ଚାଟଶାଳୀ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି କାଳନ୍ଦି ସାର୍‌

କୋଣାର୍କ (ସଞ୍ଜୟ ପତି): ଚାଟଶାଳୀ ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ଅନ୍ତର୍ଗତ ନାରୁଅ ଗାଁର କାଳନ୍ଦି ଚରଣ ପ୍ରଧାନ। ତାଙ୍କୁ ପିଲାମାନେ ‘କାଳନ୍ଦି ସାର୍‌’ ଡାକନ୍ତି। ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ କୁନି କୁନି ପିଲାଙ୍କୁ ଚାଟଶାଳୀରେ ପଢ଼ାଉଛନ୍ତି ଓ ସ୍ଥାନୀୟ ଅଞ୍ଚଳରେ ନିଜର ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସକାଳ ହେଲେ ଗ୍ରାମଦେବୀ ମା’ କନ୍ଦଳେଇ ମନ୍ଦିର ବାରଣ୍ଡାରେ ଖୋଲେ କାଳନ୍ଦି ସାର୍‌ଙ୍କ ଚାଟଶାଳୀ। ଆଉ ଛୁଟି […]

konark

konark

Jyoshna Pradhan
  • Published: Monday, 10 February 2020
  • Updated: 10 February 2020, 01:06 PM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ଚାଟଶାଳୀ ପରମ୍ପରାକୁ ଆଜି ବି ବଞ୍ଚାଇ ରଖିଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ଅନ୍ତର୍ଗତ ନାରୁଅ ଗାଁର କାଳନ୍ଦି ଚରଣ ପ୍ରଧାନ। ତାଙ୍କୁ ପିଲାମାନେ ‘କାଳନ୍ଦି ସାର୍‌’ ଡାକନ୍ତି। ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ କୁନି କୁନି ପିଲାଙ୍କୁ ଚାଟଶାଳୀରେ ପଢ଼ାଉଛନ୍ତି ଓ ସ୍ଥାନୀୟ ଅଞ୍ଚଳରେ ନିଜର ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ସକାଳ ହେଲେ ଗ୍ରାମଦେବୀ ମା’ କନ୍ଦଳେଇ ମନ୍ଦିର ବାରଣ୍ଡାରେ ଖୋଲେ କାଳନ୍ଦି ସାର୍‌ଙ୍କ ଚାଟଶାଳୀ। ଆଉ ଛୁଟି ଆସନ୍ତି ଗାଁର ପୁଅଝିଅ। ଖାଲି ସେହି ଗାଁ ନୁହେଁ, ପାଖ ଗାଁର ପିଲାମାନେ ମଧ୍ୟ କାଳନ୍ଦି ସାରଙ୍କ ପାଖରେ ପାଠ ପଢ଼ିବା ପାଇଁ ଆସନ୍ତି। ସେ ସନ୍ଧ୍ୟାରେ ବି ପଢ଼ାନ୍ତି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏଠାକୁ ପାଖାପାଖି ୪୦ରୁ ୫୦ ଜଣ ଛାତ୍ରଛାତ୍ରୀ ପଢ଼ିବାକୁ ଆସନ୍ତି। ସେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାନ୍ତି। ଗୀତ, ଢଗ ଢମାଳି ଓ ପଣିକିଆଠାରୁ ଆରମ୍ଭ କରି ସାହିତ୍ୟ, ଗଣିତ, ବିଜ୍ଞାନ ଓ ଇଂରାଜୀ ଭଳି ପ୍ରତ୍ୟେକ ବିଷୟକୁ ସେ ଖୁବ୍ ଭଲ ଭାବେ ପିଲାଙ୍କୁ ପଢ଼ାନ୍ତି।

ସବୁଠୁ ବଡ଼ କଥା ହେଉଛି, ପାଠ ପଢ଼େଇବା ପାଇଁ କାଳନ୍ଦି ସାର୍‌ କାହାକୁ ଟଙ୍କା ମାଗନ୍ତି ନାହିଁ। ସେ କିଛି ଅର୍ଥ ଦାବି କରନ୍ତି ନାହିଁ। ଗରିବଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ଯିଏ ଯାହା ଦେଲା ଖୁସିରେ ଗ୍ରହଣ କରନ୍ତି।

ଛାତ୍ରୀ ଗାୟତ୍ରୀ ବଳବନ୍ତରାୟ କହିଛନ୍ତି, “ଏହି ଚାଟଶାଳୀରେ ପାଠ ପଢ଼ି ବହୁତ ପିଲା ବଡ଼ ବଡ଼ ଚାକିରି କରିଛନ୍ତି। ଆମେ ବୁଝିଲା ଯାଏ ସାର୍‌ ଆମକୁ ପାଠ ପଢ଼ାଇ ଥା’ନ୍ତି। ଏଥିପାଇଁ ସପ୍ତମ ଶ୍ରେଣୀରେ ମୋର ଭଲ ନମ୍ୱର ଥିଲା।”

ସ୍ଥାନୀୟ ଲୋକ ସହଦେବ ସାହୁ କହିଛନ୍ତି, “ଚାଟଶାଳୀ ପାଠ ଆଉ ଦେଖିବାକୁ ମିଳୁନି। ସବୁଠି ସ୍କୁଲ କଲେଜ ଖୋଲିଲା, ହେଲେ ସେଠାରେ ଭଲ ପାଠ ପଢ଼ାଯାଉ ନାହିଁ। କାଳନ୍ଦି ସାର୍‌ ଗାଁରେ ରହି ଚାଟଶାଳୀ କରି ପିଲାମାନଙ୍କୁ ଭଲ ପାଠ ପଢ଼ାଉଛନ୍ତି।”

କାଳନ୍ଦି ସାରଙ୍କ ଏହି ଚାଟଶାଳୀରେ ପାଠପଢ଼ି ୩୦୦ରୁ ଅଧିକ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି। ଏମିତିକି ଅନେକ ପିଲା ଭଲ ଭଲ ଚାକିରିରେ ମଧ୍ୟ କଲେଣି।

୨୦୦୩ ମସିହାରେ କାଳନ୍ଦି ସାର୍‌ ଅସୁସ୍ଥ ହୋଇପଡ଼ିଥିଲେ। ଏକ ଭୁଲ୍‌ ଔଷଧ ଖାଇଦେବା ପରେ ହଠାତ୍‌ ତାଙ୍କ ଅଣ୍ଟାଠାରୁ ପାଦ ଯାଏ ଅଚଳ ହୋଇଯାଇଥିଲା। ତେବେ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଆଉ ଅଧିକ ଚିକିତ୍ସା କରି ପାରି ନଥିଲେ। ସେହିଭଳି ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଶାରୀରିକ ଅକ୍ଷମତା ଯୋଗୁ ଆଉ ସେ କଲେଜ ମାଟି ମାଡ଼ିପାରି ନଥିଲେ। ଏଥିରେ ଭାଙ୍ଗି ନଯାଇ ସେ ୨୦୦୪ ମସିହାରେ ଗାଁ ଠାକୁରାଣୀ ମନ୍ଦିର ସମ୍ମୁଖରେ ଏହି ଚାଟଶାଳୀ ଆରମ୍ଭ କରିଥିଲେ। ୧୫ ବର୍ଷ ହେଲା ସେ ନିରବଚ୍ଛିନ୍ନ ଭାବେ ଆଖପାଖ ଗାଁ ଗହଳିର ଗରିବ, ଚାଷୀ, ଅନୁସୂଚିତ ଜାତି ଓ ଜନଜାତି ପରିବାରର ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ପିଲାମାନଙ୍କୁ ପାଠ ପଢ଼ାଇ ଆତ୍ମସନ୍ତୋଷ ଲାଭ କରିବା ସହ ଗାଁ ମାଟିରେ ଚାଟଶାଳୀ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। 

ଏ ସଂପର୍କରେ କାଳନ୍ଦି ସାର୍ କହିଛନ୍ତି, “ଆଜିକାଲି ଚାଟଶାଳୀ ପାଠ ଆଉ କେହି ପଢ଼ାଉ ନାହାନ୍ତି। ଏହା ଭାବି ମୁଁ ଗାଁର ୩ରୁ ୪ ଜଣ ପିଲାଙ୍କୁ ନେଇ ଚାଟଶାଳୀ ପାଠ ପଢ଼ାଇବା ଆରମ୍ଭ କଲି। ଏମିତିକି ଗୋଟିଏ ବର୍ଷ ମୁଁ ୬୪ ପିଲାଙ୍କୁ ପାଠ ପଢ଼ାଇଛି। ଯେତେବେଳେ ସମୟ ପାଏ ପିଲାଙ୍କୁ ପାଠ ପଢ଼ାଏ। ଏଥିପାଇଁ ମୁଁ ପାରିଶ୍ରମିକ ମାଗେ ନାହିଁ। ଯିଏ ଯାହା ଖୁସିରେ ଦେଲେ। ଯୋଉପିଲା ଯେତେବେଳେ ଆସିଲା ତାକୁ ମୁଁ ପାଠ ପଢ଼ାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story