ନାହିଁ ନାହିଁର ଗାଁ ନୂଆପଡ଼ାର ଅନୁପଗଡ଼, ଆଜି ବି ଅପହଞ୍ଚ ସରକାରୀ ଯୋଜନା

ନୂଆପଡ଼ା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ମାଓ ପ୍ରବଣ ଅଞ୍ଚଳ ଲାଗି ବିଶେଷ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏପରି କିଛି ଗାଁ ଅଛି ଯେଉଁଠିକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ। ଏପରି ଏକ ଗାଁ ହେଉଛି ନୂଆପଡ଼ା ଜିଲ୍ଲା ଟିକ୍ରାପଡ଼ା ପଞ୍ଚାୟତ ଅନୁପଗଡ଼ ଗାଁ । ଗାଁକୁ ରାସ୍ତାଟିଏ […]

nuapada

nuapada

Rakesh Mallick
  • Published: Wednesday, 28 October 2015
  • Updated: 28 October 2015, 05:12 PM IST

Sports

Latest News

ନୂଆପଡ଼ା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ମାଓ ପ୍ରବଣ ଅଞ୍ଚଳ ଲାଗି ବିଶେଷ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏପରି କିଛି ଗାଁ ଅଛି ଯେଉଁଠିକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ। ଏପରି ଏକ ଗାଁ ହେଉଛି ନୂଆପଡ଼ା ଜିଲ୍ଲା ଟିକ୍ରାପଡ଼ା ପଞ୍ଚାୟତ ଅନୁପଗଡ଼ ଗାଁ । ଗାଁକୁ ରାସ୍ତାଟିଏ ନାହିଁ। ପାନୀୟ ଜଳ ଏକ ମୁଖ୍ୟ ସମସ୍ୟା ପାଲଟିଛି। ସ୍ୱାସ୍ଥ୍ୟ ଓ ଶିକ୍ଷା କଥା ନ କହିବା ଭଲ। ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି।nuapada

ନୂଆପଡ଼ାଠାରୁ ୪୫ କି.ମି. ଓ ଟିକ୍ରାପଡ଼ାଠାରୁ ୭ କି.ମି. ଦୂର ଏକ ପାହାଡ଼ ଉପରେ ରହିଛି ଅନୁପଗଡ଼ ଗାଁ। ଗମନାଗମନ ଓ ପାନୀୟଜଳ ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ପାଲଟିଛି। ଗାଁକୁ ରାସ୍ତାଟିଏ ନାହିଁ। ଖାଲଖମାପୂର୍ଣ୍ଣ କଚ୍ଚା ରାସ୍ତାରେ ଗ୍ରାମବାସୀ ଯାତାୟତ କରିଥାନ୍ତି। ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ଗାଁକୁ ଗାଡିମୋଟର ଯାଇପାରୁନାହିଁ। ଆଜିଯାଏ ପାନୀୟଜଳ ବ୍ୟବସ୍ଥା ହୋଇପାରିନାହିଁ। ଗାଁରେ ରହିଛି ଗୋଟିଏ ନଳକୂପ। ହେଲେ ଏଥିରୁ ଆବଶ୍ୟକ ପରିମାଣର ପାଣି ବାହାରୁନାହିଁ । ଫଳରେ ଗ୍ରାମବାସୀ ଏକ ଝରଣା ପାଣି ବ୍ୟବହାର କରୁଛନ୍ତି। ଗାଁରେ କୂଅ କି ପୋଖରୀ କିଛି ନାହିଁ। ଫଳରେ ଝରଣା ପାଣିକୁ ପାନୀୟଜଳ ସହ ଗାଧୁଆପାଧୁଆଠାରୁ ଆରମ୍ଭ କରି ସବୁ କାମରେ ଗ୍ରାମବାସୀ ବ୍ୟବହାର କରିଥାନ୍ତି। ଗୃହପାଳିତ ପ୍ରାଣୀ ମଧ୍ୟ ଏହି ଝରଣା ଉପରେ ନିର୍ଭର କରିଥାନ୍ତି। ଏହି ଜଳକୁ ବ୍ୟବହାର କରି ଗ୍ରାମବାସୀ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗାଁକୁ ସ୍ଥାୟୀ ରାସ୍ତା ଓ ପାନୀୟଜଳ ବ୍ୟବସ୍ଥା କରିବା ନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ହେଉ ନ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

କେବଳ ରାସ୍ତା କି ପାନୀୟଜଳ ସମସ୍ୟା ନୁହଁ, ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ନ କହିବା ଭଲ। ଗ୍ରାମରେ ଏକ ସ୍କୁଲ ରହିଛି । ଏଠାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୨୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ହେଲେ ୫ମ ପାସ କଲା ପରେ ପିଲାମାନଙ୍କୁ ୭ କି.ମି. ଦୂର ଟିକ୍ରାପଡାକୁ ଯିବାକୁ ପଡୁଛି । ଛୋଟ ଛୋଟ ପିଲାଙ୍କ ପକ୍ଷେ ଏତେଦୂର ଯାଇ ପାଠ ପଢିବା କାଠିକର ପାଠ ହୋଇଯାଉଛି । ଏପରିସ୍ଥିତିରେ ପ୍ରତିଦିନ ସ୍କୁଲ ଯିବା ପିଲାମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ । ବର୍ଷାଦିନେ ପିଲାମାନେ ପ୍ରାୟତଃ ସ୍କୁଲ ଯାଇ ନ ଥାନ୍ତି । ସ୍ୱାସ୍ଥ୍ୟସେବା ଆଜି ବି ଅପହଞ୍ଚ ହୋଇ ରହିଛି ଗ୍ରାମବାସୀଙ୍କ ପାଇଁ । କାହାର ଦେହ ଖରାପ ହେଲେ ଭାରରେ ବୋହି ଗାଁଠାରୁ ନେବାକୁ ପଡିଥାଏ । ଆଖପାଖରେ ସ୍ୱାସ୍ଥ୍ୟକେନ୍ଦ୍ର ନ ଥିବାରୁ ୭ କି.ମି. ଦୂର କୋମନା ଓ ୪୫ କି.ମି. ଦୂର ନୂଆପଡା ନେବାକୁ ପଡିଥାଏ । ରାସ୍ତା ନ ଥିବାରୁ ଗାଁକୁ ୧୦୮ ଆମ୍ବୁଲାନ୍ସ ଆସିପାରି ନ ଥାଏ । ଫଳରେ ଗୁରୁତର ରୋଗୀଙ୍କୁ ଝୁଡିରେ ବୋହି ପାହାଡ ତଳକୁ ଆଣିବା ପରେ ଡାକ୍ତରଖାନା ନିଆଯାଇଥାଏ ।nuapada1

ଗାଁର ପ୍ରାୟ ସବୁ ଲୋକ ଗରିବ ଶ୍ରମିକ ଶ୍ରେଣୀର । ହେଲେ ଭତ୍ତା, ଇନ୍ଦିରା ଆବାସ ପରି ସରକାରୀ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି। ଗାଁରେ ୨୫ରୁ ଅଧିକ ବୃଦ୍ଧାବୃଦ୍ଧ ଅଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ସେମାନଙ୍କ ପାଇଁ ସାତସପନ ପାଲଟିଛି । ୮ଜଣ ଲୋକ ଇନ୍ଦିରା ଆବାସ ପାଇବାକୁ ଯୋଗ୍ୟ ହୋଇଥିଲେ ବି ପାଇ ନାହାନ୍ତି । ବ୍ଲକଠାରୁ ଜିଲ୍ଲା ପ୍ରଶାସନଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେ ବି କିଛି ଲାଭ ହେଉ ନ ଥିବା ଅଭିଯୋଗ କରିଛନ୍ତି ।

ଏ ନେଇ ଗାଁର ୱାର୍ଡମେମ୍ବର ଲଚିନ୍ଦ୍ର ମାଝି କହିଛନ୍ତି, ଗାଁକୁ ଭଲ ରାସ୍ତାଟିଏ ନାହିଁ । ପିଲାମାନଙ୍କୁ ପାଠ ପଢିବାକୁ ୭କି.ମି. ଦୂରକୁ ଯିବାକୁ ପଡୁଛି । କୌଣସି ପ୍ରଶାସନିକ ଅଧିକାରୀ ଗ୍ରାମକୁ ଆସୁ ନ ଥିବା ସେ ଅଭିଯୋଗ କରିଛନ୍ତି । ଗ୍ରାମର ରୂପଧର ମାଝି ଏବଂ ଲୋଚନ ମାଝି କହିଛନ୍ତି, ପ୍ରଶାସନ ଆମ କଥା ଶୁଣୁ ନାହାନ୍ତି । କାମଧନ୍ଦା ମିଳୁନାହିଁ। ଏଥର ମରୁଡି ହୋଇ ଫସଲ ଉଜୁଡି ଯାଇଛି । ଏପରି ସ୍ଥିତିରେ ବାହାରକୁ ଦାଦାନ ଖଟିବାକୁ ଯିବାକୁ ବାଧ୍ୟ ହେଉଛୁ ବୋଲି ଉଭୟେ ଜଣାଇଛନ୍ତି । ମଥୁରା ମାଝି କହିଛନ୍ତି ଗୋଟିଏ ନଳକୂପ ଅଛି । ହେଲେ ଏଥିରୁ ପାଣି ବାହାରୁ ନ ଥିବାରୁ ଝରଣା ପାଣି ପିଇ ରୋଗରେ ପଡୁଛୁ । କେବେ ବି ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଦ ଗାଁରେ ପଡୁ ନ ଥିବା ସେ କହିଯୋଗ କରିଛନ୍ତି । ଏ ସମ୍ପର୍କରେ ପିଡି ଡିଆରଡିଏ ପ୍ରଦୀପ କୁମାର ନାଏକଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ଗାଁଟି ପାହାଡ ଉପରେ ରହିଛି । ପାନୀୟଜଳ ସମସ୍ୟା ଲାଗି ରହିଛି । ଗାଁରେ ଶୀଘ୍ର ଏକ ଶିବିର କରାଯାଇ ଲୋକଙ୍କ ସମସ୍ୟାର ସମାଧାନ କରାଯିବ। ରୁରାଲ୍ ହାଉସିଂ ଜରିଆରେ ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story