Advertisment

ହଜିଗଲା ସଲମାନଙ୍କ ପ୍ରଚ୍ଛଦପଟ ସ୍ୱର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ନେଇଗଲା ସ୍ୱର ସମ୍ରାଟଙ୍କୁ। ଆଉ ନାହାନ୍ତି ଲୋକପ୍ରିୟ ଗାୟକ ଏସପି ବାଲାସୁବ୍ରମଣ୍ୟମ୍। ୭୪ ବର୍ଷରେ ସେ ଇହଲୀଳା ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ହିନ୍ଦୀ ଚଳଚ୍ଚିତ୍ର ଜଗତ ତଥା ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଏସପି ବାଲାସୁବ୍ରମଣ୍ୟମଙ୍କ ପୂରା ନାଁ ହେଉଛି ଶ୍ରୀପତି ପଣ୍ଡିତରାଧ୍ୟୁଲା ବାଲାସୁବ୍ରମଣ୍ୟମ୍। ସେ ଏସପିବି ନାଁରେ ମଧ୍ୟ ପରିଚିତ ଥିଲେ। ୧୯୪୬ ଜୁନ୍ ୪ରେ ଆନ୍ଧ୍ରପ୍ରଦେଶର ନେଲ୍ଲୋରରେ ସେ ଜନ୍ମଗ୍ରହଣ କରିଥିଲେ। […]

author-image
Pragnya Choudhury
ହଜିଗଲା ସଲମାନଙ୍କ ପ୍ରଚ୍ଛଦପଟ ସ୍ୱର

salman

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ନେଇଗଲା ସ୍ୱର ସମ୍ରାଟଙ୍କୁ। ଆଉ ନାହାନ୍ତି ଲୋକପ୍ରିୟ ଗାୟକ ଏସପି ବାଲାସୁବ୍ରମଣ୍ୟମ୍। ୭୪ ବର୍ଷରେ ସେ ଇହଲୀଳା ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ହିନ୍ଦୀ ଚଳଚ୍ଚିତ୍ର ଜଗତ ତଥା ଭାରତୀୟ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

Advertisment

ଏସପି ବାଲାସୁବ୍ରମଣ୍ୟମଙ୍କ ପୂରା ନାଁ ହେଉଛି ଶ୍ରୀପତି ପଣ୍ଡିତରାଧ୍ୟୁଲା ବାଲାସୁବ୍ରମଣ୍ୟମ୍। ସେ ଏସପିବି ନାଁରେ ମଧ୍ୟ ପରିଚିତ ଥିଲେ। ୧୯୪୬ ଜୁନ୍ ୪ରେ ଆନ୍ଧ୍ରପ୍ରଦେଶର ନେଲ୍ଲୋରରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୬ ଡିସେମ୍ବର ୧୫ରେ ସେ ଜଣେ ପ୍ରଚ୍ଛଦପଟ ଗାୟକ ଭାବେ ତେଲୁଗୁ ଫିଲ୍ମ 'ଶ୍ରୀ ଶ୍ରୀ ଶ୍ରୀ ମର୍ଯ୍ୟାଦା ରାମନ୍ନା'ରୁ ଡେବ୍ୟୁ କରିଥିଲେ।

୧୯୮୦ରେ ରିଲିଜ୍ ଫିଲ୍ମ ସଙ୍କରାଭାରନାମ ଏସପିବିଙ୍କୁ ଅନ୍ତର୍ଜାତୀୟ ସମ୍ମାନ ଆଣିଦେଇଥିଲା। ଏହି ଫିଲ୍ମରେ କଣ୍ଠଦାନ କରି ସେ ନିଜ କ୍ୟାରିୟରର ପ୍ରଥମ ନ୍ୟାଶନାଲ ଆଓ୍ୱାର୍ଡ ହାସଲ କରିଥିଲେ।

Advertisment

୧୯୬୯ରେ ଏସପିବି ନିଜର ପ୍ରଥମ ତାମିଲ ଗୀତ ରେକର୍ଡ କରିଥିଲେ। ୟେସୁଦାସଙ୍କ ପରେ ଏସପିବି ଶ୍ରେଷ୍ଠ ପୁରୁଷ ଗାୟକ ବା ବେଷ୍ଟ ମେଲ୍ ସିଙ୍ଗର ଭାବେ ନ୍ୟାଶନାଲ ଆଓ୍ୱାର୍ଡ ପ୍ରାପ୍ତ କରିଥିଲେ। ୟେସୁଦାସ ନିଜ ଅଦ୍ୱିତୀୟ ପ୍ରତିଭା ପାଇଁ ୮ଥର ନ୍ୟାଶନାଲ ଆଓ୍ୱାର୍ଡ ପ୍ରାପ୍ତ କରିଥିବା ବେଳେ ଏସପିବି ୪ଟି ଭିନ୍ନ ଭିନ୍ନ ଭାଷାରେ କଣ୍ଠଦାନ କରି ୬ ଥର ନ୍ୟାଶନାଲ ଆଓ୍ୱାର୍ଡ ହାସଲ କରିଥିଲେ।

ବାଲାସୁବ୍ରମଣ୍ୟମ୍ ଆଜି ନାହାନ୍ତି ହେଲେ ନିଜ ୫୦ ବର୍ଷର କ୍ୟାରିୟର ଭିତରେ ସେ ତେଲୁଗୁ, ତାମିଲ, କନ୍ନଡ଼, ହିନ୍ଦୀ ଏବଂ ମାଲାୟାଲମ ଭାଷାରେ ୪୦ ହଜାରରୁ ଊର୍ଦ୍ଧ୍ୱ ଗୀତରେ କଣ୍ଠଦାନ କରିଛନ୍ତି। ତାଙ୍କର ପ୍ରତ୍ୟେକ ଗୀତ ଜରିଆରେ ସେ ଶ୍ରୋତାଙ୍କ ହୃଦୟରେ ସବୁଦିନ ପାଇଁ ଅମର ହୋଇ ରହିବେ। ଖାଲି ଏତିକି ନୁହେଁ, ବାଲା ତାମିଲ, ତେଲୁଗୁ, କନ୍ନଡ଼ ଏବଂ ହିନ୍ଦୀ ଭାଷାରେ ୪୦ରୁ ଅଧିକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ବଲିଉଡର ସର୍ବାଧିକ ଲୋକପ୍ରିୟ ତାରକାଙ୍କ ମଧ୍ୟରେ ଅନ୍ୟତମ ସଲମାନ ଖାନଙ୍କ ପାଇଁ ଏସପିବିଙ୍କ ବିଶେଷ ଅବଦାନ ଥିଲା। ହିନ୍ଦୀ ଚଳଚ୍ଚିତ୍ର ପ୍ରେମୀଙ୍କ ସଙ୍ଗୀତ ପ୍ରତି ଦୁର୍ବଳତା ସବୁବେଳେ ରହିଆସିଛି। ଏଣୁ ଏପରି ବି କୁହାଯାଇପାରେ ସଲମାନ ଖାନଙ୍କ ପାଇଁ ସ୍ୱର ସାଜିଥିଲେ ବାଲାସୁବ୍ରମଣ୍ୟମ୍। ସଲମାନଙ୍କ କ୍ୟାରିୟର ଓ ସଫଳତା ପଛରେ ଏସପିବିଙ୍କ କଣ୍ଠର ଯାଦୁ ଲୁଚିରହିଥିଲା।

'ମୈନେ ପ୍ୟାର୍ କିୟା' ଫିଲ୍ମ ହେଉ ବା 'ସାଜନ', 'ଲଭ୍' ହେଉ କିମ୍ବା 'ହମ୍ ଆପକେ ହେଁ କୌନ୍' ଏ ସମସ୍ତ ଫିଲ୍ମରେ ଏସପିବି କଣ୍ଠଦାନ କରିଛନ୍ତି। 'ମୈନେ ପ୍ୟାର୍ କିୟା' ଫିଲ୍ମର 'ଦିଓ୍ୱାନା' ଗୀତ ପାଇଁ ବାଲାଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସମ୍ମାନ ମିଳିଥିଲା। ସେହିପରି ଲତା ମଙ୍ଗେସକରଙ୍କ ସହ ବାଲାଙ୍କ 'ହମ୍ ଆପକେ ହେଁ କୌନ୍' ଫିଲ୍ମର ଗୀତ 'ଦିଦି ତେରା ଦେଓ୍ୱର ଦିଓ୍ୱାନା' ଆଜି ବି ଶ୍ରୋତାଙ୍କୁ ମତୁଆଲା କରୁଛି। ବଲିଉଡରେ କିଶୋର କୁମାରଙ୍କୁ ରାଜେଶ ଖନ୍ନାଙ୍କ ସ୍ୱର କୁହାଯାଉଥିବା ବେଳେ ସଲମାନଙ୍କ ପାଇଁ ଏସପି ବାଲାସୁବ୍ରମଣ୍ୟମ୍ ସ୍ୱର ହୋଇ ଉଭୟ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି।
https://twitter.com/BeingSalmanKhan/status/1309423411664355329?s=20

ଭାରତୀୟ ସଙ୍ଗୀତ ଜଗତକୁ ତାଙ୍କ ଏଭଳି ଅବଦାନ ଲାଗି ଭାରତ ସରକାର ୨୦୦୧ରେ ପଦ୍ମଶ୍ରୀ ଏବଂ ୨୦୧୧ରେ ପଦ୍ମଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ କରିଛନ୍ତି।

Bollywood Salman Khan