ଇତିହାସ ପାଲଟିବ ଦୂରଦର୍ଶନର ଲୋଗୋ: କିଏ ସେହି କଳାର କଳାକାର

ନୂଆଦିଲ୍ଲୀ: ଯଦି ଆପଣ ୭୦ ଦଶକ ଦେଇ ଗତି କରିଥିବେ ତେବେ ନିଶ୍ଚୟ ଅନୁଭବ କରିଥିବେ। ସେଦିନ ଟିଭିର ଟିକେ ଛବି ଦେଖିବାକୁ କେତେ ସଂଘର୍ଷ କରିବାକୁ ପଡ଼ୁଥିଲା। ଦୂରଦର୍ଶନର ସେହି ଝଲକ ଟିକକ ପାଇଁ ପୂରା ପରିବାରକୁ କେତେ ନାକେଦମ ହେବାକୁ ପଡ଼ୁଥିଲା। ଥରେ ମନେ ପକାନ୍ତୁ ଦିନେ ରବିବାରର ଦୃଶ୍ୟ।  ଆପଣଙ୍କ ବାପା ଏଣ୍ଟିନା ବୁଲାଉ ଥିବେ। ସେପଟେ ପାଟି କରି ପଚାରୁଥିବେ ଆସିଲାକି? ଆସିଲାକି? ଏ ସମୟରେ ଆପଣ ଟିଭି ସାମ୍ନାରୁ ଥାଇ […]

pppp

pppp

Rakesh Mallick
  • Published: Sunday, 06 August 2017
  • Updated: 07 August 2017, 05:49 PM IST

Sports

Latest News

ନୂଆଦିଲ୍ଲୀ: ଯଦି ଆପଣ ୭୦ ଦଶକ ଦେଇ ଗତି କରିଥିବେ ତେବେ ନିଶ୍ଚୟ ଅନୁଭବ କରିଥିବେ। ସେଦିନ ଟିଭିର ଟିକେ ଛବି ଦେଖିବାକୁ କେତେ ସଂଘର୍ଷ କରିବାକୁ ପଡ଼ୁଥିଲା। ଦୂରଦର୍ଶନର ସେହି ଝଲକ ଟିକକ ପାଇଁ ପୂରା ପରିବାରକୁ କେତେ ନାକେଦମ ହେବାକୁ ପଡ଼ୁଥିଲା। ଥରେ ମନେ ପକାନ୍ତୁ ଦିନେ ରବିବାରର ଦୃଶ୍ୟ।  ଆପଣଙ୍କ ବାପା ଏଣ୍ଟିନା ବୁଲାଉ ଥିବେ। ସେପଟେ ପାଟି କରି ପଚାରୁଥିବେ ଆସିଲାକି? ଆସିଲାକି? ଏ ସମୟରେ ଆପଣ ଟିଭି ସାମ୍ନାରୁ ଥାଇ ମା’ଙ୍କୁ ସହାୟତା କରୁଥିବେ। ଆଉ ମା’ ବାଲକୋନିରୁ କିମ୍ବା ବାହାର ପଟୁଥାଇ ହଁ ହଁ ନାନା ବୋଲି ଜଣାଉଥିବେ। ଆଉ ହଠାତ ଯେତେବେଳେ ସେହି ଝିଲିମିଲି ପରଦା  ଭିତରୁ ଦୂରଦର୍ଶନର ପ୍ରତୀକଟି ଭାସିଆସୁ ଥିଲା ସେତେବେଳେ  ଖୁସି କହିଲେ ନସରେ ।

ଏଠି ପଡ଼ିଛି ସେହି ଦୂରଦର୍ଶନର ପ୍ରତୀକ ତଥା ଲୋଗୋର କଥା।  ଯେଉଁ ପ୍ରତୀକଟି ସାରାଦେଶର ଦର୍ଶକଙ୍କ ହୃଦୟରେ ବସାବାନ୍ଧିଥିଲା । ଏହି ଲୋଗୋ ପଛରେ ରହିଛି ମହତ ଦର୍ଶନ। ଯାହା ଆଉ କିଛି ଦିନ ପରେ ଇତିହାସ ପାଲଟିବ। କାରଣ ଖୁବ୍‌ ଶୀଘ୍ର ଦୂରଦର୍ଶନର ଲୋଗୋ ବଦଳିବାକୁ ଯାଉଛି। ତେବେ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ଧରି ଯେଉଁ ଲୋଗୋ ଲୋକଙ୍କ ସହ ଯୋଡ଼ି ହୋଇ ଥିଲା ତା’ର ବିନ୍ଧାଣି କିଏ ଜାଣିଛନ୍ତି ? ତେବେ ଆସନ୍ତୁ ଭେଟିବା ଦୂରଦର୍ଶନ ପ୍ରତୀକର ପରିକଳ୍ପନା ପଛର ସେହି ନାୟକଙ୍କୁ। ସିଏ ହେଉଛନ୍ତି  ଦେବାଶିଷ ଭଟ୍ଟାଚାର୍ଯ୍ୟ। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଅଫ ଡିଜାଇନ୍(ଏନଆଇଡି)ର ପୁରାତନ ଛାତ୍ର ହେଉଛନ୍ତି ଦେବାଶିଷ। ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଚାନେଲ ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓର ଲୋଗୋର ପରିକଳ୍ପନା ପାଇଁ ଏନଆଇଡି ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଥିଲା।  ଏଥିରେ ୮ ଜଣ ପିଲା ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଦେବାଶିଷ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଅନ୍ୟତମ। ଦେବାଶିଷ ଦୂରଦର୍ଶନ ପ୍ରତୀକର ଆକୃତି ପଛର ମୁଖ୍ୟ ଶିଳ୍ପୀ ଥିଲେ।  ପ୍ରଥମେ ସେ ମଣିଷ ଆଖିର ଛବିକୁ ନିଜ ସ୍କେଚ୍‌ରେ ଆଙ୍କିଥିଲେ। ଏଥିସହ ସେ ଚୀନର ଦର୍ଶନକୁ (yin and yang ) ଅନୁଶରଣ କରିଥିଲେ।  ଏହାର ଅର୍ଥ ହେଉଛି ଏ ସୃଷ୍ଟିର କିଛି ବି ଅନୁପୂରକ ନୁହେଁ। ସବୁ ଏଠି ପରିପୂରକ।

ଅର୍ଥାତ ଦିନ-ରାତି, ପୁରୁଷ-ମହିଳା ଏମିତି ଅନେକ କିଛି ରହସ୍ୟକୁ ନେଇ ସୃଷ୍ଟିର ସମାହାର। ଆଉ ସେଇ ଦର୍ଶନକୁ ଆଧାର କରି ଆଖିର ଦୁଇପଟେ ଯୋଡ଼ି ହୋଥିବା କଳା ଧଳା ଚିତ୍ରକୁ ସେ ଏଥିରେ ରୂପ ଦେଇଥିଲେ। ତେବେ ସେ ସମ୍ପୂର୍ଣ୍ଣ ଚିତ୍ରଟିକୁ ଆଙ୍କିବା ପରେ ଅନ୍ୟମାନଙ୍କର ୧୩ଟି ଭିନ୍ନ ଭିନ୍ନ ପ୍ରକାର ଡିଜାଇନ ମଧ୍ୟ ଆସିଥିଲା। ହେଲେ  ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧିଙ୍କୁ ଦେବାଶିଷଙ୍କ କଳା ବେଶ ଛୁଇଁ ଥିଲା। ଆଉ ସେହି ଛବିକୁ ଦୂରଦର୍ଶନର ପ୍ରତୀକ ପାଇଁ ଚୟନ କରାଯାଥିଲା।  ଏହା ପରେ ଏହାକୁ ଟିଭିରେ ପ୍ଲେ କରାଯାଥିଲା। ୧୯୫୯ରେ ଦୂରଦର୍ଶନର ପ୍ରସାରଣ ଆରମ୍ଭ ହେବାଠାରୁ ଏହି ଲୋଗୋ ରହି ଆସିଛି। ଯାହାକୁ ଏବେ ପରିବର୍ତ୍ତନ ପାଇଁ ବିଚାର କରାଯାଉଛି।

ସୌଜନ୍ୟ: ହିନ୍ଦୁସ୍ଥାନ୍ ଟାଇମ୍‌ସ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story