୧୫ ବର୍ଷ ଗୁହାରି କଲାପରେ ନିଜ ଗାଁ ରାସ୍ତା ତିଆରି କରିବାକୁ ଅଣ୍ଟା ଭିଡ଼ିଲେ ଚକ୍ରଧରପୁରବାସୀ

ଭଦ୍ରକ: ସବୁ କଥା ପାଇଁ ସରକାରଙ୍କ ଉପରେ ଭରସା କରିବା ଆମର ଅଭ୍ୟାସ। କିନ୍ତୁ ଲୋକେ ଏକାଠି ହେଲେ କ’ଣ କରି ପାରନ୍ତି ତା’ର ଏକ ଅନନ୍ୟ ଉଦାହରଣ ପ୍ରସ୍ତୁତ କରିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡାମଣି ପଞ୍ଚାୟତର ଚକ୍ରଧରପୁର ଗ୍ରାମବାସୀ। ଚକ୍ରଧରପୁର ସ୍କୁଲ ଠାରୁ ପୁରୁ ମଲ୍ଲିକ ସାହି ପର୍ଯ୍ୟନ୍ତ ଏକ ପକ୍କା ସଡକ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଗାଁ ସରପଞ୍ଚଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦଉଡି ଦଉଡି ନିରାଶ ହେବା […]

village

village

Rakesh Mallick
  • Published: Tuesday, 05 July 2016
  • Updated: 07 July 2016, 02:51 PM IST

village-2ଭଦ୍ରକ: ସବୁ କଥା ପାଇଁ ସରକାରଙ୍କ ଉପରେ ଭରସା କରିବା ଆମର ଅଭ୍ୟାସ। କିନ୍ତୁ ଲୋକେ ଏକାଠି ହେଲେ କ’ଣ କରି ପାରନ୍ତି ତା’ର ଏକ ଅନନ୍ୟ ଉଦାହରଣ ପ୍ରସ୍ତୁତ କରିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡାମଣି ପଞ୍ଚାୟତର ଚକ୍ରଧରପୁର ଗ୍ରାମବାସୀ। ଚକ୍ରଧରପୁର ସ୍କୁଲ ଠାରୁ ପୁରୁ ମଲ୍ଲିକ ସାହି ପର୍ଯ୍ୟନ୍ତ ଏକ ପକ୍କା ସଡକ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଗାଁ ସରପଞ୍ଚଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦଉଡି ଦଉଡି ନିରାଶ ହେବା ପରେ ଗାଁ ଲୋକେ ଏବେ ନିଜ ଉଦ୍ୟମରେ ଏହି ରାସ୍ତା  ତିଆରି କରିବା ପାଇଁ ଅଣ୍ଟା ଭିଡିଛନ୍ତି।

ଗାଁର ବିକାଶ ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଅନେକ ଯୋଜନା କରିଛନ୍ତି। ହେଲେ ଏହି ଗାଁରେ ସରକାରଙ୍କ ସବୁ ଯୋଜନା ଯେପରି ଫେଲ୍‌ ମାରିଛି। ଏହି ପଞ୍ଚାୟତରେ ୧୨ ହଜାରରୁ ଅଧିକ ଲୋକ ବସବାସ କରୁଥିବା ବେଳେ  ପୁରୁ ମଲ୍ଳିକ ସାହିରେ  ୨୫୦ରୁ ଅଧିକ ଲୋକ ରହନ୍ତି। ବର୍ଷା ଦିନ ଆସି ଯାଇଥିବାରୁ ଅସରାଏ ବର୍ଷା ହେଲେ  ଗାଁ ରାସ୍ତାରେ ସାଇକେଲ କିମ୍ୱା ମଟରସାଇକେଲ ଯିବା ତ ଦୂରର କଥା ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡୁଥିଲା। ରାସ୍ତା ନ ଥିବାରୁ ପିଲାମାନେ ସ୍କୁଲ ଓ କଲେଜ ଯିବାରେ ମଧ୍ୟ ଅସୁବିଧା ହେଉଥିଲା। ରାସ୍ତା ନ ଥିବାରୁ ଗାଁକୁ ୧୦୮ ଆମ୍ୱୁଲାନ୍ସ ମଧ୍ୟ ଯାଇ ପାରୁ ନ ଥିଲା।ଫଳରେ ଗାଁଲୋକେ ନାହିଁ ନ ଥିବା ହଇରାଣର ସମ୍ମୁଖୀନ ହେଉଥିଲେ। ପ୍ରସୂତୀ ମହିଳାଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି ହେଲେ ଏହି ଗାଁର ମହିଳାମାନେ ଏଥିରୁ ବଞ୍ଚିତ। ରାସ୍ତା ଖଣ୍ଡିଏ ନ ଥିବାରୁ ପ୍ରସୂତୀ ମହିଳାଙ୍କୁ ନେବା ପାଇଁ ଥିବା ୧୦୨ ଗାଡି ମଧ୍ୟ ଆସି ପାରୁ ନ ଥିଲା।

ଏହି ଦୁର୍ଦ୍ଦଶାରୁ ମୁକ୍ତି ପାଇବା ପାଇଁ ମୁକ୍ତି ପାଇବା ପାଇଁ ଗାଁଲୋକେ ମିଶି ମୁଣ୍ଡ ପିଛା ୫୦୦ରୁ ୧୦୦୦ ଟଙ୍କା ଚାନ୍ଦା ସଂଗ୍ରହ କରି ରାସ୍ତା ତିଆରି କରିବାକୁ ଅଣ୍ଟା ଭିଡିଛନ୍ତି।

ଗାଁର ବସନ୍ତ କୁମାର ମଲ୍ଲିକ୍‌ କହିଛନ୍ତି, “ ଗାଁରେ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ୧୫ ବର୍ଷ ହେବ ପ୍ରଶାସନକୁ ବାରମ୍ବାର ଜଣାଇଲୁ। ଏହାସହିତ ବାରମ୍ୱାର ସରପଞ୍ଚଙ୍କୁ ମଧ୍ୟ ଜଣାଇବା ସତ୍ତ୍ୱେ ରାସ୍ତା ନିର୍ମାଣ କାମ ନ ହେବାରୁ ଆମେ ଗାଁ ଲୋକେ ମିଶି ଚାନ୍ଦା ଆଦାୟ କରି ରାସ୍ତା ତିଆରି କରିବାକୁ ବାଧ୍ୟ ହେଲୁ। ସରକାରୀ ବାବୁମାନଙ୍କୁ ରାସ୍ତା ତିଆରି କରିବା ପାଇଁ ଗାଁ ଲୋକ ଗୁହାରି କରିଥିଲେ ସୁଦ୍ଧା କେବଳ ନଥିପତ୍ରରେ ରାସ୍ତାକାମ ସୀମିତ ରହିଯାଇଥିଲା।”

ଗାଁର ପ୍ରଭାତ ମଲ୍ଲିକ କହିଛନ୍ତି,“ରାସ୍ତା ନିର୍ମାଣ ହୋଇ ନ ଥିବାରୁ ଆଜିକୁ ୧୫ ବର୍ଷ ହେବ ଆମେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛୁ। ବିଡ଼ିଓ ଓ ତସିଲଦାରଙ୍କୁ ରାସ୍ତା ସମସ୍ୟା ନେଇ ଅବଗତ କରାଇବା ସହ ଜିଲ୍ଳାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲୁ। ଏହାସହିତ ସରପଞ୍ଚଙ୍କୁ ବାରମ୍ୱାର ଜଣାଇଥିଲୁ। ରାସ୍ତା ନିର୍ମାଣ କାମ ହେବ କହି ସମୟ ଗଡ଼ାଇଲେ। ବର୍ଷା ଦିନ ଆସି ଯାଇଥିବାରୁ ଏହି ରାସ୍ତାରେ ଚାଲିକି ଯିବା ଅସମ୍ଭବ। ତେଣୁ ଆମ ଗାଁ ଲୋକ ମିଶି ୫୦୦ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ରାସ୍ତା କାମ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos