ଗୋଟିଏ ମାଆ ପେଟର ଦୁଇଦେଶ, ଜଣେ ଆକାଶ ଜଣେ ପାତାଳ

ଏକା ସାଙ୍ଗରେ ଅଲଗା ହେଲେ ଦୁଇ ଦେଶ। ଅଲଗା ହେଲା ଶାସନ ପ୍ରଣାଳୀ। ଗୋଟିଏ ଦେଶ ବିକାଶ କ୍ଷେତ୍ରରେ ଆଗକୁ ଆଗକୁ ମାଡ଼ି ଚାଲିଲା, କିନ୍ତୁ ଅନ୍ୟ ଦେଶଟି ନିଜର ଏକଛତ୍ରବାଦ ଶାସନ ଯୋଗୁଁ ଅଭିବୃଦ୍ଧି କ୍ଷେତ୍ରରେ ବହୁ ପଛରେ ପଡ଼ିଗଲା। ଆମେ କହୁଛୁ ଗୋଟିଏ ମାଆ ପେଟର ଦୁଇଭାଇ- ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ କଥା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୫ ମସିହା ଅଗଷ୍ଟ ୧୫ ତାରିଖରେ ଜାପାନଠାରୁ ଅଲଗା ହେଲା କୋରିଆ। ଆମେରିକା […]

north-south-korea

north-south-korea

Rakesh Mallick
  • Published: Monday, 24 July 2017
  • Updated: 24 July 2017, 06:56 PM IST

ଏକା ସାଙ୍ଗରେ ଅଲଗା ହେଲେ ଦୁଇ ଦେଶ। ଅଲଗା ହେଲା ଶାସନ ପ୍ରଣାଳୀ। ଗୋଟିଏ ଦେଶ ବିକାଶ କ୍ଷେତ୍ରରେ ଆଗକୁ ଆଗକୁ ମାଡ଼ି ଚାଲିଲା, କିନ୍ତୁ ଅନ୍ୟ ଦେଶଟି ନିଜର ଏକଛତ୍ରବାଦ ଶାସନ ଯୋଗୁଁ ଅଭିବୃଦ୍ଧି କ୍ଷେତ୍ରରେ ବହୁ ପଛରେ ପଡ଼ିଗଲା। ଆମେ କହୁଛୁ ଗୋଟିଏ ମାଆ ପେଟର ଦୁଇଭାଇ- ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ କଥା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୫ ମସିହା ଅଗଷ୍ଟ ୧୫ ତାରିଖରେ ଜାପାନଠାରୁ ଅଲଗା ହେଲା କୋରିଆ। ଆମେରିକା ଓ ସୋଭିଏତ ରାଷ୍ଟ୍ରଗୁଡିକର ହସ୍ତକ୍ଷେପ ଯୋଗୁଁ କୋରିଆ ଦୁଇଟି ରାଷ୍ଟ୍ରରେ ବିଭାଜନ ହେଲା। ସୃଷ୍ଟି ହେଲା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ।

ଦକ୍ଷିଣ କୋରିଆ ୧୭ ଜୁଲାଇ ୧୯୪୮ ମସିହାରେ ନିଜର ସମ୍ବିଧାନ ଗଠନ କରି ଗଣତାନ୍ତ୍ରିକ ଶାସନ ପଦ୍ଧତି ଅନୁସାରେ ନିଜ ଶାସନ ଚଳାଇଲା। ଅନ୍ୟପଟେ ଉତ୍ତର କୋରିଆରେ ଏକଛତ୍ରବାଦ ଶାସନର ଆରମ୍ଭ ହୋଇଗଲା। ଏକଛତ୍ରବାଦ ଶାସନ ଯୋଗୁଁ ଆର୍ଥିକ ଅଭିବୃଦ୍ଧିରେ ଏହି ଦେଶ ବହୁ ପଛରେ ପଡ଼ିଗଲା। ଆସନ୍ତୁ ଜାଣିବା ଦୁଇ ଦେଶ ମଧ୍ୟରେ ଥିବା ପାର୍ଥକ୍ୟ ସଂପର୍କରେ।

south-koreaଦକ୍ଷିଣ କୋରିଆ: ଅନ୍ୟାନ୍ୟ ଦେଶ ସହିତ ମିଶି ନିର୍ମାଣ କ୍ଷେତ୍ରକୁ ଆଗକୁ ବଢାଇଲା ଦକ୍ଷିଣ କୋରିଆ। ସଡ଼କ ଓ ରେଳପଥ ନିର୍ମାଣ କଲା। ୧୯୬୦ରୁ ୨୦୦୦ ମସିହା ମଧ୍ୟରେ ଦେଶରେ ୬୫,୦୦୦ କିଲୋମିଟର ପକ୍କା ସଡ଼କ ତିଆରି କରାଗଲା। ଏହାଛଡ଼ା ଦେଶରେ ରହିଛି ୧୦୩ଟି ବିମାନ ବନ୍ଦର। ୪୫ ହଜାର କିଲୋମିଟର ରେଳପଥ ଓ ୨୨,୧୮୨ କିଲୋମିଟର ଜାତୀୟ ରାଜପଥ ରହିଛି। ବର୍ଷା କମ୍‌ ହେଉଥିବାରୁ ସରକାର ବର୍ଷାପାଣିକୁ ସଂଗ୍ରହ କରିବାକୁ ଅନେକ କେନାଲ ଖନନ କରାଇଲେ। ନିଜସ୍ୱ ଜ୍ଞାନ କୌଶଳରେ ଚାଷ କରି କୃଷି କ୍ଷେତ୍ରରେ ବିକଶିତ ରାଷ୍ଟ୍ର ହୋଇଗଲା ଦକ୍ଷିଣ କୋରିଆ। ସାମସଙ୍ଗ, ଏଲ୍.ଜି. ଓ ହ୍ୟୁଣ୍ଡାଇ ଭଳି କମ୍ପାନୀ ଯୋଗୁଁ ଏହି ଦେଶର ଅର୍ଥନୀତି ସୁଦୃଢ଼ ହୋଇଛି ଓ ବିଶ୍ୱ ବଜାରରେ ଚର୍ଚ୍ଚାକୁ ଆସିଛି।  ବିଶ୍ୱ ଅର୍ଥନୀତିରେ ଦକ୍ଷିଣ କୋରିଆ ୩୫ ନମ୍ବର ସ୍ଥାନରେ ରହିଛି। ସୁରକ୍ଷା କ୍ଷେତ୍ରରେ ବି ଦକ୍ଷିଣ କୋରିଆ ୩୦.୮ ବିଲିୟନ ଡଲାର ବଜେଟ କରି ଭଲ ସ୍ଥାନରେ ରହିଛି। କିନ୍ତୁ ପରମାଣୁ ବୋମା ତିଆରି କରି ନଥିବାରୁ ଉତ୍ତର କୋରିଆ ବାରମ୍ବାର ଏହାକୁ ଡରାଇ ଆସୁଛି। ଯୁଗ ସହ ତାଳ ଦେଇ ଚାଲୁଥିବାରୁ ବିକଶିତ ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିଛି ଦକ୍ଷିଣ କୋରିଆ।

NORTH KOREAଉତ୍ତର କୋରିଆ: କିନ୍ତୁ ଉତ୍ତର କୋରିଆ ଠିକ୍ ଏହାର ଓଲଟା । ଏକଛତ୍ରବାଦ ଶାସନ ଯୋଗୁଁ  କୌଣସି ବାହାର କମ୍ପାନୀକୁ ଦେଶରେ ପ୍ରବେଶ କରାଇବାକୁ ଦେଲାନି ଉତ୍ତର କୋରିଆ। ଏଥିପାଇଁ ଅନେକ ବିକାଶଶୀଳ ରାଷ୍ଟ୍ର ଉତ୍ତର କୋରିଆକୁ ବାସନ୍ଦ କରିଛନ୍ତି। ଫଳରେ ଏ ଦେଶର ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ରସାତଳଗାମୀ ହେଉଛି। ଅର୍ଥନୀତିରେ ଏହି ଦେଶ ୧୭୯ ରାଷ୍ଟ୍ର ବିଶିଷ୍ଟ ବିଶ୍ୱ ତାଲିକାରେ ସବୁଠୁ ତଳେ ଅଛି। ଏହି ଦେଶରେ ୧୯୬୦ରୁ ଏଯାବତ ମାତ୍ର ୨୦,୦୦୦ କିଲୋମିଟର ପକ୍କା ସଡ଼କ ନିର୍ମାଣ ହୋଇଛି। ଆହୁରି ଅନେକ ଗାଁକୁ ରାସ୍ତା ତିଆରି ହୋଇନାହିଁ। ଲୋକ ପାଣି କାଦୁଅରେ ହନ୍ତସନ୍ତ ହେଉଛନ୍ତି। ଦେଶରେ ମାତ୍ର ୫,୦୦୦ କିମିର ରେଳପଥ ଥିବାବେଳେ ୪୯ଟି ବିମାନ ବନ୍ଦର ରହିଛି। ଦେଶରେ ଏବେବି ୧୫ରୁ ୨୦ ବର୍ଷର ପୁରୁଣା ବସ୍‌ ଚାଲୁଛି। କୃଷି କ୍ଷେତ୍ରରେ ସ୍ଥିତି ଖରାପ। ପାଣି ଅଭାବରୁ ଚାଷବାସ ହୋଇପାରୁନି। ଦେଶରେ ଅନାହାର ମୃତ୍ୟସଂଖ୍ୟା ବଢ଼ି ଚାଲିଛି। ଏ ଦେଶର ମୁଖ୍ୟ ଆୟ ହେଉଛି କୋଇଲା। ଚୀନକୁ କୋଇଲା ରପ୍ତାନୀ କରି ଆୟ କରିଥାଏ ଉତ୍ତର କୋରିଆ। ଦେଶ ତା ସମୁଦାୟ ବ୍ୟୟର ଅଧିକାଂଶ ଭାଗ ସୁରକ୍ଷା ପାଇଁ କରୁଛି। ଏହାର ବାର୍ଷିକ ବଜେଟ୍ ହେଲା ୮.୨ ବିଲିୟନ ଡଲାର, ଯାହା ଦକ୍ଷିଣ କୋରିଆ ତୁଳନାରେ କମ୍ ହେଲେ ନିଜ ଆୟର ସର୍ବାଧିକ। ଦକ୍ଷିଣ କୋରିଆକୁ ଡରେଇବା ପାଇଁ ଉତ୍ତର କୋରିଆ ପରମାଣୁ ଅସ୍ତ୍ର ତିଆରିରେ ଅଧିକ ଟଙ୍କା ଖର୍ଚ୍ଚ କରୁଛି।ଏଠାରେ ପାଶ୍ଚାତ୍ୟ ସଭ୍ୟତାର କୌଣସି ସ୍ଥାନ ନାହିଁ। ଲୋକମାନେ ପାରମ୍ପାରିକ ପୋଷାକ ପନ୍ଧୁଛନ୍ତି। ଏମିତିକି ଇଣ୍ଟରନେଟ୍ ବ୍ୟବହାର କରିବା ନେଇ ଛାତ୍ରମାନଙ୍କ ଉପରେ କଟକଣା ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos