କୂଳ ଖାଉଛି ହାତୀ ନଦୀ, ଆଶଙ୍କାରେ କରମେଲୀ ଗ୍ରାମବାସୀ

ଧର୍ମଗଡ଼: ରାଜ୍ୟ ସରକାର ନଦୀକୂଳରେ ବାସ କରୁଥିବା ଲୋକମାନଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଆଡି ବନ୍ଧ ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରୁଛନ୍ତି। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ଲୋକଙ୍କୁ  ଏହାର ସୁଫଳ ମିଳିପାରୁନାହିଁ।  ଅଧାପନ୍ତରିଆ ହୋଇ କାମ ପଡ଼ି ରହୁଛି। ଏହାର ଉଦାହରଣ ହେଉଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କରମେଲୀ ଗାଁ। କରମେଲୀ ଗାଁ ଦେଇ ପ୍ରବାହିତ  ହୋଇଛି ହାତୀ ନଦୀ, ଯାହା […]

kula khauchi

kula khauchi

Rakesh Mallick
  • Published: Tuesday, 28 June 2016
  • Updated: 28 June 2016, 03:37 PM IST

Sports

Latest News

kula khauchiଧର୍ମଗଡ଼: ରାଜ୍ୟ ସରକାର ନଦୀକୂଳରେ ବାସ କରୁଥିବା ଲୋକମାନଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଆଡି ବନ୍ଧ ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରୁଛନ୍ତି। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ଲୋକଙ୍କୁ  ଏହାର ସୁଫଳ ମିଳିପାରୁନାହିଁ।  ଅଧାପନ୍ତରିଆ ହୋଇ କାମ ପଡ଼ି ରହୁଛି। ଏହାର ଉଦାହରଣ ହେଉଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କରମେଲୀ ଗାଁ। କରମେଲୀ ଗାଁ ଦେଇ ପ୍ରବାହିତ  ହୋଇଛି ହାତୀ ନଦୀ, ଯାହା ଏବେ କୂଳ ଖାଉଛି। ଇନ୍ଦ୍ରାବତୀ ଜଳ ଭଣ୍ଡାରରରୁ ବିଦ୍ୟୁତ ଉତ୍ପାଦନ ହୋଇ ପାଣି ଛଡ଼ାଯିବା ପରେ  ହାତୀ ନଦୀରେ ପାଣି ଭର୍ତ୍ତି ହୋଇଯାଉଛି। ବର୍ଷା ଦିନେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଚିରସ୍ରୋତା ହାତୀନଦୀ କୂଳରେ  ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ  ଆଡ଼ି ବନ୍ଧ ନିର୍ମାଣ ଚାଲିଛି। କିନ୍ତୁ ତାହା ସଂପୂର୍ଣ୍ଣ ହୋଇପାରିନାହିଁ।  ବର୍ଷା ଦିନ ପୂର୍ବରୁ ଆଡି ବନ୍ଧ  ନିର୍ମାଣ ସଂପୂର୍ଣ୍ଣ ହୋଇପାରିବ କି ନାହିଁ  ଚିନ୍ତାରେ ଅଛନ୍ତି କଲମପୁର ବ୍ଲକର ନଦୀକୂଳିଆ ଲୋକେ। ବାରମ୍ବାର ଦାବି ସତ୍ତ୍ୱେ ସରକାର ଅବା ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଉ ନ ଥିବାରୁ ଏହି ଗାଁ ଗୁଡ଼ିକ ଭବିଷ୍ୟତରେ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି।

ଆଗକୁ ବର୍ଷା ଦିନ ଆସୁଥିବାରୁ କଣ କରିବେ ଚିନ୍ତାରେ  ପଡ଼ିଯାଇଛନ୍ତି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କରମେଲୀ ଗାଁ ଲୋକେ। ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ପାଣି ହାତୀ ନଦୀରେ ଭର୍ତ୍ତି ହୋଇଯିବା ଯୋଗୁଁ କରମେଲୀ ଓ ଆଖପାଖର କିଛି ଗାଁ  ବାହ୍ୟ ଜଗତରୁ ବିଚ୍ଛିନ୍ନ  ହୋଇଯାଉଛି। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

kula khuchi-2ବାଲିଛଡ଼ା ଗ୍ରାମର ବାସିନ୍ଦା ଶକୁନ୍ତଳା ଶର୍ମା କହିଛନ୍ତି, “ବର୍ଷା ଦିନେ ହାତୀ ନଦୀରେ  ପାଣି ଭର୍ତ୍ତି ହୋଇଯିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ଓ ଘରେ ପାଣି ପଶିଯାଉଛି। ଆମେ ବିଭିନ୍ନ  ଅସୁବିଧାର ସମ୍ମୁଖୀନ ହେଉଛୁ। ଆଡି ବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଛି।  କିନ୍ତୁ ଠିକାଦାରର ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ ତାହା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ। ଆମ ଗାଁକୁ ମନ୍ତ୍ରୀ  ଓ ନେତାମାନେ ଆସୁଛନ୍ତି; ଏହି ପରିସ୍ଥିତି ଦେଖୁଛନ୍ତି। ଆମକୁ ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି। ବନ୍ୟା ଆସିଲେ ଆମକୁ  ପିଲା ଛୁଆଙ୍କୁ ଧରି ଗଛ ଉପରେ ଆଶ୍ରୟ ନେବାକୁ ପଡ଼ୁଛି। କିନ୍ତୁ ଆମେ ପାଳିଥିବା ଗାଈ ଗୋରୁ ଗୁଡ଼ିକ ବନ୍ୟାରେ ଭାସିଯାଉଛନ୍ତି। ”

ବିଗତ ବର୍ଷ ମାନଙ୍କରେ  ହାତୀ ନଦୀ କୂଳ ଖାଇବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଗାଁ ଲୋକେ। ବନ୍ୟା ବେଳେ ଲୋକେ ନିରାପଦରେ ଆଶ୍ରୟ ନେବା ପାଇଁ ସରକାରଙ୍କ ଦ୍ୱାରା ବନ୍ୟା ଅଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। କିନ୍ତୁ ଏହି ଗୃହକୁ ଯିବା ପାଇଁ  ରାସ୍ତା ନାହିଁ। ବନ୍ୟା ହେଲେ ରାସ୍ତାରେ ୬ରୁ ୧୦ ଫୁଟ ପାଣି ପ୍ରବାହିତ ହୋଇଥାଏ, ଯାହାଫଳରେ ଲୋକମାନଙ୍କୁ ଗଛ ଉପର ଓ ଉଚ୍ଚସ୍ଥାନରେ ଆଶ୍ରୟ ନେବାକୁ ପଡ଼ିଥାଏ। ବନ୍ୟା ସମୟରେ ସରକାରଙ୍କ ପକ୍ଷରୁ ରିଲିଫ ମିଳୁ ନ ଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

kalukhauchi-3କରମେଲୀ ବାସିନ୍ଦା କପିଳ ଦୁର୍ଗା କହିଛନ୍ତି, “ହାତୀ ନଦୀ କୂଳ ଖାଉଥିବାରୁ ବର୍ଷା ଦିନେ ବନ୍ୟା ଆସିଲେ ଆମକୁ ଭୟ ଲାଗୁଛି। ଚାରି ଆଡ଼େ ପାଣି ଥିବାବେଳେ ଆମ ଗାଁ ମଝିରେ ରହିଯାଉଛି। ଗାଁରୁ ବାହାରକୁ ରାସ୍ତା ନାହିଁ। ଆମ କଥା କେହି ଶୁଣୁ ନାହାନ୍ତି। ଆମେ ସରକାରଙ୍କ ପାଖରେ ଗୁହାରୀ କରୁଛୁ ‘ଶୀଘ୍ର ଆଡି ବନ୍ଧ ନିର୍ମାଣ କରି ଦିଅନ୍ତୁ। ଯାହାଫଳରେ  କରମେଲୀ ଗାଁର ଲୋକମାନେ ଉପକୃତ ହେବେ।” ଏ ପ୍ରସଙ୍ଗରେ ପଚାରଯିବାରୁ କଲମପୁର ବ୍ଲକ ବଡିଓ ଲକ୍ଷ୍ମଣ ଅମାତ କହିଛନ୍ତି,“  ହାତୀ ନଦୀ କୂଳ ଖାଉଥିବାରୁ କରମେଲୀର ଗାଁର ଲୋକମାନେ ବନ୍ୟା ଦ୍ୱାରା ପ୍ରବାହିତ ହୋଇଥାନ୍ତି। ବନ୍ୟା ଆସିଲେ ପ୍ରାଶସନ ପକ୍ଷରୁ ଗାଁ ଲୋକମାନଙ୍କୁ ସଚେତନ କରାଯାଇଥାଏ।ଲୋକମାନଙ୍କୁ  ଉଚ୍ଚସ୍ଥାନରେ ରଖାଯାଇଥାଏ। ଆବଶ୍ୟକ ପଡ଼ିଲେ  ଲୋକମାନଙ୍କୁ ରୋଷେଇ କରି ଖାଇବାକୁ ଦିଆଯାଇଥାଏ। ବାଲିଛଡ଼ା ଗାଁରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି ଓ ଆଡି ବନ୍ଧ ନିର୍ମାଣ  କାର୍ଯ୍ୟ ଚାଲିଛି। ତାହ ଶୀଘ୍ର ସଂପୂର୍ଣ୍ଣ ହୋଇଯିବ। ବନ୍ୟାରେ  ଲୋକମାନଙ୍କୁ  ଉଦ୍ଧାର କରିବା ପାଇଁ ପାୱାର ବୋଟ ଓ ଲାଇଫ ଜ୍ୟାକେଟ ମହଜୁତ ରହିଛି।”

ପ୍ରଶାସନର ଏଭଳି ପ୍ରତିଶ୍ରୁତି କରମେଲୀ ବାସିନ୍ଦା ଅତୀତରେ ଅନେକ ଥର ଶୁଣିଛନ୍ତି। କିନ୍ତୁ ପ୍ରତିଥର ପ୍ରତିଶ୍ରୁତି ପାଣିର ଗାର ସାବ୍ୟସ୍ତ ହୋଇଛି। ତା’ ସତ୍ତ୍ୱେ ସେମାନେ ଆଶା ଛାଡ଼ି ନାହାନ୍ତି। ଅପେକ୍ଷା କରିଛନ୍ତି କେବେ ପ୍ରତିଶ୍ରୁତି ପୂରଣ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story