ନୂଆଦିଲ୍ଲୀ: ସାଧାରଣତଃ ଆମେ ଶୋଇବା ସମୟରେ ତକିଆର ବ୍ୟବହାର କରିଥାଉ। ଆଉ ଏହି ତକିଆ ତୁଳା କିମ୍ୱା କପଡ଼ାରେ ତିଆରି ହୋଇଥାଏ। ତକିଆ ବ୍ୟବହାର କଲେ ରାତିରେ ଭଲ ନିଦ ହୋଇଥାଏ। ହେଲେ ବହୁ ଲୋକ ଅଛନ୍ତି ଯେଉଁମାନଙ୍କୁ ବିଭିନ୍ନ କାରଣରୁ ନିଦ ହୋଇ ନ ଥାଏ। ଏପରି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆସିଛି ଏକ ନୂଆ ତକିଆ। ଯାହାକୁ ମୁଣ୍ଡ ତଳେ ରଖିଲେ ଯେତେ ଚିନ୍ତା ଥିଲେ ବି ନିଦ ଆସିଯିବ। ଏପରି ଏକ ତକିଆ ପ୍ରସ୍ତୁତ କରିଛନ୍ତି ନେଦରଲ୍ୟାଣ୍ଡର ଫେଜିଓ ଥେରାପିଷ୍ଟ୍ ଥିଜସ୍ ବ୍ଲୋଡର ହିଲସ୍ଟ। ୧୫ ବର୍ଷର କଠିନ ପରିଶ୍ରମ ଓ ଗବେଷଣା ପରେ ନିଲମ୍, ହୀରା ଓ ସୁନାରେ ଥିଜସ୍ ତିଆରି କରିଛନ୍ତି ଏହି ଅସାଧାରଣ ନିଦ୍ରା ଦୂର କରୁଥିବା ତକିଆ।
ଏହାର ମୂଲ୍ୟ ୫୭,୦୦୦ ଡଲାର (ପ୍ରାୟ ୩୬ ଲକ୍ଷ ଟଙ୍କା) ରହିଛି।
ଯେଉଁ ରୋଗୀ ନିଦ ଜନିତ ସମସ୍ୟାରୁ ଆରାମ ପାଇବାକୁ ଚାହୁଛନ୍ତି ସେମାନେ ଏହି ତକିଆ ବ୍ୟବହାର କରିପାରିବ।। ମଲବୋରୀ ସିଲକ୍, କଟନ୍ ଓ ୨୪ କ୍ୟାରେଟ୍ ସୁନା ଫେବ୍ରିକ୍ରେ ଏହି ତକିଆ ତିଆରି କରାଯାଛି। ଏହାର ଜିପ୍ରେ ୪ଟି ହୀରା ଓ ଗୋଟିଏ ନୀଳମ ଲଗାଯାଇଛି।
ସୌଜନ୍ୟ-ଅମର ଉଜାଲା
ଫଟୋ-ଅମର ଉଜାଲା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।