ନକ୍ସଲ୍‌ ଜୋନ୍‌ ଏବେ ସେଲ୍‌ଫି ଜୋନ୍‌

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ନାଁ ଶୁଣିଲେ ସାଧାରଣତଃ ମାଓବାଦୀଙ୍କ ନରସଂହାର ମାନସପଟକୁ ଚାଲିଆସେ।ଦିନେ ମାଓବାଦୀମାନେ ଏଠାରେ ରକ୍ତର ହୋଲି ଖେଳୁଥିବା ବେଳେ ସନ୍ଧ୍ୟା ହେଲେ ତାଟି, କବାଟ ପଡ଼ି ଯାଉଥିଲା। ଆଉ ଥରେ ଏହି ଅଞ୍ଚଳକୁ ପ୍ରବେଶ କଲେ ଫେରିବାର ଆଶା ରହୁ ନଥିଲା। ହେଲେ ଆଜି ବଦଳି ଯାଇଛି ଦୃଶ୍ୟପଟ୍ଟ। ପାହାଡ଼ର ଛାତି ଚିରି କଳା ମଚମଚ ସୁଦୀର୍ଘ ରାସ୍ତା ବିଛାଇ ହୋଇଛି ଜିଲ୍ଲାସାରା। ଆଉ ତା’ସହିତ ଦେଖିବାକୁ ମିଳୁଛି ପର୍ଯ୍ୟଟକଙ୍କ କୋଳାହଳ। […]

guru23

guru23

Niharika Rout
  • Published: Monday, 30 December 2019
  • Updated: 30 December 2019, 04:06 PM IST

Sports

Latest News

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ନାଁ ଶୁଣିଲେ ସାଧାରଣତଃ ମାଓବାଦୀଙ୍କ ନରସଂହାର ମାନସପଟକୁ ଚାଲିଆସେ।ଦିନେ ମାଓବାଦୀମାନେ ଏଠାରେ ରକ୍ତର ହୋଲି ଖେଳୁଥିବା ବେଳେ ସନ୍ଧ୍ୟା ହେଲେ ତାଟି, କବାଟ ପଡ଼ି ଯାଉଥିଲା। ଆଉ ଥରେ ଏହି ଅଞ୍ଚଳକୁ ପ୍ରବେଶ କଲେ ଫେରିବାର ଆଶା ରହୁ ନଥିଲା।

ହେଲେ ଆଜି ବଦଳି ଯାଇଛି ଦୃଶ୍ୟପଟ୍ଟ। ପାହାଡ଼ର ଛାତି ଚିରି କଳା ମଚମଚ ସୁଦୀର୍ଘ ରାସ୍ତା ବିଛାଇ ହୋଇଛି ଜିଲ୍ଲାସାରା। ଆଉ ତା’ସହିତ ଦେଖିବାକୁ ମିଳୁଛି ପର୍ଯ୍ୟଟକଙ୍କ କୋଳାହଳ। ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ଯୋଡ଼ୁଥିବା ଗୁରୁପ୍ରିୟା ସେତୁରେ ମଧ୍ୟ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଦିନେ ମାଓବାଦୀଙ୍କ ଗଡ଼ ରୂପେ ଜଣାଶୁଣା ଥିଲା ଏହି ଅଞ୍ଚଳ। ଏଠାରେ କେବେ ପର୍ଯ୍ୟଟକଙ୍କ ପାଦ ପଡ଼ିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। କିନ୍ତୁ ଏବେ ଗୁରୁପ୍ରିୟା ସେତୁ ହେବା ପରେ ଏହି ଅଞ୍ଚଳ ପାଲଟିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ।

ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରୁଛି। ଜଳରାଶି ମଝିରେ ଟାପୁ ଭଳି ପାହାଡ଼ଗୁଡିକ ରହିଛି। ନୀଳ ଜଳରାଶି ଓ ମନଲୋଭା ସବୁଜିମା ପରିବେଶ ଦେଖିବାକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ଏଠାକୁ। ସହରଠୁ ଦୂର ଏହି ଶାନ୍ତ ପରିବେଶରେ କିଛି ସମୟ ବିତାଇବା ପାଇଁ ଲୋକେ ଚାଲିଆସୁଛନ୍ତି ଏଠାକୁ। ସେହିଭଳି ସ୍ମୃତିକୁ ସାଇତି ରଖିବାକୁ ସେଲ୍‌ଫି ବି ଉଠାଉଛନ୍ତି। ଫଳରେ ଏବେ ଏଠାରେ ଆଲୋଚନା ହେଉଛି ଯେ ଦିନେ ଯେଉଁ ଅଞ୍ଚଳ ନକ୍ସଲ୍‌ ଜୋନ୍‌ ଥିଲା, ତାହା ଏବେ ସେଲ୍‌ଫି ଜୋନ୍‌ରେ ପରିଣତ ହୋଇଯାଇଛି।

ଗୌତମ ବିଶ୍ୱାସ ନାମକ ଜଣେ ପର୍ଯ୍ୟଟକ କହିଛନ୍ତି, ଗୁରୁପ୍ରିୟା ସେତୁରେ ସେଲଫି ନେବାର ମଜା ନିଆରା। ଏଠାରେ ହୋଟେଲ, ପାର୍କ ଓ ବୋଟିଂ ସୁବିଧା ହେଲେ ଆହୁରି ଭଲ ହୁଅନ୍ତା।

ସେହିପରି ମିଲି ପ୍ରଧାନ ନାମ୍ନୀ ଜଣେ ପର୍ଯ୍ୟଟକ କହିଛନ୍ତି, ଆଣ୍ଡାମାନ ଯିବା ଯାହା ଏଠାକୁ ଆସିବା ତାହା। ଏଠାକାର ନୀଳ ଜଳରାଶି ଓ ସବୁଜିମା ମନକୁ ମୋହି ନେଉଛି। ଏଠାକୁ ସଂଯୋଗ ହୋଇଥିବା ରାସ୍ତାଘାଟରେ ମଧ୍ୟ ଖୁବ୍‌ ଉନ୍ନତି ଘଟିଛି।

ଗୁରୁପ୍ରିୟା ଅଞ୍ଚଳକୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରାଗଲେ ସ୍ଥାନୀୟ ଲୋକେ ବହୁଳ ମାତ୍ରାରେ ଉପକୃତ ହୋଇପାରନ୍ତେ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos