ଏକା ଏକା ଖୋଳିଲେ ୩ କି.ମି ଲମ୍ବର କେନାଲ୍‌

ପାଟନା: ବର୍ଷା ଦିନେ ପାହାଡ଼ରୁ ବୋହି ଆସୁଥିବା ପାଣି ନଦୀକୁ ଚାଲି ଯାଉଥିଲା। ତାହା ଲୋକଙ୍କ କାମରେ ଲାଗୁ ନଥିଲା। ଏହି ପାଣିକୁ କେମିତି ଅଟକା ଯାଇ ବ୍ୟବହାର କରି ହେବ, ସେନେଇ ଚିନ୍ତା କଲେ ଲୌଙ୍ଗି ଭୂୟାଁ। ଆଉ ତା’ପରେ ସେ କେନାଲ ଖୋଳିବାକୁ ନିଷ୍ପତ୍ତି ନେଲେ। ତେବେ ଏହା ଏତେ ସହଜ ନଥିଲା। ଏଥିପାଇଁ ତାଙ୍କୁ ୩୦ ବର୍ଷ ଲାଗିଯାଇଥିଲା। କିନ୍ତୁ ବର୍ଷ ବର୍ଷ ଧରି ଏକା ଏକା କେନାଲ୍ ଖୋଳି ଚାଲିଥିଲେ ବି […]

laungi bhuyan

laungi bhuyan

Jitendra Garnayak
  • Published: Sunday, 13 September 2020
  • Updated: 13 September 2020, 12:05 PM IST

Sports

Latest News

ପାଟନା: ବର୍ଷା ଦିନେ ପାହାଡ଼ରୁ ବୋହି ଆସୁଥିବା ପାଣି ନଦୀକୁ ଚାଲି ଯାଉଥିଲା। ତାହା ଲୋକଙ୍କ କାମରେ ଲାଗୁ ନଥିଲା। ଏହି ପାଣିକୁ କେମିତି ଅଟକା ଯାଇ ବ୍ୟବହାର କରି ହେବ, ସେନେଇ ଚିନ୍ତା କଲେ ଲୌଙ୍ଗି ଭୂୟାଁ। ଆଉ ତା’ପରେ ସେ କେନାଲ ଖୋଳିବାକୁ ନିଷ୍ପତ୍ତି ନେଲେ। ତେବେ ଏହା ଏତେ ସହଜ ନଥିଲା। ଏଥିପାଇଁ ତାଙ୍କୁ ୩୦ ବର୍ଷ ଲାଗିଯାଇଥିଲା। କିନ୍ତୁ ବର୍ଷ ବର୍ଷ ଧରି ଏକା ଏକା କେନାଲ୍ ଖୋଳି ଚାଲିଥିଲେ ବି ଲୌଙ୍ଗି ଭୂୟାଁ କେବେ ନିରୁତ୍ସାହିତ ହୋଇ ନଥିଲେ। ଫଳସ୍ୱରୂପ ତାଙ୍କ ଗାଁ ଲୋକେ ପାଇଛନ୍ତି ୩ କିଲୋମିଟରର ଏକ କେନାଲ୍। ସେହି କେନାଲ୍‌ରେ ପାଣି ଆସି ଗାଁରେ ଥିବା ଏକ ବଡ଼ ପୋଖରୀରେ ରହୁଛି।

ଏହି ଚିତ୍ର ଦେଖିବାକୁ ମିଳିଛି ବିହାରର ଗୟା ଜିଲ୍ଲାର କୋଠିଲୱା ଗାଁରେ। ଗାଁଟି ଘଞ୍ଚ ଜଙ୍ଗଲ ଓ ଏକାଧିକ ପାହାଡ଼ ମଧ୍ୟରେ ରହିଛି। ଗୟା ଜିଲ୍ଲା ସଦର ମହକୁମାଠାରୁ ଏହି ଗାଁର ଦୂରତା ପ୍ରାୟ ୮୦ କିଲୋମିଟର।

ଲୌଙ୍ଗି ଭୂୟାଁ କହିଛନ୍ତି, ’୩୦ ବର୍ଷ ହେଲା ମୁଁ ପାଖ ଜଙ୍ଗଲକୁ ଗାଈଗୋରୁଙ୍କୁ ଚରାଇବାକୁ ନେଉଛି। ଆଉ ସେହି ସମୟରେ ମୁଁ କେନାଲ ଖୋଳା କାର୍ଯ୍ୟ କରୁଥିଲି। ମୋତେ କୌଣସି ଗ୍ରାମବାସୀ ସାହାଯ୍ୟ କରି ନାହାନ୍ତି। ଗାଁ ଲୋକେ ଜୀବନଜୀବିକା ପାଇଁ ସହରକୁ ପଳାଉଛନ୍ତି। କିନ୍ତୁ ମୁଁ ଗାଁରେ ରହିବାକୁ ନିଷ୍ପତ୍ତି ନେଇଥିଲି।”

ଲୌଙ୍ଗି ଭୂୟାଁଙ୍କ ଏହି କାର୍ଯ୍ୟ ଗାଁ ଲୋକଙ୍କୁ ବେଶ୍ ଫାଇଦା ଦେଇଛି। କେବଳ ମଣିଷ ନୁହନ୍ତି, ଗାଁର ଗାଈଗୋରୁଙ୍କ ପାଇଁ ବି ଏହା ବେଶ୍ ସହାୟକ ହୋଇଛି।

ଗ୍ରାମବାସୀମାନେ କହିଛନ୍ତି ଯେ ସେ ଏକା ଏକା ଏହି କେନାଲ ଖୋଳିଛନ୍ତି। କିନ୍ତୁ ଏଥିରୁ ଗାଁଟା ଯାକର ଲୋକ ଲାଭବାନ ହୋଇଛନ୍ତି। କେନାଲ୍‌ରେ ଆସି ପୋଖରୀରେ ଜମା ହେଉଥିବା ପାଣିକୁ ସେମାନେ ଚାଷ ଜମିରେ ମଡ଼ାଉଛନ୍ତି।

ବର୍ଷା ପାଣିର ସଦ୍‌ ବ୍ୟବହାର କରିବା ପାଇଁ ଲୌଙ୍ଗି ଯେଉଁ କାର୍ଯ୍ୟ କରିଛନ୍ତି, ତାହା ପ୍ରଶଂସନୀୟ ଓ ଅନୁକରଣୀୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story