ନୂଆଦିଲ୍ଲୀ: ଗାଡ଼ି ଚଲାଇବା ସମୟରେ ଶୋଇପଡୁଛନ୍ତି କି ତେବେ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ନିଦ ଭାଙ୍ଗିବ ଆପ୍। ହଙ୍କ୍ କଙ୍ଗ୍ ବୈପଟିଷ୍ଟ୍ ବିଶ୍ୱବିଦ୍ୟାଳୟ ଗବେଷକମାନେ ଏପରି ଏକ ସ୍ମାର୍ଟଫୋନ୍ ଆପ୍ ତିଆରି କରିଛନ୍ତି। ଯଦି ଜଣେ ଡ୍ରାଇଭର୍ ଗାଡି ଚଲାଇବା ସମୟରେ ଶୋଇପଡ଼େ ତେବେ ଏହି ଆପ୍ ତାଙ୍କୁ ସତର୍କ କରାଇଦେବ। ଏହି ଆପ୍ ଦ୍ୱାରା ସଡ଼କ ଦୁର୍ଘଟଣା ବହୁମାତ୍ରାରେ ହ୍ରାସ ଘଟିବ ବୋଲି କୁହାଯାଉଛି। ଏହାସହିତ ଏହି ଆପ୍ ଶୋଇଥିବା ଡ୍ରାଇଭର ଓ କ୍ଲାନ୍ତ ହୋଇ ଗାଡ଼ି ଚଲାଉଥିବା ଲୋକଙ୍କୁ ବେଶ୍ ସାହାଯ୍ୟ କରିବ।
ଏହି ଆପ୍ ରିୟଲ୍ ଟାଇମ୍ ଭିଡିଓ ଜରିଆରେ ଡ୍ରାଇଭରର ମୁହଁର ହାବଭାବ କ୍ୟାପ୍ଚର କରି ତାର ଆଖି ଓ ମୁଣ୍ଡର ସ୍ଥାନର ପରିବର୍ତ୍ତନ ଦେଖି ତୁରନ୍ତ ହିଁ ଗାଡ଼ି ଚାଳକଙ୍କୁ ସୂଚନା ପ୍ରଦାନ କରିବ। ଡ୍ରାଇଭରର ମୁହଁକୁ ଦେଖିଲା ପରି ଗାଡ଼ିର ଷ୍ଟେରିଙ୍ଗ୍ ବିଲ୍ ପାଖରେ ଆପ୍କୁ ରଖିବାକୁ ହେବ।
ଡ୍ରାଇଭର ଶୋଇବା ଦେଖିଲେ ଆପ୍ର ଆଲାର୍ମ ବାଜି ଉଠିବ। ଡ୍ରାଇଭର ଜଣକ ଶୋଇ ଉଠିଲେ କି ନାହିଁ ସୁନିଶ୍ଚିତ କରିବା ପାଇଁ ଗାଡି ଚାଳକକୁ ନିଜେ ଏହି ଆଲର୍ମ ବନ୍ଦ କରିବାକୁ ପଡ଼ିବ। ଏହି ଆପ୍ ସ୍ମାର୍ଟଫୋନ୍ କ୍ୟାମେରା ସାହାଯ୍ୟରେ କାମ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।