ଟିନ୍‌ ଏଜ୍‌ରେ ଟନ୍‌ ଓଜନର କାମ କରି ଦେଖାଇଲେ ଯୁବକ: ପୋଖରୀ ଖୋଳିବାକୁ ଲାଗିଗଲା ୨୭ ବର୍ଷ

ରାୟପୁର: ସହର ମୁହା ଆଜିର ଯୁବପିଢ଼ୀ। କେହି ଗାଁରେ ରହିବାକୁ ପସନ୍ଦ କରୁ ନାହଁନ୍ତି। ଫଳରେ ଗାଁର ବିକାଶ ହୋଇପାରୁ ନାହିଁ। ଆମ ଦେଶରେ ଏମିତି ବି କିଛି ଗାଁ ଅଛି ମୌଳିକ ସୁବିଧାରୁ ବଞ୍ଚିତ। ହେଲେ ଛତିଶଗଡ଼ କୋରିୟା ଜିଲ୍ଲାର ଜଣେ ବ୍ୟକ୍ତି  ନିଜ ଗାଁରେ ପାଣି ସମସ୍ୟା ଦୂର କରିବା ପାଇଁ  ଦୀର୍ଘ ୨୭ ବର୍ଷ ହେବ ମାଟି ଖୋଳି ପୋଖରୀ କରିଛନ୍ତି। ଯାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ସଜା ପାହାଡ଼ ଗାଁରେ […]

Rakesh Mallick
  • Published: Thursday, 07 September 2017
  • Updated: 07 September 2017, 10:26 AM IST

Sports

Latest News

ରାୟପୁର: ସହର ମୁହା ଆଜିର ଯୁବପିଢ଼ୀ। କେହି ଗାଁରେ ରହିବାକୁ ପସନ୍ଦ କରୁ ନାହଁନ୍ତି। ଫଳରେ ଗାଁର ବିକାଶ ହୋଇପାରୁ ନାହିଁ। ଆମ ଦେଶରେ ଏମିତି ବି କିଛି ଗାଁ ଅଛି ମୌଳିକ ସୁବିଧାରୁ ବଞ୍ଚିତ। ହେଲେ ଛତିଶଗଡ଼ କୋରିୟା ଜିଲ୍ଲାର ଜଣେ ବ୍ୟକ୍ତି  ନିଜ ଗାଁରେ ପାଣି ସମସ୍ୟା ଦୂର କରିବା ପାଇଁ  ଦୀର୍ଘ ୨୭ ବର୍ଷ ହେବ ମାଟି ଖୋଳି ପୋଖରୀ କରିଛନ୍ତି। ଯାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି।

farmerସଜା ପାହାଡ଼ ଗାଁରେ ଟୋପାଏ ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିଲେ। ଏମିତିକି ଗୃହ ପାଳିତ ପଶୁଙ୍କ ମଧ୍ୟ ତୃଷ୍ଣା ମେଣ୍ଟୁ ନଥିଲା। ଏପରିକି ସରକାରଙ୍କ ଦୃଷ୍ଟି ମଧ୍ୟ ଏହି ଗାଁ ଆଡକୁ ପଡୁନଥିଲା।  ଏହା ଦେଖି ୧୫ ବର୍ଷର ବାଳକ ସୟାମ ଲାଲ୍ ଗାଁରେ ଗୋଟିଏ ପୋଖରୀ ଖୋଳିବା ପାଇଁ ନିଷ୍ପତ୍ତି ନେଇଥିଲେ।  ସେ ଗାଁରେ ଏକ ଜାଗା ଚିହ୍ନଟ କରି  ସେଠି ଖୋଲିବା ଆରମ୍ଭ କରିଥିଲେ। ତାଙ୍କର ଏହି କାମ ଦେଖି ଗାଁଲୋକେ ତାଙ୍କୁ ଥଟ୍ଟା ପରିହାସ କରିବା ସହ ମଜାକ୍ ମଧ୍ୟ ଉଡାଉଲେ। କିନ୍ତୁ ସେ କାହାରି କଥା ନ ଶୁଣି ନିଜ କାମ ଉପରେ ଗୁରୁତ୍ୱ ଦେବାରେ ଲାଗିଲେ। ଏହି ପୋଖରୀ ଖୋଳିବା ବେଳକୁ ସେ ବାଳକ ଥିଲେ। ତାଙ୍କୁ ଏବେ ୪୨ ବର୍ଷ ହୋଇଛି। ଗାଁ ଲୋକଙ୍କ କହିବା ଅନୁସାରେ ତାଙ୍କୁ ଏହି ପଖୋରୀ ଖୋଳିବାକୁ ୨୭ ବର୍ଷ ସମୟ ଲାଗିଥିଲା।

ସୟାମ ଲାଲ୍ କହିଛନ୍ତି,“ପୋଖରୀ ଖୋଳିବା ପାଇଁ ମୋତେ ପ୍ରଶାସନ କିମ୍ୱା ଗାଁଲୋକେ କେହି ସାହାଯ୍ୟ କରି ନାହାଁନ୍ତି। ଗାଁ ଲୋକ ଓ ପଶୁମାନଙ୍କ ହିତ ପାଇଁ ଏହି କାମ କରିବାକୁ ନିଷ୍ପତ୍ତି ନେଇଥିଲି।”

ଏବେ ସେ ଗାଁ ଲୋକଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ଏହି ପୋଖରୀର ପାଣିକୁ ଗାଁର ସମସ୍ତ ବ୍ୟକ୍ତି ବ୍ୟବହାର କରୁଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ମହେନ୍ଦ୍ରାମଗଡ ବିଧାୟକ ଗାଁକୁ ଯାଇ ତାଙ୍କୁ ଦଶ ହଜାର ଟଙ୍କା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos