ଫସିବେ ବିଏସ୍‌-୩ ଗାଡ଼ି କିଣିଥିବା ଲୋକେ!  ଯିଏ କିଣି ନାହାନ୍ତି ତାଙ୍କ ପାଇଁ ଖୁସି ଖବର

ବୁଧବାର ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଦେଶରେ ସମସ୍ତ ଗାଡ଼ି କମ୍ପାନୀଙ୍କ ମଧ୍ୟରେ ଖେଳି ଯାଇଥିଲା ଆତଙ୍କ। ଏପ୍ରିଲ ପହିଲା ଠାରୁ ବିଏସ୍‌-୩ ବା ଭାରତ ଷ୍ଟେଜ୍‌-୩ ମଡେଲ୍‌ ଗାଡ଼ି ବିକ୍ରିକୁ ବ୍ୟାନ୍‌ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଗାଡ଼ି କମ୍ପାନୀର ମାଲିକ ଓ ଅଧିକାରୀଙ୍କ ଆଖିରୁ ନିଦ ହଜି ଯାଇଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ବିଏସ୍‌-୩ ଗାଡ଼ି ତିଆରି ହୋଇ ମାର୍କେଟକୁ ଆସିଯାଇଥିବାରୁ କମ୍ପାନୀ ମାନଙ୍କୁ କୋଟି କୋଟି ଟଙ୍କା କ୍ଷତି ହେବାର ଡର ଥିଲା। […]

sp

sp

Rakesh Mallick
  • Published: Saturday, 01 April 2017
  • Updated: 03 April 2017, 12:29 PM IST

Sports

Latest News

ବୁଧବାର ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଦେଶରେ ସମସ୍ତ ଗାଡ଼ି କମ୍ପାନୀଙ୍କ ମଧ୍ୟରେ ଖେଳି ଯାଇଥିଲା ଆତଙ୍କ। ଏପ୍ରିଲ ପହିଲା ଠାରୁ ବିଏସ୍‌-୩ ବା ଭାରତ ଷ୍ଟେଜ୍‌-୩ ମଡେଲ୍‌ ଗାଡ଼ି ବିକ୍ରିକୁ ବ୍ୟାନ୍‌ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଗାଡ଼ି କମ୍ପାନୀର ମାଲିକ ଓ ଅଧିକାରୀଙ୍କ ଆଖିରୁ ନିଦ ହଜି ଯାଇଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ବିଏସ୍‌-୩ ଗାଡ଼ି ତିଆରି ହୋଇ ମାର୍କେଟକୁ ଆସିଯାଇଥିବାରୁ କମ୍ପାନୀ ମାନଙ୍କୁ କୋଟି କୋଟି ଟଙ୍କା କ୍ଷତି ହେବାର ଡର ଥିଲା। କାରଣ ମାର୍ଚ୍ଚ ୩୧ତାରିଖ ପରେ ବିଏସ୍‌-୩ ମଡେଲ ଗାଡ଼ିର ରେଜିଷ୍ଟ୍ରେସନ୍‌ ଓ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା। କ୍ଷତି ଏଡ଼ାଇବାକୁ ଏପ୍ରିଲ ୧ ତାରିଖ ପୂର୍ବରୁ ସବୁ ଗାଡ଼ିକୁ ବିକ୍ରି କରିବା ପାଇଁ କଂପାନୀଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରତିଯୋଗିତା। କମ୍ପାନୀ ଗୁଡ଼ିକ ଗାଡ଼ି ପିଛା ୫ହଜାରରୁ ୨୨ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ରଖିଥିଲେ। ଏହାପରେ ଲୋକଙ୍କୁ ସମ୍ଭାଳିବା ମୁସ୍କିଲ୍‌ ହୋଇ ପଡ଼ିଥିଲା। ରିହାତି ମିଳୁଥିବା ଜାଣି ସକାଳୁ ହଜାର ହଜାର ଲୋକେ ଗାଡ଼ି କିଣିବା ପାଇଁ ସୋରୁମ୍‌ରେ ଲାଇନ୍‌ ଲଗାଇ ଥିଲେ। ଦେଶରେ ବିକ୍ରି ପାଇଁ ଥିବା ବିଏସ୍‌-୩ ମଡେଲର ୮.୨୪ ଲକ୍ଷ ଗାଡ଼ି ମଧ୍ୟରୁ ଦୁଇ ଦିନରେ ୬.୭୧ ଲକ୍ଷ ବାଇକ୍‌ ବିକ୍ରି ହୋଇଥିବା ରେକର୍ଡ କରାଯାଇଛି। ହେଲେ ଯେଉଁମାନେ ଏହି ଗାଡ଼ି କିଣିଛନ୍ତି ସେମାନେ ଜାଣି ନ ଥିଲେ ଯେ ସୁପ୍ରିମକୋର୍ଟ ଏହି ଗାଡ଼ି ବିକ୍ରି ଉପରେ କାହିଁକି କଟକଣା ଜାରି କରିଛନ୍ତି? ସେମାନେ ଭୁଲି ଯାଇଥିଲେ ଯେ ଏଥିପାଇଁ ସେମାନଙ୍କୁ କ’ଣ କ୍ଷତି ସହିବାକୁ ପଡ଼ିବ। ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଏତେ ବଢ଼ି ଯାଇଛି ଯେ ଲୋକେ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଉଛନ୍ତି। ଏକ ସର୍ଭେରୁ ଜଣାପଡ଼ିଛି ଯେ ଦୈନିକ ଦେଶରେ ଦୁଇ ଜଣ ଲୋକ ବାୟୁ ପ୍ରଦୂଷଣରେ ପ୍ରାଣ ହରାଉଛନ୍ତି । ଏହାସହ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି।  ନୂଆଦିଲ୍ଳୀ ଭଳି ସହର ଦୁନିଆର ଟପ୍‌ଟେନ୍‌ ପ୍ରଦୂଷଣ ସହର ଭିତରେ ରହିଛି। ନିକଟରେ ଜୁନିଅର ଫୁଟ୍‌ବଲ୍‌ ବିଶ୍ୱକପ୍ ଭାରତରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ପ୍ରଦୂଷଣ ପାଇଁ ଏହି ପ୍ରତିଯୋଗିତା ଏଠାରେ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ହେଲ ଏସବୁକୁ ଖାତିର ନ କରି ମାତ୍ର କେତେ ଟଙ୍କାର ରିହାତି ପାଇଁ ନିଜ ଜୀବନକୁ ବାଜି ଲଗେଇବା ସହ ଅନ୍ୟମାନଙ୍କ ଜୀବନକୁ ବିପଦକୁ ଠେଲି ଦେବାକୁ କିଛି ଲୋକ ପଛେଇଲେ ନାହିଁ। ସବୁଠୁ ବଡ଼ କଥା ହେଲେ ଏବେ ଯେଉଁମାନେ ଅଫର ପାଇ ବିଏସ୍‌-୩ ଗାଡ଼ି କିଣି ସାରିଛନ୍ତି, ସେମାନେ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନ ଅଧିକ।  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଡ଼ା ନଜର ଏମାନଙ୍କ ଉପରେ ରହିବ। ସହରମାନଙ୍କରେ ପ୍ରଦୂଷଣର ମାତ୍ରା ବଢିଲେ ବିଏସ୍‌-୩ ଗାଡ଼ି ଚଲାଇବା ଉପରେ ମଧ୍ୟ ବ୍ୟାନ୍ ଲଗାଯାଇପାରେ। ଅନ୍ୟପଟେ ଯେଉଁମାନେ ବିଏସ୍-୩ ଗାଡ଼ି କିଣି ନାହାନ୍ତି ସେମାନଙ୍କ ପାଇଁ ଖୁସି ଖବର। କାରଣ ସେମାନେ ବିଏସ୍-୪ ମଡେଲ ଗାଡ଼ି କିଣି ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବେ। ସମାଜର ହିତ ପାଇଁ ସରକାର ଓ ସୁପ୍ରିମକୋର୍ଟ ଦେଉଥିବା ନିର୍ଦ୍ଦେଶକୁ ପାଳନ କରୁଥିବାରୁ ସଚେତନ ନାଗରିକ ଭାବେ ସେମାନେ ଗର୍ବ ଅନୁଭବ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos