ନୂଆଦିଲ୍ଲୀ: ଦିଲ୍ଲୀରୁ ମେରଠ ପର୍ଯ୍ୟନ୍ତ ତିଆରି ଚାଲିଥିବା ୧୪ ଥାକିଆ ରାସ୍ତା ନିର୍ମାଣ କାମ ଆଉ କିଛି ଦିନ ପରେ ସରିଯିବ। ଆଉ ଏହି ରାସ୍ତା ଦେଇ ଦ୍ରୁତ ଗତିରେ ଗଡ଼ିବ ଗାଡ଼ି ମଟର। ତେବେ ଏହି ସମୟରେ ସମସ୍ତେ ଭୁଲି ଯିବେ ଦିନେଶ କୁମାର କିଏ? ଏହି ୧୪ ଥାକିଆ ରାସ୍ତା ନିର୍ମାଣ କ୍ଷେତ୍ରରେ ଦିନେଶଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମୟୂର ବିହାରର ଏନ୍ଏଚ୍-୨୪ କ୍ରସିଂରେ ୪୦ ଡିଗ୍ରୀର ଡହ ଡହ ଖରାରେ ହଳଦିଆ ରଙ୍ଗର ହେଲମେଟ୍ ପିନ୍ଧି କାମ କରୁଛନ୍ତି ସେ। ଦିନେଶ ଜଣେ ସାଧାରଣ ଶ୍ରମିକ ନୁହନ୍ତି।
୬ ବର୍ଷ ତଳେ ନିଜ ଗାଁ ସୁଲତାନପୁରରେ ବିଦ୍ୟୁତ୍ ଆଘାତରେ ସେ ତାଙ୍କର ଗୋଟିଏ ହାତ ହରାଇଛନ୍ତି। ସରକାର ତାଙ୍କୁ ଏକ ସାର୍ଟିଫିକେଟ୍ ଓ ବସ୍ ପାସ୍ ଦେଇ ଚୁପ୍ ବସି ଗଲେ। କିନ୍ତୁ ଏତିକିରେ ଦିନେଶଙ୍କ ପରିବାର ଚଳିବ କେମିତି? ୬ ପିଲାଙ୍କୁ ନେଇ ତାଙ୍କ ସଂସାର। ସେଥିପାଇଁ ସେ କିଛି କାମ କରିବାକୁ ନିଷ୍ପତ୍ତି ନେଇଥିଲେ।
ଦିନେଶ କହିଛନ୍ତି,”ଗୋଟିଏ ହାତ ନ ଥିବାରୁ ପ୍ରଥମେ ରାସ୍ତା କାମ କରିବାରେ କଷ୍ଟ ହେଉଥିଲା। ଆଖିରୁ ଲୁହ ମଧ୍ୟ ଝରି ଆସୁଥିଲା। ହେଲେ କଣ କରିବା ଘରେ ୫ଟି ଝିଅ ଅଛନ୍ତି।”
ରିପୋର୍ଟ ଓ ଫଟୋ-ନବଭାରତ ଟାଇମ୍ସ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।