ଏମିତି ମନ୍ଦିର, ଯେଉଁଠି ମୋଦି,ରାହୁଲ ଏବଂ ନବୀନଙ୍କୁ ପ୍ରବେଶ ବାରଣ: ଜାଣନ୍ତୁ କାହିଁକି

କାନପୁର: ବହୁ ଧର୍ମ, ଅନେକ ପରମ୍ପରା ଏବଂ ସଂସ୍କୃତିର ସମାହାରର ଦେଶ ହେଉଛି ଭାରତ। ବିବିଧତା ମଧ୍ୟରେ ଏକତା ହେଉଛି ଏ ଦେଶର ବୈଶିଷ୍ଠ୍ୟ। ଏଠି ଧର୍ମ ଏବଂ ପୂଜାପାଠକୁ ନେଇ ଅନେକ ମତପାର୍ଥକ୍ୟ ରହିଛି। ତେବେ ଧର୍ମକୁ ନେଇ ଏଠି  ସମସ୍ତଙ୍କ ସାମ୍ବିଧାନିକ ଅଧିକାର ରହିଛି। ସେହି ଅନୁଯାୟୀ କେତେକ ଧର୍ମପୀଠରେ ପ୍ରବେଶ ଏବଂ ଅଣପ୍ରବେଶ ନେଇ ନିର୍ଦ୍ଦିଷ୍ଟ ନିୟମ ଏବଂ କଟକଣା ରହିଛି। ହେଲେ କେଉଁଠି ନିର୍ଦ୍ଦିଷ୍ଟ ଭାବେ ରାଜନେତା, ଓକିଲ ଏବଂ ବ୍ୟୁରୋକ୍ରାଟଙ୍କୁ […]

cm-1

cm-1

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 10:23 PM IST

Sports

Latest News

କାନପୁର: ବହୁ ଧର୍ମ, ଅନେକ ପରମ୍ପରା ଏବଂ ସଂସ୍କୃତିର ସମାହାରର ଦେଶ ହେଉଛି ଭାରତ। ବିବିଧତା ମଧ୍ୟରେ ଏକତା ହେଉଛି ଏ ଦେଶର ବୈଶିଷ୍ଠ୍ୟ। ଏଠି ଧର୍ମ ଏବଂ ପୂଜାପାଠକୁ ନେଇ ଅନେକ ମତପାର୍ଥକ୍ୟ ରହିଛି। ତେବେ ଧର୍ମକୁ ନେଇ ଏଠି  ସମସ୍ତଙ୍କ ସାମ୍ବିଧାନିକ ଅଧିକାର ରହିଛି। ସେହି ଅନୁଯାୟୀ କେତେକ ଧର୍ମପୀଠରେ ପ୍ରବେଶ ଏବଂ ଅଣପ୍ରବେଶ ନେଇ ନିର୍ଦ୍ଦିଷ୍ଟ ନିୟମ ଏବଂ କଟକଣା ରହିଛି। ହେଲେ କେଉଁଠି ନିର୍ଦ୍ଦିଷ୍ଟ ଭାବେ ରାଜନେତା, ଓକିଲ ଏବଂ ବ୍ୟୁରୋକ୍ରାଟଙ୍କୁ ପ୍ରବେଶ ନେଇ କଟକଣା ନାହିଁ। ଏ କ୍ଷେତ୍ରରେ ୟୁପିର କାନପୁରରେ ଏକ ଶନି ମନ୍ଦିରରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି।

ଖାସ କରି ଏଠି ରାଜନୈତିକ ନେତାଙ୍କୁ ପ୍ରବେଶ ନେଇ ବାରଣ କରାଯାଇଛି। ମନ୍ଦିର ଆଗରେ ଫଟୋ ଝୁଲୁଛି। କୌଣସି ଜାତି କିମ୍ବା ଧର୍ମକୁ ଆଧାର କରି  ଏହି କଟକଣା ଜାରି ରାଯାଇନି ବରଂ ଏହା ପଛରେ ରହିଛି ଏକ ଭିନ୍ନ ଉଦ୍ଦେଶ୍ୟ। ଯେଉଁ କାରଣ ଜାଣିଲେ ଆପଣ ଚକିତ ହେବେ। ଦେଶକୁ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ମୁକ୍ତ ନାରା ନେଇ ଏଠି ଏମିତି ଏକ ଅଭିନବ ପଦେକ୍ଷେପ ନିଆଯାଇଛି। ମନ୍ଦିର ଆଗରେ ବିଭିନ୍ନ ବଡ଼ ବଡ଼ ନେତା, ଅଫିସର ଏବଂ ଓକିଲଙ୍କ ଫଟୋ ରହିଛି।

ମନ୍ଦିର ପ୍ରତିଷ୍ଠାତାଙ୍କ ଅଭିଯୋଗ ଫଟୋରେ ଦୃଶ୍ୟମାନ ହେଉଥିବା ବ୍ୟକ୍ତିମାନେ ଦୁର୍ନୀତିରେ ସାମିଲ ଅଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତାମାନଙ୍କ ଫଟୋ ମଧ୍ୟ ଲଗାଯାଇଛି। ଏହି ତାଲିକାରେ କଂଗ୍ରେସର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଶିଲା ଦୀକ୍ଷିତ ଫଟୋ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ମଧ୍ୟ ରହିଛି। ଆଉ ଏହି ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାଦ ପଡ଼ି ନାହାନ୍ତି। ଏସବୁ ନେତାଙ୍କୁ ଏହି ମନ୍ଦିର ବାରଣ କରାଯାଇଛି।

ଏ ସମ୍ପର୍କିତ ଏକ ବୋର୍ଡ଼ ମଧ୍ୟ ମନ୍ଦିର ଆଗରେ ଲଗାଯାଇଛି। ଯେଉଁଠି ସ୍ପଷ୍ଟଭାବେ ‘ପଲଟିସିଆନ ଆର ନଟ୍ ଆଲାଉଡ୍‌’ ବୋଲି ଉଲ୍ଲେଖ ରହିଛି।

ରବିଶର୍ମା ନାମକ ଜଣେ ଆରଟିଆଇ କର୍ମୀ  ଏହି ମନ୍ଦିରକୁ ୨୦୦୯ରେ ନିର୍ମାଣ କରିଛନ୍ତି। ରବିଶର୍ମାଙ୍କ କହିବା ଅନୁଯାୟୀ ଦୁର୍ନୀତି ବିରୋଧରେ ଇଏ ଏକ ଅଭିନବ ଆନ୍ଦୋଳନ । ମନ୍ଦିରର ନୀତିନିୟମ ମଧ୍ୟ ନିଆରା। ଯଦି କୌଣସି ବ୍ୟକ୍ତି ସରକାରୀ ବ୍ୟବସ୍ଥାରେ ନ୍ୟାୟ ନ ପାଇଲା ସେ ଏହି ମନ୍ଦିରକୁ ଆସି ଦୁଃଖ ଜଣାଇପାରିବେ । ଯେକୌଣସି ଅଫିସର କିମ୍ବା ରାଜନେତାଙ୍କ ପାଇଁ ନ୍ୟାୟ ନ ପାଇଥିଲେ  ସେମାନଙ୍କ ନାମ ଏକ ପେପରରେ ଲେଖି ଏଠାରେ ଥିବା ଏକ ବକ୍ସରେ ପକାଇପାରିବେ। ଏଠି ସାଧାରଣ ଲୋକ ଅଧିକ କ୍ଷମତାଶାଳୀ ସେମାନେ କେଉଁ ରାଜନେତାଙ୍କୁ ଭଗବାନ ମାନିବା ଉଚିତ ନୁହଁ ବୋଲି ମନ୍ଦିର ପ୍ରତିଷ୍ଟାତାଙ୍କ ବିଶ୍ୱାସ।

ରବିଙ୍କ କହିବା ଅନୁଯାୟୀ ସବୁଆଡ଼ୁ ନିରାଶ ହେବା ପରେ ଲୋକେ ଭଗବାନଙ୍କ ଶରଣ ପଶନ୍ତି। ଏହି ବିଶ୍ୱାସ ନେଇ ୨୦୦୯ରେ କାନପୁରରେ ସେ ଏହି ଶନି ମନ୍ଦିର ନିର୍ମାଣ କରିଛନ୍ତି। ଏହି ଶନି ଦେବତା ଭକ୍ତଙ୍କୁ ଦୁର୍ନୀତି ସମସ୍ୟାରୁ ମୁକୁଳେଇପାରିବେ ବୋଲି  ତାଙ୍କ ଆଶା ଏବଂ ଭରଷା ଥିବା ରବି କହିଛନ୍ତି।

ଅନ୍ୟ ମନ୍ଦିର ଭଳି ଏଠି ଭକ୍ତଙ୍କୁ ଫୁଲ କିମ୍ବା ମିଠା ଆଣିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ତେବେ ଏହି ମନ୍ଦିରରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ  ଆଦିତ୍ୟନାଥଙ୍କ ଫଟୋ ନାହିଁ। ହେଲେ ରବିଙ୍କ କହିବା ଅନୁଯାୟୀ ଯୋଗି ଆଦିତ୍ୟନାଥ ମଧ୍ୟ ଦୁର୍ନୀତିମୁକ୍ତ ନୁହଁ। ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ବି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଅନେକ ଟଙ୍କା ଯାଚିଛନ୍ତି। ତାଙ୍କ ଫଟୋ ମଧ୍ୟ ଲଗାଯିବ ବୋଲି ସେ କହିଛନ୍ତି। ରବିଙ୍କ ବିଚାରରେ ପ୍ରତି ୬ ମାସରେ ଥରେ ରାଜନେତାଙ୍କ ଲାଇ ଡିଟେକ୍ଟର ଟେଷ୍ଟ ହେବା  ଉଚିତ୍‌ ବୋଲି ସେ କହିଛନ୍ତି।

 Courtesy-inuth(including-photo)

http://www.inuth.com/india/no-entry-for-narendra-modi-rahul-gandhi-at-this-temple-in-up-heres-why/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos