ଚାଲିଛି କୋରାପୁଟ ଜିଲ୍ଲା କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ଅଭାବରୁ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହେଉଥିବା ବେଳେ ଆବଶ୍ୟକ ସଂଖ୍ୟକ ଚତୁର୍ଥ ଶ୍ରେଣୀ କର୍ମଚାରୀ ନ ଥିବାରୁ ଡାକ୍ତରଖାନାର ପରିମଳ ଅବସ୍ଥା ବି ବିଗିଡ଼ି ଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ଦେଖା ଦେଇଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଉପରେ କୋଟପାଡ଼ ବ୍ଲକ୍‌ ସମେତ ଏନଏସିର ଲକ୍ଷେରୁ ଅଧିକ ଲୋକ ନିର୍ଭର କରନ୍ତି। ଡାକ୍ତରଖାନାରେ ମୋଟ […]

kotapad-hospital

kotapad-hospital

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 04:50 PM IST

ଜୟପୁର: ଅବ୍ୟବସ୍ଥା ମଧ୍ୟରେ ଚାଲିଛି କୋରାପୁଟ ଜିଲ୍ଲା କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ଅଭାବରୁ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହେଉଥିବା ବେଳେ ଆବଶ୍ୟକ ସଂଖ୍ୟକ ଚତୁର୍ଥ ଶ୍ରେଣୀ କର୍ମଚାରୀ ନ ଥିବାରୁ ଡାକ୍ତରଖାନାର ପରିମଳ ଅବସ୍ଥା ବି ବିଗିଡ଼ି ଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ଦେଖା ଦେଇଛି।

ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଉପରେ କୋଟପାଡ଼ ବ୍ଲକ୍‌ ସମେତ ଏନଏସିର ଲକ୍ଷେରୁ ଅଧିକ ଲୋକ ନିର୍ଭର କରନ୍ତି। ଡାକ୍ତରଖାନାରେ ମୋଟ ୬ ଜଣ ବିଶେଷଜ୍ଞ ଡାକ୍ତର ପଦବୀ ରହିଛି। ତେବେ ସ୍ତ୍ରୀ ଓ ପ୍ରସୂତି, ଶିଶୁ, ଭେଷଜ ବିଶେଷଜ୍ଞଙ୍କ ସହିତ ଆସିଷ୍ଟାଣ୍ଟ ସର୍ଜନ ପଦବୀ ଖାଲି ପଡ଼ିଛି। ଫଳରେ ଏ ଅଞ୍ଚଳର ରୋଗୀମାନଙ୍କୁ ଜୟପୁର କିମ୍ବା କୋରାପୁଟ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ହୁଏ।

kotpada-2

ଡାକ୍ତରଖାନାରେ ମାତ୍ର ଦୁଇ ଜଣ ଷ୍ଟାଫ୍ ନର୍ସ ଅଛନ୍ତି। ଏଠାରେ ୮ଟି ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଥିବା ବେଳେ ଅଛନ୍ତି ମାତ୍ର ଦୁଇ ଜଣ। ବହୁ ଦିନ ହେଲା ଏହି ପଦବୀଗୁଡ଼ିକ ଖାଲି ପଡ଼ିଛି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅଭାବରୁ ଡାକ୍ତରଖାନାର ବାହାର ଓ ଭିତର ଠିକ୍ ଢଙ୍ଗରେ ସଫା ହୋଇପାରୁନାହିଁ। ତେଣୁ ରୋଗୀ ଏଠାରେ ରହିବାକୁ ବି ଭୟ କରୁଛନ୍ତି। ଅପରିଷ୍କାର ପରିବେଶ ମଧ୍ୟରେ ରହିଲେ ଅଧିକ ଅସୁସ୍ଥ ହୋଇଯିବେ ବୋଲି ସେମାନେ ଆଶଙ୍କା କରୁଛନ୍ତି।

ମେଡିକାଲ୍ ଇନ୍‌ଚାର୍ଜ ଡାକ୍ତର ସାରଥୀ ମୁନି କହିଛନ୍ତି,“କମ୍‌ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିଲେ ମଧ୍ୟ ଆମେ ଯଥାସମ୍ଭବ ଡାକ୍ତରଖାନାକୁ ପରିଷ୍କାର, ପରିଚ୍ଛନ ରଖିବାକୁ ଚେଷ୍ଟା କରୁଛୁ। ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାରୁ ଆମେ ଅନେକ ସମୟରେ ରୋଗୀଙ୍କୁ ଜୟପୁର ଓ କୋରାପୁଟକୁ ପଠାଇଥାଉ। ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ସଂପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି।”

ଏହି ଡାକ୍ତରଖାନାରେ ୧୬ଟି ବେଡ୍ ରହିବା କଥା, କିନ୍ତୁ ଅଛି ମାତ୍ର ୧୦ଟି। ପୁଣି ବେଡ୍‌ଗୁଡ଼ିକର ଅବସ୍ଥା ନ କହିଲେ ଭଲ। ଅଧିକାଂଶ ବେଡ୍‌ ଚିରି ଗଲାଣି। ବେଡ୍‌ ଉପରେ ବେଡ୍‌ସିଟ୍ ପକା ଯାଉନି। ସେଗୁଡ଼ିକ ଗନ୍ଧଉ ଥିବା ନେଇ ବି ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି।

bed

ଫୋନ୍‌ କଲେ ବି ଡାକ୍ତରଖାନାରେ ଥିବା ଆମ୍ବୁଲାନ୍ସ ଆସେ ନାହିଁ ବୋଲି ଅଭିଯୋଗ ହୁଏ।

ଜଣେ ରୋଗୀଙ୍କ  ସଂପର୍କୀୟ ସୁନୀତା ପ୍ରଧାନ କହିଛନ୍ତି,“ଡାକ୍ତରଖାନାର ବେଡ୍‌ଗୁଡ଼ିକର ଅବସ୍ଥା ନ କହିଲେ ଭଲ। ଏଠାକୁ ଫୋନ୍‌ କଲେ ବି ଆମ୍ବୁଲାନ୍ସ ସେବା ମିଳେନି। ଓଲଟି ନିଜେ ବ୍ୟବସ୍ଥା କରି ରୋଗୀକୁ ଡାକ୍ତରଖାନା ଆଣିବାକୁ କୁହଯାଏ। ଆମ୍ବୁଲାନ୍ସ ପାଇଁ ଫୋନ୍‌ କଲେ ଫୋନ୍‌ ସୁଇଚ୍ ଅଫ୍ ଦେଖାଏ।”

ରୋଗୀ କଲ୍ୟାଣ ସମିତି ଏମ୍‌. ଶଙ୍କର ରାଓ କହିଛନ୍ତି,“କୋଟପାଡ଼ ଏକ ବନ୍ୟାପ୍ରବଣ ଅଞ୍ଚଳ। ତେଣୁ ଏଠାରେ ଝାଡ଼ାବାନ୍ତିର ଆଶଙ୍କା ରହିଥାଏ। ଏପରି ସ୍ଥଳେ ଡାକ୍ତରଖାନାର ଅବସ୍ଥା ନ କହିଲେ ଭଲ। ୧୬ଟି ପଞ୍ଚାୟତର ଲୋକ ଏହା ଉପରେ ନିର୍ଭର କରୁଥିବା ବେଳେ ବିଶେଷଜ୍ଞ ଡାକ୍ତର ପଦବୀଗୁଡ଼ିକ ଖାଲି ପଡ଼ିଛି। ରୋଗୀ କଲ୍ୟାଣ ସମିତିରେ ଯେଉଁ ସବୁ ନିଷ୍ପତ୍ତି ନିଆଯାଉଛି ତାହାକୁ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରୁ ନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story