ବିବାହ କଲେ ପ୍ରତିମାସରେ ମିଳିବ ଦରମା। ବିବାହ ଅପେକ୍ଷାରେ ଥିବା ପୁଅଙ୍କ ପାଇଁ ଏମିତି ଅଫର୍ ଘୋଷଣା କରିଛନ୍ତି ସରକାର। ଏମିତି ଏକ ଖବର ଆସିଛି ଆଇସଲ୍ୟାଣ୍ଡରୁ। ଆଇସଲ୍ୟାଣ୍ଡର ଝିଅଙ୍କୁ ଅନ୍ୟ ଦେଶର ପୁଅ ବିବାହ କଲେ ସରକାର ତାଙ୍କୁ ପ୍ରତିମାସରେ ୫ହଜାର ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ୩ଲକ୍ଷ ୩୩ ହଜାର ଟଙ୍କା ଦିଅନ୍ତି। ଆଇସଲ୍ୟାଣ୍ଡରେ ପୁଅଙ୍କ ସଂଖ୍ୟା କମ୍ ଥିବାରୁ ସରକାର ଏଭଳି ଅଭିନବ ଅଫର୍ ଘୋଷଣା କରିଥିବା ବିଭିନ୍ନ ୱେବସାଇଟ୍ରେ ପ୍ରକାଶ ପାଇଛି। ଆଇସଲ୍ୟାଣ୍ଡର ଝିଅଙ୍କୁ ଅନ୍ୟ ଦେଶର ପୁଅମାନେ ନିଜ ଦେଶ ବିବାହ କରି ନେଇଯାଇଥାନ୍ତି। ସେଠାରେ ସେମାନେ ସୁଖରେ ଘର ସଂସାର କରିଥାନ୍ତି।
ଖବର ଅନୁଯାୟାର ନର୍ଥ ଆଫ୍ରିକାର ପୁଅ ଏହି ଅଫରର ଅଧିକ ଲାଭ ଉଠାଇଥାନ୍ତି। ଆଇସଲ୍ୟାଣ୍ଡରେ ସରକାରଙ୍କ ଏହି ଅଫର ଭାଇରାଲ ହେବା ପରେ ସେଠାକାର ଝିଅଙ୍କୁ ବିବାହ କରିବାକୁ ଅନ୍ୟ ଦେଶର ପୁଅମାନେ ବିଭିନ୍ନ ସୋସିଆଲ୍ ସାଇଟ୍ ଜରିଆରେ ବନ୍ଧୁତା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।
ତେବେ ଏହା ଏକ ଗୁଜବ ବୋଲି ଆଇସ୍ଲ୍ୟାଣ୍ଡ ସରକାର କହିଛନ୍ତି। ଶେଷ ଜନସଂଖ୍ୟା ସର୍ଭେ ଅନୁଯାୟୀ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ବଢିଛି ବୋଲି ସରକାର ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।
Special
ଝାଉଁ କାଠର ଘୋର ଅଭାବ; ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା?
ଜଣକା ୨ କ୍ୱିଣ୍ଟାଲ୍ କାଠର ଆବଶ୍ୟକତା ଥିବାରୁ ବର୍ଷକୁ ଏ ବାବଦରେ ପ୍ରାୟ ୭୨ ହଜାର କ୍ୱିଣ୍ଟାଲ କାଠ ଦରକାର। ଏପରିସ୍ଥଳେ ବନ ବିଭାଗ ପକ୍ଷରୁ ଅସ୍ତରଙ୍ଗ ଜଙ୍ଗଲରୁ ପୁରୀ ସ୍ୱର୍ଗଦ୍ୱାରକୁ ଯୋଗାଇ ଦିଆଯାଉଥିବା ଝାଉଁ କାଠର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି।
Special
ଆତ୍ମସମର୍ପଣର ୧୬ ବର୍ଷ ପରେ ସୂର୍ୟାମଙ୍କ ଘରେ ପହଞ୍ଚିଲା ଆନ୍ଧ୍ର ପୁଲିସ
ସୂର୍ଯ୍ୟମ୍ ମାଓ ସଙ୍ଗଠନରେ ଥିବା ବେଳେ ପ୍ରେମରେ ପଡ଼ିଥିଲେ। ସେହି ସଂଗଠନରେ କାର୍ଯ୍ୟ କରୁଥିବା ପବିତ୍ରା ନାୟକଙ୍କୁ ସେ ପ୍ରେମ କରୁଥିଲେ। ପରବର୍ତ୍ତୀ ସେ ପବିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ବେଶୀ ଦିନ ସଙ୍ଗଠନରେ ରହି ପାରିନଥିଲେ।
Special
ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା
ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ କାଟୁଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭର୍ସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବାକୁ ପଢୁଛନ୍ତି ପାଠ।
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।