ସୋସିଆଲ୍ ମିଡିଆରେ ବୁଲୁଛି ୨ ହଜାର ଟଙ୍କିଆ ନୋଟ୍: ଲେଖା ଅଛି- ‘ନୀତୀଶ କୁମାର ବେୱଫ। ହୈ’

କିଛିଦିନ ପୂର୍ବେ ସୋସିଆଲ ମିଡିଆରେ ‘ସୋନମ ଗୁପ୍ତା ବେୱଫା ହୈ’ ଲେଖା ଥିବା ଟଙ୍କ। ଭାଇରାଲ ହୋଇଥିଲା। ସେତେବେଳେ କିଏ ଏହି ସୋନମ ଗୁପ୍ତା ବୋଲି ଅନେକ ଜାଣିବାକୁ ଗୁଗୁଲ୍‌ର ସାହାଯ୍ୟ ନେଇଥିଲେ। ସେ ତ ପୁରୁଣା କଥା। ଏବେ ସୋସିଆଲ ମିଡିଆରେ ସୋନମଙ୍କ ବଦଳରେ ବେୱଫ। ସାଜିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଓଡ଼ିଆରେ ବେୱଫ।ର ଅର୍ଥ ହେଲା ଧୋକା ବା ପ୍ରତାରଣା। ଗତକାଲି ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫ। ଦେଇ […]

nitish kumar bewafa hai

nitish kumar bewafa hai

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 06:13 PM IST

Sports

Latest News

କିଛିଦିନ ପୂର୍ବେ ସୋସିଆଲ ମିଡିଆରେ ସୋନମ ଗୁପ୍ତା ବେୱଫା ହୈ ଲେଖା ଥିବା ଟଙ୍କ। ଭାଇରାଲ ହୋଇଥିଲା। ସେତେବେଳେ କିଏ ଏହି ସୋନମ ଗୁପ୍ତା ବୋଲି ଅନେକ ଜାଣିବାକୁ ଗୁଗୁଲ୍‌ର ସାହାଯ୍ୟ ନେଇଥିଲେ। ସେ ତ ପୁରୁଣା କଥା। ଏବେ ସୋସିଆଲ ମିଡିଆରେ ସୋନମଙ୍କ ବଦଳରେ ବେୱଫ। ସାଜିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଓଡ଼ିଆରେ ବେୱଫ।ର ଅର୍ଥ ହେଲା ଧୋକା ବା ପ୍ରତାରଣା।

ଗତକାଲି ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫ। ଦେଇ ମହାମେଣ୍ଟକୁ ଜବରଦସ୍ତ ଝଟ୍‌କା ଦେଇଥିଲେ। କିଛିଦିନ ଧରି ବିହାର ରାଜନୀତିରେ ଲାଗି ରହିଥିବା ହାଇଭୋଲଟେଜ୍ ଡ୍ରାମାରେ ପୂର୍ଣ୍ଣଛେଦ ପକାଇଛନ୍ତି ନୀତୀଶ। ମହାମେଣ୍ଟର ହାତ ଛାଡ଼ି ବିଜେପି ବିଧାୟକଙ୍କ ସମର୍ଥନରେ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ। ପୁଣିଥରେ ଏନ୍‌ଡିଏ ପରିବାରକୁ ଫେରି ଆସିଛନ୍ତି ସେ।

ତେବେ ସୋସିଆଲ ମିଡିଆରେ ନୀତୀଶଙ୍କୁ ନେଇ ଆରମ୍ଭ ହୋଇଯାଇଛି ସମାଲୋଚନା। ତା ବି ପୂରା ଭିନ୍ନ ଅନ୍ଦାଜରେ। ‘ନୀତୀଶ କୁମାର ବେୱଫ। ହୈ’ ଲେଖା ଥିବା ଟଙ୍କ। ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି କିଛି ଲୋକ ବିଭିନ୍ନ ସୋସିଆଲ ସାଇଟରେ ନୀତୀଶ ଓ ଲାଲୁଙ୍କୁ ନେଇ ମଜାଦାର କମେଣ୍ଟ ଦେଇଛନ୍ତି। ‘ଜାନେ ଆଲମ୍’ ନାମକ ବ୍ୟକ୍ତି ଟ୍ୱିଟ୍ କରି କହିଛନ୍ତି- ‘କିଛିଦିନ ପୂର୍ବେ କ୍ରେଜିୱାଲ ଠିକ୍ କହିଥିଲେ। କ୍ରେଜିୱାଲଙ୍କ କହିବା ଅନୁଯାୟୀ, ଆପଣ ଭୋଟ କାହାକୁ ବି ଦିଅନ୍ତୁ ନା କାହିଁକି, ଭୋଟ ବିଜେପିଙ୍କୁ ହିଁ ଯିବ। ଯାହା ଦୁଇବର୍ଷ ପରେ ଆଜି ପ୍ରମାଣିତ ହୋଇଗଲା।‘

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos